News

Wheat Stock Limit: ଗହମ ଉପରେ ଷ୍ଟକ୍ ସୀମା ଲାଗୁ

ପ୍ରକ୍ରିୟାକାରୀଙ୍କ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ର ଅବଶିଷ୍ଟ ମାସ ସହିତ ମାସିକ ସଂସ୍ଥାପିତ କ୍ଷମତାକୁ ଗୁଣନ କରି ଏହାର ୭୦ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି .....

25 June, 2024 4:55 PM IST By: Tanushree Mahapatra

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୧ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ଗହମ ଉପରେ ଷ୍ଟକ୍ ସୀମା ଲାଗୁ କରିଛନ୍ତି କେନ୍ଦ୍ର ସରକାର l ଷ୍ଟକ ସୀମା ବ୍ୟବସାୟୀ/ହୋଲସେଲ ବ୍ୟବସାୟୀଙ୍କ ପାଇଁ ୩୦୦୦ ମେଟ୍ରିକ୍ ଟନ୍, ଖୁଚୁରା ବିକ୍ରେତାଙ୍କ ପାଇଁ ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ର ନିମନ୍ତେ ୧୦ ମେଟ୍ରିକ ଟନ ରହିଛି l

ବଡ ଚେନ ଯୁକ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ପାଇଁ ପ୍ରତ୍ୟେକ ଦୋକାନ ନିମନ୍ତେ ୧୦ ମେଟ୍ରିକ୍ ଟନ୍ ଏବଂ ସେମାନଙ୍କ ସମସ୍ତ ଡିପୋରେ ୩୦୦୦ ମେଟ୍ରିକ୍ ଟନ୍ ନିର୍ଦ୍ଧାରିତ କରାଯାଇଛି l ପ୍ରକ୍ରିୟାକାରୀଙ୍କ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ର ଅବଶିଷ୍ଟ ମାସ ସହିତ ମାସିକ ସଂସ୍ଥାପିତ କ୍ଷମତା (ଏମଆଇସି) କୁ ଗୁଣନ କରି ଏହାର ୭୦ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି l

୨୪.୦୬.୨୦୨୪: ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ମହଜୁଦ ରୋକିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ବ୍ୟବସାୟୀ/ ହୋଲସେଲର, ରିଟେଲର, ବିଗ୍ ଚେନ୍ ରିଟେଲର ଏବଂ ପ୍ରୋସେସରମାନଙ୍କ ପାଇଁ ପ୍ରଯୁଜ୍ୟ ଗହମ ଉପରେ ଷ୍ଟକ୍ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଉପରେ ଲାଇସେନ୍ସ ଆବଶ୍ୟକତା, ଷ୍ଟକ୍ ସୀମା ଏବଂ ଚଳପ୍ରଚଳ ପ୍ରତିବନ୍ଧକ (ସଂଶୋଧନ) ଆଦେଶ, ୨୦୨୪ ଆଜିଠାରୁ ଅର୍ଥାତ୍ ଜୁନ୍ ୨୪, ୨୦୨୪ ରୁ ତୁରନ୍ତ ଜାରି କରାଯାଇଛି ଏବଂ ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ ।

ଷ୍ଟକ୍ ସୀମା ପ୍ରତ୍ୟେକ ସଂସ୍ଥା ପାଇଁ ବ୍ୟକ୍ତିଗତ ଭାବେ ଲାଗୁ ହେବ ଯେପରିକି ବ୍ୟବସାୟୀ/ ହୋଲସେଲର- ୩୦୦୦ ମେଟ୍ରିକ୍ ଟନ୍; ରିଟେଲର୍ - ପ୍ରତ୍ୟେକ ରିଟେଲ୍ ଆଉଟଲେଟ୍ ପାଇଁ ୧୦ ମେଟ୍ରିକ୍ ଟନ୍; ବିଗ୍ ଚେନ୍ ରିଟେଲର୍- ପ୍ରତ୍ୟେକ ଆଉଟଲେଟ୍ ପାଇଁ ୧୦ ମେଟ୍ରିକ୍ ଟନ୍ ଏବଂ ସମସ୍ତ ଡିପୋ ଓ ପ୍ରୋସେସରରେ ୩୦୦୦ ମେଟ୍ରିକ୍ ଟନ୍ ରହିଛି। ପ୍ରକ୍ରିୟାକାରୀଙ୍କ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ର ଅବଶିଷ୍ଟ ମାସ ସହିତ ମାସିକ ସଂସ୍ଥାପିତ କ୍ଷମତା (ଏମଆଇସି) କୁ ଗୁଣନ କରି ଏହାର ୭୦ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି। ଉପରୋକ୍ତ ଭଳି ସମ୍ପୃକ୍ତ ଆଇନଗତ ସଂସ୍ଥାଗୁଡ଼ିକୁ ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ପଡ଼ିବ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ପୋର୍ଟାଲ (https://evegoils.nic.in/wsp/login )ରେ ନିୟମିତ ଭାବେ ଅପଡେଟ୍ କରିବାକୁ ପଡ଼ିବ ଏବଂ ଯଦି ସେମାନଙ୍କ ପାଖରେ ଥିବା ଷ୍ଟକ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ ତେବେ ସେମାନଙ୍କୁ ଏହି ବିଜ୍ଞପ୍ତି ଜାରି ହେବାର ୩୦ ଦିନ ମଧ୍ୟରେ ନିର୍ଦ୍ଧାରିତ ଷ୍ଟକ୍ ସୀମାକୁ ଆଣିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ

ଗୁଣକାରୀ ଜାମୁକୋଳି ଏବଂ ଏହାକୁ ଖାଇବାର ଫାଇଦା !

Subhadra Jojana: ମହିଳାଙ୍କୁ ମିଳିବ ୫0,000ର କ୍ୟାସ୍ ଭାଉଚର୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)