News

ପୁରୁଣା ପେନସନ ସ୍କିମକୁ ନେଇ ଏମିତି ଘୋଷଣା କଲେ ସରକାର; ଜାଣନ୍ତୁ ଆପଣଙ୍କ ଫାଇଦା...

ଆଜିକାଲି ପୁରୁଣା ପେନସନ ସ୍କିମ୍ ପ୍ରସଙ୍ଗରେ ବହୁ ଚର୍ଚ୍ଚା ହେଉଛି । ନିକଟରେ ଅନୁଷ୍ଠିତ ୟୁପି ନିର୍ବାଚନରେ ​​ଏହା ଏକ ନିର୍ବାଚନ ପ୍ରସଙ୍ଗ ହୋଇଥିଲା । ଦୀର୍ଘ ଦିନ ଧରି ସରକାରୀ କର୍ମଚାରୀମାନେ ଏହା ଦାବି କରିଆସୁଛନ୍ତି ।

24 March, 2022 11:53 AM IST By: Sudesna Nayak

ଆଜିକାଲି ପୁରୁଣା ପେନସନ ସ୍କିମ୍ (Old Pension Scheme)ପ୍ରସଙ୍ଗରେ ବହୁ ଚର୍ଚ୍ଚା ହେଉଛି । ନିକଟରେ ଅନୁଷ୍ଠିତ ୟୁପି ନିର୍ବାଚନରେ ​​ଏହା ଏକ ନିର୍ବାଚନ ପ୍ରସଙ୍ଗ ହୋଇଥିଲା । ଦୀର୍ଘ ଦିନ ଧରି ସରକାରୀ କର୍ମଚାରୀମାନେ ଏହା ଦାବି କରିଆସୁଛନ୍ତି ।

ଦେଶର ଅନେକ ରାଜ୍ୟ OPS ଲାଗୁ ହୋଇଛି ଯେଉଁଥିରେ ରାଜସ୍ଥାନ, ଛତିଶଗଡ ଏବଂ ଝାଡଖଣ୍ଡର ନାମ ରହିଛି । କିନ୍ତୁ କେନ୍ଦ୍ର ସରକାର ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ପୁରୁଣା ପେନ୍‌ସନ୍‌ (ଓପିଏସ୍‌) ଫେରାଇ ଆଣିବା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରସ୍ତାବ ନାହିଁ ।

ବିରୋଧୀ ଦଳ ଏହି ପ୍ରଶ୍ନ ପଚାରିଥିଲେ,ଜାଣନ୍ତୁ...

ସୂଚନା ଅନୁଯାୟୀ, ସଂସଦରେ ବିରୋଧୀ ସାଂସଦ ଓପିଏମ୍ କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସେ ପ୍ରଶ୍ନ କରିଛନ୍ତି ଯେ କେନ୍ଦ୍ର ସରକାର (Central Government) ମଧ୍ୟ ନୂତନ ପେନସନ ଯୋଜନାକୁ ରଦ୍ଦ କରି କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା (Old Pension Scheme)କୁ ପୁନଃ ସ୍ଥାପିତ କରିବାକୁ ଯାଉଛନ୍ତି କି ? ଯଦି କେନ୍ଦ୍ର ସରକାର ଏପରି ମନସ୍ଥ କରୁଛନ୍ତି, ତେବେ କେଉଁ ପଦକ୍ଷେପ ନିଆଯିବ ଓ ଯଦି ସରକାରଙ୍କର ଏପରି ଉଦ୍ଦେଶ୍ୟ ନାହିଁ, ତେବେ ଏହାର କାରଣ କଣ ?

ଓପିଏସ୍ ଲାଗୁ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁନାହାଁନ୍ତି,ଜାଣନ୍ତୁ...

ଯେଉଁଥିରେ ଅର୍ଥମନ୍ତ୍ରୀ ଡକ୍ଟର ଭାଗବତ କରାଡ଼ଙ୍କ ତରଫରୁ ଏହି ଉତ୍ତର ଲିଖିତ ଆକାରରେ ଦିଆଯାଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ଡକ୍ଟର ଭାଗବତ କରାଡ଼ ଏହା ସ୍ପଷ୍ଟ କରିଛନ୍ତି ଯେ ରାଜସ୍ଥାନ ସରକାର ଫେବୃଆରୀ ୨୩ ରେ ବଜେଟରେ ପୁରୁଣା ପେନସନ ଯୋଜନା (Old Pension Scheme)କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଏହି ସିଷ୍ଟମ ସେହି ଲୋକଙ୍କ ଉପରେ ଲାଗୁ ହେବ ଯାହାର ଚାକିରି ଜାନୁଆରୀ ୧, ୨୦୦୪ କିମ୍ବା ପରେ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ କେନ୍ଦ୍ର ସରକାର (Central Government)ଏହାର କାର୍ଯ୍ୟକାରିତା ସମ୍ପର୍କରେ କୌଣସି ଚିନ୍ତା କରୁନାହାଁନ୍ତି ।

ପୁରୁଣା ପେନସନ ପୁନରୁଦ୍ଧାର ପାଇଁ ଦାବି ହେଉଛି,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ୨୦୦୩ରେ ପୁରୁଣା ପେନସନ ଯୋଜନା (Old Pension Scheme)କୁ ରଦ୍ଦ କରିଦେଇଥିଲେ ଓ କ୍ଷମତାସୀନ ହେବାର ଏକ ମାସ ପୂର୍ବରୁ ୧ ଏପ୍ରିଲ ୨୦୦୪ ରେ ବିଦ୍ୟମାନ ଥିବା ଜାତୀୟ ପେନସନ ଯୋଜନା (NPS) ଆରମ୍ଭ କରିଥିଲେ। ପୁରୁଣା ପେନସନ ଯୋଜନା (Old Pension Scheme)କୁ ନେଇ ଆଜିକାଲି ରାଜ୍ୟ ସ୍ତରରେ ଆନ୍ଦୋଳନ ମଧ୍ୟ ଚାଲିଛି । ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ କର୍ମଚାରୀମାନେ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ ହେବା ଆରମ୍ଭ କରିଛନ୍ତି । ୨୦୧୦ ପରେ, ସରକାର ନୂତନ ପେନସନ ଯୋଜନା (New Pension Scheme)ଅଧୀନରେ କର୍ମଚାରୀ ନିଯୁକ୍ତ କରିଛନ୍ତି । ଏହି ଯୋଜନାରେ, କର୍ମଚାରୀମାନେ ପୁରୁଣା ଯୋଜନା ତୁଳନାରେ ବହୁତ କମ୍ ସୁବିଧା ପାଆନ୍ତି ।

ପୁରୁଣା ପେନସନ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି ! ଜାଣନ୍ତୁ...

ପେନସନଭୋଗୀଙ୍କ ପାଇଁ ଖୁସି ଖବର, ସରକାର ନେଲେ ଏହି ପଦକ୍ଷେପ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)