ବିଶ୍ଵରେ ଭାରତ ନିକଟରେ ସବୁଠାରୁ ଅଧିକ ୧୫୫ମିଲିୟନ୍ ହେକ୍ଟର୍ ଚାଷ ଯୋଗ୍ୟ ଜମି ଅଛି ଏବଂ ଏହା ବିଶ୍ୱର ମୁଖ୍ୟ କୃଷି ଉତ୍ପାଦନକାରୀ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ l ଭାରତ ବିଶ୍ୱର ଏକ ଶୀର୍ଷ କୃଷି ଉତ୍ପାଦକ ହେବା ପାଇଁ ନିଜର ରାଷ୍ଟ୍ରୀୟ ଆଶା ହାସଲ କରିବା ପାଇଁ ପ୍ରକ୍ରିୟାରେ କୃଷକଙ୍କର ଆୟକୁ ଦୁଇଗୁଣ କରିବା ସହିତ, କୃଷି କ୍ଷେତ୍ରରେ କୃଷକ ଉତ୍ପାଦକତାକୁ ଉନ୍ନତ କରିବା ଏବଂ ସମସ୍ତ କୃଷକଙ୍କ ପାଇଁ ବଜାର ସୂଚନା ପର୍ଯ୍ୟନ୍ତ ପହଞ୍ଚକୁ ନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଡିଜିଟାଲ୍ ଓ ସଠିକ କୃଷି ପ୍ରଯୁକ୍ତିକୁ ଆପଣାଇବାର ତୁରନ୍ତ ଆବଶ୍ୟକତା ରହିଛି।
ଡ୍ରୋନ୍ ( drone ) ହେଉଛି ଏପରି ଏକ ଟେକ୍ନୋଲୋଜି ଯାହାର ଫସଲ ନିବେଶ ଆବଶ୍ୟକତା ଅନୁସାରେ ସଠିକ ଏବଂ କେନ୍ଦ୍ରିତ ପ୍ରୟୋଗ ମାଧ୍ୟମରେ କୃଷି ଶିଳ୍ପରେ ବିପ୍ଲବ ଆଣିବାର ସାମର୍ଥ୍ୟ ଅଛି ଯାହାକି କୃଷି ପାଇଁ ସମଗ୍ର ଖର୍ଚ୍ଚକୁ କମ କରି ସିଧାସଳଖ ନିବେଶ ବ୍ୟବହାର ଦକ୍ଷତା ଓ କୃଷକ ସୁରକ୍ଷାକୁ ବୃଦ୍ଧି କରିବ। ଚାଇନା, ଜାପାନ, ଏସିଆ, ସଂଯୁକ୍ତ ରାଜ୍ୟ ଆମେରିକା ଓ ବ୍ରାଜିଲ୍ ଭଳି ଅନେକ କୃଷି ଦେଶ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଡ୍ରୋନ୍ କୁ ଆପଣାଇବାରେ ଦ୍ରୁତ ଗତିରେ ପ୍ରଗତି କରୁଛନ୍ତି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସଞ୍ଚାଳିତ ଏହି ଡ୍ରୋନ୍ କୁ ଆପଣାଇବା ପାଇଁ ନିୟାମକ ଓ ସଂରଚନାଗତ ବିକାଶ ଉଭୟକୁ ପ୍ରାଥମିକତା ଦିଆଯାଉଛି ।
କୃଷକ ମାନଙ୍କ ପାଇଁ ସାମଗ୍ରିକ ଉତ୍ପାଦନ, ଗୁଣବତ୍ତା ଏବଂ ଫସଲ ଅମଳରେ ଉନ୍ନତି ପାଇଁ ଜଳ, ସାର ଏବଂ କୀଟନାଶକ ଗୁଡ଼ିକର ଦକ୍ଷତାକୁ ଅଧିକତମ କରିବା ପାଇଁ ସଠିକ୍ କୃଷି ଏକ ଉପାୟ ଅଟେ. ଏଭଳି କିଛି ସମସ୍ୟା ରହିଛି ଯାହାକୁ ସାଧାରଣ ଭାବରେ ସମାଧାନ କରାଯାଇପାରେ ନାହିଁ, ତାହା ଡ୍ରୋନ୍ ବ୍ୟବହାର କରି ସମାଧାନ କରାଯାଇପାରେ । ତେବେ ଗତକାଲି ଏ ନେଇ ସୂଚନା ଦିଆ ଯାଇଛି ଏବେ କେନ୍ଦ୍ର ଏଥିପାଇଁ ଆର୍ଥିକ ସହାୟତା ଦେବ ଚାଷୀଙ୍କୁ l
