News

ଓଜନ ଉପକରଣ ନିର୍ମାତାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ

ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର ।

30 August, 2022 4:57 PM IST By: Shuvanshu Kar

ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ(weighing and measuring instruments) ନିର୍ମାତା ଓ ରପ୍ତାନିକାରୀମାନ(manufacturers/importers)ଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର । ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି ।

ବିଶେଷ କରି ଇ-କମର୍ସ ପ୍ଲାଟଫର୍ମରେ କାରବାର କରୁଥିବା ଉତ୍ପାଦନକାରୀ, ରପ୍ତାନିକାରୀ, ବିକ୍ରେତାମାନଙ୍କଠାରୁ ମଡେଲର ଅନୁମୋଦନ, ଉତ୍ପାଦନ, ରପ୍ତାନିକାରୀ, ଡିଲର ଲାଇସେନ୍ସ ଏବଂ ଓଜନ ନିକିତି ଯାଞ୍ଚର ବିବରଣୀ ମଗାଯାଇଛି । କେତେକ ଓଜନ ଓ ମାପନ ଉପକରଣ ଉତ୍ପାଦନକାରୀ ଓ ରପ୍ତାନିକାରୀମାନେ ଆଇନରେ ଥିବା ବ୍ୟବସ୍ଥାକୁ ପାଳନ ନକରି ମଣିଷ ଓଜନ ମେସିନ ଏବଂ ରୋଷେଇ ଘର ପାଇଁ ବ୍ୟବହୃତ ନିକିତି ଆଦି ବିକ୍ରି କରୁଛନ୍ତି । ଇ-କମର୍ସ ସାଇଟରେ ଏଭଳି ଅନଧିକୃତ ଭାବେ ବିକ୍ରି କାରଣରୁ କେବଳ ଗ୍ରାହକମାନେ ଉଚିତ୍‌ ସେବାରୁ ବଞ୍ଚିତ ହେଉନାହାନ୍ତି ବରଂ ସରକାର ମଧ୍ୟ ରାଜସ୍ୱ କ୍ଷତି ସହୁଛନ୍ତି ।

ଗ୍ରାହକମାନଙ୍କ ହିତ ରକ୍ଷା ଏବଂ ସଂରକ୍ଷଣ ନିମନ୍ତେ, ବୈଧ ମାପ ଆଇନ, ୨୦୦୯ ଅଧୀନରେ ଓଜନ ଓ ମାପନ ଉପକରଣର ନିର୍ମାତା/ରପ୍ତାନିକାରୀମାନେ ସେମାନଙ୍କର ଓଜନ ଓ ମାପ ଉପକରଣର ମଡେଲ (ଧାରା ୨୨) ପାଇଁ ଅନୁମତି ନେବାର ଆବଶ୍ୟକତା ରହିଛି । ସେହିପରି ଧାରା ୨୩ ଅନୁଯାୟୀ ସେମାନଙ୍କୁ ନିର୍ମାଣ ଲାଇସେନ୍ସ ଏବଂ ଧାରା ୧୯ ଅନୁଯାୟୀ ରପ୍ତାନିକାରୀ ପଞ୍ଜିକରଣ କରାଇବା ଜରୁରି । ଏହାଛଡ଼ା ଧାରା ୨୪ ଅଧୀନରେ ଓଜନ ଓ ମାପ ଉପକରଣର ଯାଞ୍ଚ/ ଷ୍ଟାମ୍ପିଙ୍ଗ କରାଯିବାର ମଧ୍ୟ ଆବଶ୍ୟକତା ରହିଛି ।

ଆହୁରି ବୈଧ ମାପ (ପ୍ୟାକେଜ ହୋଇଥିବା ଉତ୍ପାଦ), ନିୟମାବଳୀ ୨୦୧୧ର ବ୍ୟବସ୍ଥା (ନିୟମ ୬) ଅନୁଯାୟୀ ଓଜନ ଏବଂ ମାପନ ଉପକରଣ ସମ୍ପର୍କରେ ଆଗୁଆ ପ୍ୟାକେଜିଂ ବେଳେ କିମ୍ବା ଇ-କମର୍ସ ପ୍ଲାଟଫର୍ମରେ ଘୋଷଣାନାମା ପ୍ରଦାନ କରିବାର ଆବଶ୍ୟକତା ରହିଛି ।

