News

ଆସାମରେ ଜଳ ପ୍ରଳୟ, ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ନଜର

ଆସାମରେ ବନ୍ୟା ପରିସ୍ଥିତିକୁ କେନ୍ଦ୍ର ସରକାର ନିରନ୍ତର ତଦାରଖ କରୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଏହି ସୃଷ୍ଟି ହୋଇଥିବା ଆହ୍ୱାନକୁ ଦୂର କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ।

25 June, 2022 9:49 AM IST By: Shuvanshu Kar

ଆସାମରେ ବନ୍ୟାର ଉତ୍କଟ ପରସ୍ଥିତି(Assam Flood) । ବନ୍ୟା ଯୋଗୁଁ ଆସାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଆସାମର ବନ୍ୟା ସ୍ଥିତି(Assam Flood) ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମରେ ବନ୍ୟା ପରିସ୍ଥିତିକୁ କେନ୍ଦ୍ର ସରକାର ନିରନ୍ତର ତଦାରଖ କରୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଏହି ସୃଷ୍ଟି ହୋଇଥିବା ଆହ୍ୱାନକୁ ଦୂର କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ।

ଆସାମରେ ବନ୍ୟା(Assam Flood) 118 ଜଣଙ୍କ ପ୍ରାଣ ନେଇସାରିଛି । ମୃତ୍ୟୁ ସଂଖ୍ୟା 118ରେ ପହଞ୍ଚିଛି । ଅନ୍ୟପକ୍ଷେ ବନ୍ୟାରେ 33 ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ବିଟରେ କହିଥିଲେ, ଗତ କିଛି ଦିନ ହେବ ଆସାମର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଆସାମର ସ୍ଥିତିକୁ କେନ୍ଦ୍ର ସରକାର(Central Govt) ନିୟମିତ ଭାବେ ତଦାରଖ କରୁଛନ୍ତି ଏବଂ ଏହି ସମସ୍ୟାକୁ ଦୂର କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ।

Assam Flood: ଚାଷ ଜମିରେ ବ୍ୟାପକ କ୍ଷତି, 42 ଲକ୍ଷ ବାସହରା

ଆସାମରେ ବନ୍ୟା ବନ୍ୟା ବିତ୍ପାତ, ପାଣିରେ ଘେରରେ 40 ହଜାର ହେକ୍ଟର ଚାଷ ଜମି

ସେ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା ଏବଂ ଏନଡିଆରଏଫ ଦଳ ଉପସ୍ଥିତ ଅଛନ୍ତି । ସେମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବାୟୁସେନା ସ୍ଥାନାନ୍ତର ପ୍ରକ୍ରିୟାର ଏକ ଅଂଶ ଭାବରେ ୨୫୦ ରୁ ଅଧିକ ଥର ଉଡାଣ କରିଛି ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଆସାମ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନେ ଜିଲ୍ଲାରେ ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ମୁଁ ପ୍ରଭାବିତ ଅଞ୍ଚଳର ସମସ୍ତଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି ଏବଂ ସେମାନଙ୍କୁ ପୁଣି ଥରେ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଉଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)