News

ଚାଷୀଙ୍କ ପାଇଁ ବଡ ଖବର, MSP ଉପରେ କମିଟି ଗଠନକଲେ ସରକାର

ସୋମବାର କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏମଏସପି ଉପରେ ଏକ କମିଟି ଗଠନ କରିଛନ୍ତି ସରକାର ।

19 July, 2022 12:35 PM IST By: Shuvanshu Kar

ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ(MSP)କୁ ନେଇ ଦୀର୍ଘ ଦିନରୁ ଲାଗିରହିଛି ବିବାଦ । ବିରୋଧୀ କ୍ରମାଗତ ଏନେଇ ସରକାରଙ୍କ ଉପରେ ବର୍ଷୁଛନ୍ତି । ତେବେ ସୋମବାର କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏମଏସପି( MSP) ଉପରେ ଏକ କମିଟି ଗଠନ କରିଛନ୍ତି ସରକାର । ଏହି କମିଟିରେ କୃଷି ବୈଜ୍ଞାନିକ ତଥା କୃଷକଙ୍କ ପ୍ରତିନିଧୀଙ୍କ ସହ NITI ଆୟୋଗର ରମେଶ ଚାନ୍ଦ ମଧ୍ୟ ସଦସ୍ୟ ରହିବେ ।

ଏମଏସପି ବାବଦରେ ଏକ କମିଟି ଗଠନ କରିବାକୁ ଘୋଷଣା କରି କୃଷି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଏହି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରି ଚାଷୀମାନଙ୍କୁ ଏମଏସପି ଉପଲବ୍ଧ କରାଇବା ପାଇଁ କମିଟି ଉପାୟ ଖୋଜିବ ।

କମିଟିର ଭୂମିକା କଣ ରହିବ ?

କୃଷି ଖର୍ଚ୍ଚ ଏବଂ ମୂଲ୍ୟ (CACP) ଲାଗି ରହିଥିବା କୃଷି ପରାମର୍ଶଦାତା ସଂସ୍ଥାକୁ ସ୍ବତନ୍ତ୍ର କରିବା ପାଇଁ କମିଟି ନିଜର ପରାମର୍ଶ ଦେବ । ଶୂନ୍ୟ ବଜେଟ୍ ଚାଷ ​​ଉପରେ ମଧ୍ୟ ପରାମର୍ଶ ଦେବ ଏହି କମିଟି । ଜିରୋ-ବଜେଟ୍ ପ୍ରାକୃତିକ ଚାଷ ହେଉଛି ଚାଷର ଏକ ପଦ୍ଧତି ଯେଉଁଥିରେ ଫସଲ ବୃଦ୍ଧି ଏବଂ ଅମଳ ମୂଲ୍ୟ ଶୂନ୍ୟ ଅଟେ ।

ଘରୋଇ ତଥା ରପ୍ତାନିର ସୁଯୋଗ ନେଇ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଦେବା ସହିତ ଅଧିକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ କୃଷି ମାର୍କେଟିଂ ସିଷ୍ଟମକୁ ମଜବୁତ କରିବାର ଉପାୟ ଉପରେ ଏହି ପ୍ୟାନେଲ ଦୃଷ୍ଟି ଦେବ ।

ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏହା କୃଷିଜାତ ଦ୍ରବ୍ୟ ରପ୍ତାନି ଉପରେ କମିଟି ରିପୋର୍ଟ କରିବ । ଏମଏସପି ବ୍ୟତୀତ ଏହି କମିଟି ପ୍ରାକୃତିକ ଚାଷ, ଫସଲ ବିବିଧକରଣ ଏବଂ ମାଇକ୍ରୋ ଜଳସେଚନ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଉପାୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନକୁ ଜ୍ଞାନର କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ ଏହି କମିଟି ।

କମିଟିର ଗଠନ

ଗତ ବର୍ଷ ନଭେମ୍ବରରେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା ସରକାର ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମଏସପି ସିଷ୍ଟମକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବା ସହିତ ଜିରୋ ବଜେଟ୍ ଭିତ୍ତିକ କୃଷିକୁ ପ୍ରୋତ୍ସାହିତ କରିବାର ଉପାୟ ପାଇଁ ପରାମର୍ଶ ଦେଇଛନ୍ତି।

ଏହି ତିନୋଟି ଆଇନ ଜରିଆରେ ମୁଖ୍ୟତଃ କୃଷି କ୍ଷେତ୍ରରେ କର୍ପୋରେଟ୍ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୟ କରିବା ଏବଂ ଚୁକ୍ତିଭିତ୍ତିକ ଚାଷ ପାଇଁ ଢାଞ୍ଚାକୁ ମଜବୁତ କରିବା ସହ ମଣ୍ଡି ବାହାରେ ଏକ ବିକଳ୍ପ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

କୃଷି ଆଇନକୁ ପ୍ରତ୍ୟାହାର କରି କମିଟି ଗଠନ କରିବାକୁ ଚାଷୀମାନେ ଦାବି କରିଥିଲେ। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ ବୈଠକରେ 17 ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ ପ୍ରଦାନ କରାଯାଇଥିଲା ।

ମୌସୁମୀ ଆରମ୍ଭରୁ ଚାଷୀଙ୍କୁ କେନ୍ଦ୍ରର ବଡ ଉପହାର, ବଢିଲା MSP

ଚାଷୀଙ୍କ ପାଇଁ ବଡ ଖବର, MSP ମୂଲ୍ୟରେ ହୋଇପାରେ ବଡ ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)