ଗ୍ରାହକଙ୍କ ହିତ ରକ୍ଷା ପାଇଁ ଓଜନ ଓ ମାପ ଉପକରଣ ମଡେଲକୁ ମଞ୍ଜୁରି, ନିର୍ମାଣ ଲାଇସେନ୍ସ/ ରପ୍ତାନିକାରୀଙ୍କ ପଞ୍ଜୀକରଣ ଏବଂ ଓଜନ ଓ ମାପ ଉପକରଣର ଯାଞ୍ଚ/ଷ୍ଟାମ୍ପିଙ୍ଗ ବାଧ୍ୟତାମୂଳକ । ଏହା ଓଜନ, ମାପ ତଥା ଓଜନ ମାପନ ଓ ସଂଖ୍ୟା ଆଧାରରେ ବିକ୍ରି ହେଉଥିବା ଅନ୍ୟ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟ ଅତି ଜରୁରି । ପୂର୍ବରୁ ପ୍ୟାକେଜ୍‌ ହୋଇଥିବା ଉତ୍ପାଦ/ ଇ-କମର୍ସ ପ୍ଲାଟଫର୍ମ ଉପରେ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯିବା ମଧ୍ୟ ବାଧ୍ୟତାମୂଳକ, ଯାହାଫଳରେ ଗ୍ରାହକମାନେ ସୂଚିତ ହୋଇ ସଠିକ ନିଷ୍ପତ୍ତି ନେଇପାରିବେ ।

ନିର୍ମାତା/ଉତ୍ପାଦନକାରୀମାନେ ନିର୍ମାଣ, ରପ୍ତାନି, ବିକ୍ରି, ବିତରଣ ହେଉଥିବା ଓଜନ ଏବଂ ମାପ ଉପକରଣ ସଂଖ୍ୟାର ରେକର୍ଡ ରଖିବାର ଆବଶ୍ୟକତା ରହିଛି । ଏସବୁ ସାମଗ୍ରୀର ଯାଞ୍ଚ ପାଇଁ ସରକାରଙ୍କୁ ପଇଠ କରାଯାଉଥିବା ଶୁଳ୍କର ରେକର୍ଡ ମଧ୍ୟ ରଖାଯିବା ଜରୁରି ।

ବୈଧ ମାପ ଆଇନର ଏହିସବୁ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ, ଧାରା ୩୨ (ମଡେଲ ପାଇଁ ମଞ୍ଜୁରି ନେବାରେ ବିଫଳତା କ୍ଷେତ୍ରରେ), ଧାରା ୪୫ (ବିନା ଲାଇସେନ୍ସରେ ଓଜନ ଏବଂ ମାପ ଉପକରଣ ନିର୍ମାଣ ପାଇଁ ଜୋରିମାନା), ଧାରା ୩୮ (ଓଜନ କିମ୍ବା ମାପ ଉପକରଣ ରପ୍ତାନିକାରୀମାନେ ପଞ୍ଜିକରଣ ନକରିବା କ୍ଷେତ୍ରରେ ଜୋରିମାନା), ଧାରା ୩୩ (ଓଜନ କିମ୍ବା ମାପର ବିନା ଯାଞ୍ଚରେ ବ୍ୟବହାର ପାଇଁ ଜୋରିମାନା) ଏବଂ ଧାରା ୩୬ (ଅଣ-ମାନକୀକୃତ ପ୍ୟାକେଜ ପାଇଁ ଜୋରିମାନା ଆଦି) ଅଧୀନରେ ଜୋରିମାନା କିମ୍ବା ଜେଲ ଦଣ୍ଡାଦେଶ ଅଥବା ଉଭୟ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।

ଓଲା ଏବଂ ଉବେରକୁ ନୋଟିସ୍ ଜାରି କଲା CCPA

ଖାଉଟି ଅଭିଯୋଗର ଶୀଘ୍ର ବିଚାର ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)