ଦେଶରେ କୃଷକମାନଙ୍କୁ କୃଷି କାର୍ଯ୍ୟ ପାଇଁ ଡ୍ରୋନ୍ କିଣିବା ଲାଗି କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ( central agriculture minister narendra singh tomar ) ଗତକାଲି । ଲୋକସଭାରେ ଏକ ଲିଖିତ ଉତ୍ତରରେ ଶ୍ରୀ ତୋମାର କହିଛନ୍ତି, କୃଷି କ୍ଷେତ୍ରରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ଡ୍ରୋନ୍ ଗୁଡ଼ିକର ମୂଲ୍ୟ ବାବଦକୁ ଆଇସିଏଆର୍, କେଭିକେ ଓ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବିଭାଗ ଗୁଡ଼ିକୁ ୧୦୦% ଆର୍ଥିକ ସହାୟତା ଦିଆଯିବ। ସେହିଭଳି ଏଫପିଓ ଗୁଡ଼ିକ ଡ୍ରୋନ୍ କିଣିବା ପାଇଁ ୭୫% ସହାୟତା ପାଇବେ।
ସେ କହିଛନ୍ତି, ଯେଉଁମାନେ ଡ୍ରୋନ୍ କ୍ରୟ ନ କରି ଭଡ଼ାରେ ନେବାକୁ ଚାହିଁବେ ସେମାନଙ୍କୁ ହେକ୍ଟର ପ୍ରତି ୬ ହଜାର ଟଙ୍କାର ଜରୁରୀକାଳୀନ ଖର୍ଚ୍ଚ ଦିଆଯିବ। ଅନ୍ୟ ପକ୍ଷରେ ବିଭିନ୍ନ ସଂସ୍ଥା ପ୍ରଦର୍ଶନ ପାଇଁ ହେକ୍ଟର ପ୍ରତି ୩ ହଜାର ଟଙ୍କା ଲେଖାଏଁ ପାଇବେ। କୃଷକମାନଙ୍କୁ ଭଡ଼ା ସୂତ୍ରରେ ଡ୍ରୋନ୍ ସେବା ଉପଲବ୍ଧ କରାଇବାକୁ କୃଷକ ସମବାୟ ଅଧୀନରେ କଷ୍ଟମ୍ ହାୟାରିଂ ସେଣ୍ଟର ଓ ଏଫପିଓମାନଙ୍କୁ ୪୦% ଅର୍ଥାତ୍ ସର୍ବାଧିକ ୪ଲକ୍ଷ ଟଙ୍କା ଡ୍ରୋନ୍ କିଣିବାକୁ ମିଳିବ। ଜଣେ କୃଷି ସ୍ନାତକଧାରୀ କଷ୍ଟମ ହାୟାରିଂ ସେଣ୍ଟର ସ୍ଥାପନ କଲେ ସେ ଡ୍ରୋନ୍ ମୂଲ୍ୟର ୫୦% କିମ୍ବା ଡ୍ରୋନ୍ ପ୍ରତି ସର୍ବାଧିକ ୫ଲକ୍ଷ ଟଙ୍କା ଲେଖାଏଁ ପାଇବେ।
