News

ପେନସନକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର,ଜାଣନ୍ତୁ କଣ?

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ପେନସନ (Pension)କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

26 December, 2022 3:51 PM IST By: Sudesna Nayak

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ପେନସନ (Pension)କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

ସୂଚନା ଅନୁଯାୟୀ, ପେନସନ (Pension) ଓ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ନିୟମ ଜାରି କରାଯାଇଛି, ଯେଉଁଥିରେ ପେନସନ୍ ରାଶି (Pension Amount) ପ୍ରତ୍ୟାହାର କରିବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ଆପଣ କେବଳ ଥରେ ହିଁ ଆପଣଙ୍କ ପେନସନ୍ ରାଶି ପ୍ରତ୍ୟାହାର କରିପାରିବେ । DoPPW ରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଯଦି କୌଣସି କର୍ମଚାରୀ ତାଙ୍କ ବେସିକ ବେତନର ଏକ ଅଂଶ ପ୍ରତ୍ୟାହାର କରିନିଅନ୍ତି, ତେବେ ତାଙ୍କୁ ପୁନର୍ବାର ପେନସନ ପ୍ରତ୍ୟାହାର କରିବାକୁ ଦିଆଯାଉ ନାହିଁ ।

ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ତରଫରୁ ଏହି ପରିପ୍ରେକ୍ଷୀରେ ବିଜ୍ଞପ୍ତି ଜାରି କରି ସୂଚନା ପ୍ରଦାନ କରିଛି । ସିଭିଲ୍ ସର୍ଭିସେସ୍ ନିୟମ ୧୯୮୧ ଅନୁଯାୟୀ ସରକାରଙ୍କ ତରଫରୁ ଏକାଧିକ ଥର ପେନସନ (Pension) ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯାଏ ନାହିଁ । ଏହା ସହିତ ଆପଣ ଗୋଟିଏ ଥରରେ ମୋଟ ପେନସନ (Pension)ର ମାତ୍ର ୪୦ ପ୍ରତିଶତ ପ୍ରତ୍ୟାହାର କରିପାରିବେ । ଥରେ ପ୍ରତ୍ୟାହାର ଉପରେ ସରକାର କହିଛନ୍ତି ଯେ ଆପଣ ଥରେ ମାତ୍ର ୪୦ ପ୍ରତିଶତ ରାଶି ପ୍ରତ୍ୟାହାର କରିପାରିବେ ।

DoPPW ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସେହି କର୍ମଚାରୀମାନେ ଯେଉଁମାନେ ଜାନୁୟାରୀ ୧, ୨୦୧୬ରୁ ଅଗଷ୍ଟ ୪, ୨୦୧୬ ମଧ୍ୟରେ ଅବସର ନେଇଛନ୍ତି, ସେମାନେ CCS ର ନିୟମ ୧୦ ଅନୁଯାୟୀ ପେନସନ୍ (Pension) ସଂଶୋଧନ ଉପରେ ଅତିରିକ୍ତ ରିହାତି ପାଇବେ । ଯଦି ବି ୪୦ ପ୍ରତିଶତ ନିୟମ ଏଠାରେ ହିଁ ସରକାର ତରଫରୁ କାର୍ଯ୍ୟକାରୀ କରାଯାଇଛି ।

ପ୍ରକାଶ ଥାଉ ଯେ, ବାସ୍ତବରେ କେନ୍ଦ୍ର ସରକାର (Central Government) କର୍ମଚାରୀଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛନ୍ତି । ଯଦି ଜଣେ କର୍ମଚାରୀ (Central Government Employee) କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଅବସର ପରେ ତାଙ୍କ ପେନସନ (Pension) ଓ ଗ୍ରାଚ୍ୟୁଇଟି (Gratuity) ହିଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କିନ୍ତୁ ଆପମମାନେ ଜାଣିଛନ୍ତି କି, ନିକଟରେ, ଦେଶର ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଅତ୍ୟନ୍ତ ଚମତ୍କାର ଯୋଜନା ଆସୁଛି । ନ୍ୟାସନାଲ ପେନ୍ସନ୍ ସିଷ୍ଟମ୍ (NPS)ଅଧୀନରେ ସର୍ବନିମ୍ନ ସୁନିଶ୍ଚିତ ରିଟର୍ନ ସ୍କିମ୍ (MARS) ସହିତ ପେନସନ ନିୟନ୍ତ୍ରକ PFRDA ଆଣିବାକୁ ଯାଉଛି । ଚାଲନ୍ତୁ ଜାଣିବା ସରକାରଙ୍କ ସ୍ୱତନ୍ତ୍ର ଯୋଜନା ବାବଦରେ...

ଜାତୀୟ ପେନସନ ସ୍କିମ୍ (NPS)ଏବଂ ଅଟଳ ପେନସନ ଯୋଜନା (APY) ରେ ବୈଶିଷ୍ଟ୍ୟ ସୃଷ୍ଟି ଓ ଯୋଡ଼ିବାରେ PFRDA ଅନେକ କାର୍ଯ୍ୟ କରିଛି, କିନ୍ତୁ ଏଗୁଡ଼ିକ ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା । PFRDA ଆଣିବାକୁ ଯୋଜନା କରୁଥିବା ଯୋଜନା ଏହାର ପ୍ରଥମ ପ୍ରକୃତ ଯୋଜନା ହେବ । ଏହା ମଧ୍ୟ ସ୍ୱତନ୍ତ୍ର ହେବ କାରଣ PFRDA ଏପର୍ଯ୍ୟନ୍ତ କୌଣସି ଗ୍ୟାରେଣ୍ଟି ସ୍କିମ୍ ଚଳାଉନାହିଁ । PFRDA କହିଛି ଯେ ଏହି ପେନ୍ସନ୍ ଯୋଜନାର ଗ୍ୟାରେଣ୍ଟି ବଜାର ସହିତ ସଂଯୁକ୍ତ ହେବ ।

ପେନସନକୁ ନେଇ ଆସିଲା ଖୁସି ଖବର; NPS ଅଧୀନରେ ମିଳିବ ଗ୍ୟାରେଣ୍ଟି ରିଟର୍ଣ୍ଣ

ପୁରୁଣା ପେନସନ ସ୍କିମକୁ ନେଇ ଏମିତି ଘୋଷଣା କଲେ ସରକାର; ଜାଣନ୍ତୁ ଆପଣଙ୍କ ଫାଇଦା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)