News

କାହିଁକି 52,460 ଟନ ପିଆଜ କିଣିଲା କେନ୍ଦ୍ର ? ଜାଣନ୍ତୁ...

ଗତ କିଛି ବର୍ଷ ଧରି ଉତ୍ପାଦନ ଅଭାବ ଦିନରେ ମୂଲ୍ୟ ବୃଦ୍ଧି ହେତୁ ସରକାର ପିଆଜର ଏକ ବଫର୍ ଷ୍ଟକ୍ ବଜାୟ ରଖିଛନ୍ତି । ନ୍ୟାସନାଲ ଏଗ୍ରିକଲଚର କୋଅପରେଟିଭ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ମାଧ୍ୟମରେ ପିଆଜ କ୍ରୟ କରାଯାଉଛି ।

26 June, 2022 1:57 PM IST By: Shuvanshu Kar

ବଫର ଷ୍ଟକ୍(buffer stock) ବଜାୟ ରଖିବା ପାଇଁ କେନ୍ଦ୍ର ଚଳିତ ବର୍ଷ ମେ ମାସ ଶେଷ ପର୍ଯ୍ୟନ୍ତ 52,460 ଟନ୍ ପିଆଜ କ୍ରୟ କରିଛି । ଏନେଇ ସୂଚନା ଦେଇଛନ୍ତି ଖାଉଟି ମନ୍ତ୍ରଣାଳୟର(Ministry of Consumer Affairs, Food and Public Distribution)ଜଣେ ଅଧିକାରୀ । ଗତ କିଛି ବର୍ଷ ଧରି ଉତ୍ପାଦନ ଅଭାବ ଦିନରେ ମୂଲ୍ୟ ବୃଦ୍ଧି ହେତୁ ସରକାର ପିଆଜର ଏକ ବଫର୍ ଷ୍ଟକ୍ ବଜାୟ ରଖିଛନ୍ତି । ନ୍ୟାସନାଲ ଏଗ୍ରିକଲଚର କୋଅପରେଟିଭ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ମାଧ୍ୟମରେ ପିଆଜ କ୍ରୟ କରାଯାଉଛି ।

2022-23 ବର୍ଷ ପାଇଁ, ରବି ଋତୁରେ 2.50 ଲକ୍ଷ ଟନ୍ ପିଆଜ କ୍ରୟ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଧିକାରୀ କହିଛନ୍ତି ଯେ ନାଫେଡ୍ ଚଳିତ ବର୍ଷ ମେ 31 ପର୍ଯ୍ୟନ୍ତ 52,460.34 ଟନ୍ ପିଆଜ କ୍ରୟ କରିଛି ।

ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଆସନ୍ତା ମାସ ସୁଦ୍ଧା ହାସଲ ହେବ ବୋଲି ଅଧିକାରୀ କହିଛନ୍ତି । 2021-22ରେ, ପିଆଜ ମୂଲ୍ୟକୁ କମ କରିବା ପାଇଁ ଯୋଜନାବଦ୍ଧ ଭାବରେ ରିଲିଜ୍ ପାଇଁ ମୋଟ 2.08 ଲକ୍ଷ ଟନ୍ ରବି ପିଆଜ କ୍ରୟ କରାଯାଇଥିଲା ।

କୃଷି ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, 2022-23 (ଜୁଲାଇ-ଜୁନ୍) ଫସଲରେ ଦେଶର ମୋଟ ପିଆଜ ଉତ୍ପାଦନ 16.81 ପ୍ରତିଶତ ବୃଦ୍ଧି ହୋଇ 11.2 ଲକ୍ଷ ଟନ୍ ହେବ । 2021-22ରେ ଏହା 66.4 ଲକ୍ଷ ଟନ ଥିଲା ।

ଗ୍ରାହକଙ୍କୁ ମହଙ୍ଗା ମାଡ, ଆକାଶଛୁଆଁ ଏବେ ପିଆଜ ଦର

ଏଥର ରାଜ୍ୟର ଚାଷୀଙ୍କ ମୁହଁରେ ହସ ଫୁଟାଇବ ପିଆଜ

ସେପଟେ ପିଆଜ ଦର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ପିଆଜ ଦର ଏବେ ପାଇକାରୀ ଦର ୫0ଟଙ୍କାରୁ ୬୦ ଟଙ୍କାରେ ପହଞ୍ଚିଛି । ନାସିକ ଓ ବେଙ୍ଗାଲୁରରୁ ପିଆଜ ଏବେ ରାଜ୍ୟକୁ ପିଆଜ ଆମଦାନୀ କରାଯାଉଛି । ଓଡିଶାର ପିଆଜ ବାଜରକୁ ଆସିଲେ କିଲୋପ୍ରତି ମୂଲ୍ୟ ୧୫ରୁ ୨୦ ଟଙ୍କାକୁ ଖସିଆସିବ ବୋଲି ବ୍ୟବସାୟୀ କହିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)