ଅନ୍ୟପକ୍ଷରେ, କ୍ଷୁଦ୍ର ଓ ନାମମାତ୍ର କୃଷକ, ତଫସିଲଭୁକ୍ତ ଜାତି ଉପଜାତି ଏବଂ ମହିଳା କୃଷକ ଓ ଉତ୍ତର ପୂର୍ବାଞ୍ଚଳ କୃଷି ଡ୍ରୋନ୍ ମୂଲ୍ୟର ୫୦% ଅର୍ଥାତ୍ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବେ। ଅନ୍ୟ କୃଷକମାନେ ଡ୍ରୋନ୍ ମୂଲ୍ୟର ୪୦% ଅର୍ଥାତ୍ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ। ତେବେ ଡ୍ରୋନ୍ ର ବ୍ୟବହାର ଜଳସେଚନ, ଉର୍ବରକ ଏବଂ ରୋପଣ କାର୍ଯ୍ୟ ପାଇଁ ମୃତ୍ତିକା ଓ କ୍ଷେତ୍ର ବିଶ୍ଳେଷଣ ପାଇଁ ବ୍ୟବହାର କରାଯାଇ ପାରିବ, ଯେଉଁଥିରେ ପୋଷକ ତତ୍ତ୍ଵର ସ୍ତର ଯାଞ୍ଚ, ଆର୍ଦ୍ରତା ସ୍ତର ଏବଂ ମୃତ୍ତିକା କ୍ଷୟ ଇତ୍ୟାଦି ସହିତ ଅନେକ କିଛି ସାମିଲ ଅଟେ। ଡ୍ରୋନ୍ ନିରନ୍ତର ଓ ସ୍ଥାୟୀ ଫସଲ ନିରୀକ୍ଷଣ କରିପାରିବ, ଯାହାକି ଫସଲ ଉପରେ ବିଭିନ୍ନ ଜୈବିକ ଓ ଅଜୈବିକ ଚାପ ଗୁଡ଼ିକର ପ୍ରଭାବକୁ କମ କରିବା ପାଇଁ କାର୍ଯ୍ୟ କରିପାରିବ. ଏପରି ନିରୀକ୍ଷଣ ମାଧ୍ୟମରେ ସୃଷ୍ଟି ହୋଇଥିବା ଡାଟା ନିବେଶ ର ବ୍ୟବହାର କୁ ଅନୁକୂଳିତ କରିବା ପାଇଁ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବାରେ କ୍ଷେତ୍ର ସମ୍ବନ୍ଧିତ କୃଷି ବିଜ୍ଞାନକୁ ସାହାଯ୍ୟ କରିପାରିବ।
ଡ୍ରୋନ୍ କୀଟ, ବାଳୁଙ୍ଗା ଓ ରୋଗ ନିୟନ୍ତ୍ରଣ ଉତ୍ପାଦ ଗୁଡ଼ିକୁ ସଠିକ ପରିମାଣର ଏଭଳି ଉପାୟରେ ଛିଞ୍ଚିବା ପାଇଁ ସକ୍ଷମ ଅଟେ ଯାହାକି ସଠିକ୍ ମାତ୍ରା ସୁନିଶ୍ଚିତ କରିପାରିବ, ପ୍ରୟୋଗକାରୀମାନଙ୍କ ପାଇଁ ଆକସ୍ମିକ ସଂସ୍ପର୍ଶକୁ କମ କରିପାରିବ ଏବଂ ସେଥିପାଇଁ ଉତ୍ପାଦର ସମଗ୍ର ପ୍ରଭାବଶୀଳତା କୁ ଉନ୍ନତ କରିପାରିବ ଏବଂ କୃଷକମାନଙ୍କର ଫସଲ ଉତ୍ପାଦନର ପରିମାଣକୁ ବୃଦ୍ଧି କରାଇପାରିବ। ପ୍ରତିଦିନ ଫସଲ କଭରେଜ୍ କ୍ଷେତ୍ରକୁ ବୃଦ୍ଧି କରିବା ସହିତ ଡ୍ରୋନ୍ କୀଟନାଶକ କିମ୍ବା ସାର ପ୍ରୟୋଗ କରିବା ପରି କୃଷି କାର୍ଯ୍ୟ ଉପରେ ମହତ୍ତ୍ଵପୂର୍ଣ୍ଣ ପରିଶ୍ରମର ଚାପକୁ କମ କରିପାରିବ । ଏହା କୃଷକମାନଙ୍କ ପାଇଁ କୃଷି କ୍ଷେତ୍ରରେ ମହତ୍ତ୍ଵପୂର୍ଣ୍ଣ ସଜହତା ପ୍ରଦାନ କରିବ, ଯେଉଁଠି ଜୈବିକ ଚ୍ୟାଲେଞ୍ଜ୍ ଶୀଘ୍ର ପ୍ରତିକ୍ରିୟା କରୁଥିବାବେଳେ ସଞ୍ଚୟ ହୋଇଥିବା ସମୟ କୁ ଅନ୍ୟ କାର୍ଯ୍ୟ କରିବା ପାଇଁ ବ୍ୟବହାର କରିପାରିବେ।