News

ଅମୃତ ୨.୦ : ଓଡିଶା ଭାଗରେ ୧୩୬୩ କୋଟି

ଅମୃତ ୨.୦ ପ୍ରକଳ୍ପ ଗୁଡିକ ନିମନ୍ତେ ୬୬,୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆବଂଟନ ବିତରଣ କରା ଯାଇଛି ।

02 August, 2022 10:59 AM IST By: Shuvanshu Kar

କାୟାକଳ୍ପ ଏବଂ ସହରୀ ପରିବର୍ତନ ନିମନ୍ତେ ଅଟଳ ମିଶନ ୨.୦ (ଅମୃତ ୨.୦) AMRUT 2.0 ଯୋଜନା, ୧ ଅକ୍ଟୋବର, ୨୦୨୧ରୁ ପାଞ୍ଚ ବର୍ଷର ଅବଧି ନିମନ୍ତେ ଆରମ୍ଭ ହୋଇ ଯାଇଛି । ଏନେଇ ବାସଗୃହ ଏବଂ ସହର ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ(Minister of State for Housing and Urban Affairs) କୌଶଳ କିଶୋର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୨୧- ୨୨ରୁ ୨୦୨୫ -୨୬ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ।

ଅମୃତ ୨.୦ ଅଧିନରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ସମ୍ପୂର୍ଣ୍ଣ ମିଶନ ଅବଧି ନିମନ୍ତେ ପୁଞ୍ଜି ଆବଂଟନ କରା ଯାଇଛି । ଅମୃତ ୨.୦ ଅଧୀନରେ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳକୁ ଆବଂଟିତ କେନ୍ଦ୍ରୀୟ ସହାୟତା ଏବଂ ଯେଉଁ ପରିମାଣରେ ଅର୍ଥ ପ୍ରଦାନ କରା ଯାଇଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଅନୁବନ୍ଧରେ ଉଲ୍ଲେଖ ରହିଛି । ଏବେ ସୁଦ୍ଧା ଅମୃତ ୨.୦ ଅଧିନରେ ପ୍ରଦାନ କରା ଯାଇଥିବା ପାଣ୍ଠିକୁ ନେଇ କୌଣସି ବ୍ୟବହାର ପ୍ରମାଣ ପତ୍ର ପ୍ରାପ୍ତ ହୋଇ ନାହିଁ ।

ଓଡିଶାର ପ୍ରକଳ୍ପ ଗୁଡିକ ନିମନ୍ତେ କେନ୍ଦ୍ରର ଆବଂଟନ ୧,୩୬୩ କୋଟି ଟଙ୍କା ରହିଥିବା ବେଳେ ବିଭିନ୍ନ ବର୍ଗରେ ମୋଟ ୧୮୪ କୋଟି ଟଙ୍କା ପ୍ରଦାନ କରା ଯାଇଛି ।

ଅମୃତ ୨.୦ ପ୍ରକଳ୍ପ ଗୁଡିକ ନିମନ୍ତେ ୬୬,୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆବଂଟନର ସମାନ ଫର୍ମୁଲାକୁ / ପଦ୍ଧତିକୁ ବ୍ୟବହାର କରି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ ଅର୍ଥ ବିତରିତ କରା ଯାଇଛି, ଯେଉଁଥିରେ ସହରୀ ଜନ ସଂଖ୍ୟା (୨୦୧୧ ଜନ ଗଣନା) ଏବଂ ପ୍ରତ୍ୟେକ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ କ୍ଷେତ୍ରକୁ ୯୦: ୧୦ ଅନୁପାତରେ ଗୁରୁତ୍ୱ (ୱେଟେଜ୍‌) ପ୍ରଦାନ କରା ଯାଇଛି ।

ସେହି ଅନୁସାରେ କର୍ଣ୍ଣାଟକ, ଗୁଜରାଟ, ମଧ୍ୟ ପ୍ରଦେଶ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟକୁ ପ୍ରକଳ୍ପର ଉପାଦାନ ନିମନ୍ତେ ଯଥାକ୍ରମେ : ୪.୬୧୫ କୋଟି ଟଙ୍କା , ୪,୫୦୦ କୋଟି ଟଙ୍କା, ୪,୦୪୫ କୋଟି ଟଙ୍କା, ୮,୧୪୫ କୋଟି ଟଙ୍କା ଏବଂ ୩,୬୫୦ କୋଟି ଟଙ୍କା ଆବଂଟିତ କରା ଯାଇଛି ।

GST Revenue collection: ଜୁଲାଇରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ସଂଗ୍ରହ

ବ୍ୟବସାୟରେ ଚମକ ବଢାଇବ ଚାବାହାର ବନ୍ଦର, ସରକାର କରୁଛନ୍ତି ଏହି କାମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)