News

ଛତିଶଗଡ଼ କଣ୍ଡଗାଁ ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

ମହିନ୍ଦ୍ରା ଟ୍ରାକ୍ଟର ଅଫର ବିଷୟରେ ଜାଣିଲେ ଚାଷୀ

14 June, 2024 4:04 PM IST By: Tanushree Mahapatra

ଛତିଶଗଡ଼ କଣ୍ଡଗାଁ ଠାରେ କୃଷି ଜାଗରଣ ଦ୍ୱାରା ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଛି l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏକାଧିକ ଚାଷୀଙ୍କ ସମାଗମ ଦେଖିବାକୁ ମିଳିଥିଲା l ଡଃ ଓଁ ପ୍ରକାଶ ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ( senior scientist and head ) l ତାଙ୍କୁ ସହଯୋଗ କରିଥିଲେ ଏହି ପଦକ୍ଷେପ ବିଷୟରେ ବଖାଣିବା ପାଇଁ କୃଷି ଜାଗରଣ ସଂସ୍ଥାର କଣ୍ଟେଣ୍ଟ ମୁଖ୍ୟ ବିବେକ ରାୟ l

ଏହି ଏକ ଦିବସୀୟ କୃଷି ମେଳାରେ ସମସ୍ତ ଦକ୍ଷ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା ଉପସ୍ଥିତ ଥିବା ଅତିଥିଙ୍କ ଠାରୁ l ଡଃ ରାଜାରାମ ତ୍ରିପାଠୀ କୃଷି ଜାଗରଣ ଦ୍ୱାରା ଦେଶର ଧନୀ ଚାଷୀ ନିଜ ସଫଳ କାହାଣୀ କହିଥିଲେ ଅନ୍ୟ ଚାଷୀଙ୍କୁ l ଏହାପରେ ଉପସ୍ଥିତ ଥିବା ଅନ୍ୟ ଦକ୍ଷ ପ୍ରଗତିଶୀଳ ଚାଷୀ ନିଜର ସଫଳ କାହାଣୀ ବଖାଣିଥିଲେ l କୃଷି ଯନ୍ତ୍ରପାତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ଶ୍ରୀ ଚିରଞ୍ଜିବି କୁମାର ମହିନ୍ଦ୍ରା ଟ୍ରାକ୍ଟର କମ୍ପନୀର ଏରିଆ ମେନେଜର ଚାଷୀଙ୍କ ସହିତ ମହିନ୍ଦ୍ରା କମ୍ପାନୀର ଶ୍ରେଷ୍ଠ ଟ୍ରାକ୍ଟର ଏବଂ ତାହାର ବ୍ୟବହାର ବିଅସ୍ୟରେ ଆଲୋଚନା କରିଥିଲେ ଚାଷୀଙ୍କ ସହିତ l

ଏଥି ସହିତ Ace କୃଷି ଯନ୍ତ୍ରପାତି କମ୍ପାନୀର ଶ୍ରୀ ଲଲିତ ସାହୁ ମଧ୍ୟ ଉପସ୍ଥିତ ଥିଲେ l ଫଳ ପନିପରିବା ଚାଷରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି SMS କମ୍ପାନୀର ସୁରେଶ ମାରକମ ,ମତ୍ସ୍ୟ ବିଭାଗର ଡଃ ଓଁ ପ୍ରକାଶ ଙ୍କ ସହିତ ଅନ୍ୟ କୃଷି ବୈଜ୍ଞାନିକ ଉପସ୍ଥିତ ଥିଲେ ଯେଉଁମାନେ ଚାଷୀଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ଆଜିର ଏହି ଏକ ଦିବସୀୟ ମେଳା ସଫଳ ମଧ୍ୟ ହୋଇଛି l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି ଏବଂ ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l

 

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)