News

କୃଷି ଭିତ୍ତିଭୂମିର ହେବ ବୃହତ ବିକାଶ, ଆସିଲା 32000 କୋଟିର ପ୍ରସ୍ତାବ

କୃଷି ଭିତ୍ତିଭୂମି ପାଣ୍ଠି ଅନ୍ତର୍ଗତ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପାଖକୁ 23,000 କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

16 July, 2022 10:19 AM IST By: Shuvanshu Kar

କୃଷି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର । କୃଷି ଭିତ୍ତିଭୂମି ପାଣ୍ଠି agriculture infrastructure fund (ଏଆଇଏଫ) ଅନ୍ତର୍ଗତ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପାଖକୁ 23,000 କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର(Narendra singh tomar) ।

2020ରେ ସ୍ଥାପିତ ହୋଇଥିଲା ଏଆଇଏଫ । ଋଣ ସହାସୟତା ଓ ଆର୍ଥିକ ସମର୍ଥନ ମାଧ୍ୟମରେ ଫସଲ ଅମଳ ପରେ ଏହାର ପରିଚାଳନା ସମ୍ବନ୍ଧୀୟ ଭିତ୍ତିଭୂମି ଢାଞ୍ଚା ପାଇଁ 2025-26 ପର୍ଯ୍ୟନ୍ତ ଏକ ମଧ୍ୟମ ଓ ଦୀର୍ଘକାଳୀନ ଋଣ ସୁବିଧା ପ୍ରଦାନ ଏହାର ଉଦ୍ଦେଶ୍ୟ ।

ମନ୍ତ୍ରଣାଳୟର ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ 2025-26ସୁଦ୍ଧା 1 ଲକ୍ଷ କୋଟି ଟଙ୍କାର ଆର୍ଥିକ କୋଷ ସହିତ ଏଆଇଏଫକୁ ଋଣ ମାଧ୍ୟମରେ ବିତରଣ କରାଯିବ । ସମସ୍ତ ରାଜ୍ୟର କୃଷିମନ୍ତ୍ରୀମାନଙ୍କ ବୈଠକ ପରେ ତୋମାର କହିଛନ୍ତି, ବର୍ତ୍ତମାସୁଦ୍ଧା ଆମକୁ 23,000 କୋଟି ଟଙ୍କାର ପ୍ରସ୍ତାବ ମିଳିଛି । ଏଥିରୁ 13,000 କୋଟି ଟଙ୍କାର ପ୍ରସ୍ତାବ ବିଚାରାଧିନ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

କୃଷିମନ୍ତ୍ରୀ କହିଛନ୍ତି, ଏହି ପାଣ୍ଠି ଇଚ୍ଛୁକ ବ୍ୟକ୍ତିଙ୍କୁ ପ୍ରଭାବଶାଳୀ ପ୍ରସ୍ତାବ ସହିତ ଋଣ ଜରିଆରେ ପ୍ରଦାନ କରାଯିବ । ଏହାସହିତ ଏହି ଋୁଣ ସର୍ବନିମ୍ନ 3 ପ୍ରତିଶତ ସୁଦ୍ଧ ଦରରେ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ।

ନିକଟରେ କୃଷି ଭିତ୍ତିଭୂମି ପାଣ୍ଠି ଯୋଜନାରେ ବର୍ତ୍ତମାନସୁଦ୍ଧା 13 ହଜାର ପ୍ରକଳ୍ପ ପାଇଁ ପାଖାପାଖି 9500 କୋଟି ଟଙ୍କାର ଋୁଣ ମଞ୍ଜୁରୀ ଦିଆଯାଇଥିବା ସୂଚନା ଦେଇଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏହା 1 ଲକ୍ଷ କୋଟି ଟଙ୍କାର ଯୋଜନା ବୋଲି କହିଥଇଲେ କୃଷିମନ୍ତ୍ରୀ । ଏହି ଟଙ୍କା ଶୀତଳିକରଣ ଭଣ୍ଡାର ଓ ଓୟାରହାଉସ ଭଳି କୃଷି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ ବୋଲି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।

କୃଷି ଭିତ୍ତିଭୂମି ପାଣ୍ଠି: 13 ହଜାର ପ୍ରୋଜେକ୍ଟ ପାଇଁ 9500 କୋଟି ମଞ୍ଜୁରୀ

NPAs: କୃଷି ଋୁଣ 15% ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)