News

ପ୍ରଦୀପଙ୍କ ପରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତ

୪ ଦଶନ୍ଧି ପରେ ଜଣେ ଅଣ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ତ୍ୱ ପ୍ରଦାନ କରାଯାଇଛି ।

29 June, 2024 1:35 PM IST By: Tanushree Mahapatra

୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ମନୋଜ ଆହୁଜା ହେବେ ଓଡ଼ିଶା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ l ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ତ୍ୱରେ ଥିବା ପ୍ରଦୀପ କୁମାର ଜେନା ଆସନ୍ତା ୩୦ ତାରିଖ ଅର୍ଥାତ ଗତକାଲି ଚାକିରିରୁ ଅବସର ଗ୍ରହଣ କରିବେ l ଏହା ପରେ ଶ୍ରୀ ଆହୁଜା ଦାୟିତ୍ବ ଗ୍ରହଣ କରିବେ ଗତକାଲି ।

ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି। ୪ ଦଶନ୍ଧି ପରେ ଜଣେ ଅଣ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ତ୍ୱ ପ୍ରଦାନ କରାଯାଇଛି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିବା ପରେ ମନୋଜ ଆହୁଜା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ନୂଆ ଦାୟିତ୍ବ ମିଳିିଥିବାରୁ ସେ ବେଶ ଖୁସି ଅଛନ୍ତି । ସପ୍ତାହକ ମଧ୍ୟରେ ସେ ଓଡ଼ିଶା ଫେରିବେ ଏବଂ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ପ୍ରକାଶ କରିଛନ୍ତି । ମନୋଜ ଆହୁଜା  ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ଶ୍ରୀ ମନୋଜ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ରହିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା ।

ଜିଏ ବିଭାଗ ପକ୍ଷରୁ ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୨୦୨୨ରେ କୃଷି ସଚିବ ଦାୟିତ୍ଵ ମିଳିଥିଲା ତାଙ୍କୁ । ତେବେ ସେ ୨୦୧୭ ମସିହାରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୨୦ ମସିହାରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିୟର ଆରମ୍ଭ କରିଥିବା ମନୋଜ ଏହା ପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ଭାବେ ନିଯୁକ୍ତି ପାଇଥିଲେ  । ୨୦୧୨ ରେ ସେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ବାଣିଜ୍ୟ କର କମିଶନର ଭାବେ କାର୍ଯ୍ୟରତ ଥିଲେ । ତେବେ ୨୦୧୫ ରେ ସେ ସମବାୟ ବିଭାଗର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ।

ଅଧିକ ପଢ଼ନ୍ତୁ

ଗୋଲମରିଚ ଚାଷ କରି ଆଜି କୋଟିପତି

ଆତ୍ମନିର୍ଭର ଏବଂ ବିକଶିତ ଭାରତ ଯାତ୍ରାରେ MSME ପ୍ରମୁଖ ଶକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)