News

ଅଚାନକ ଟିକସ ସମୀକ୍ଷା ଖବର ଉପରେ କଣ ସ୍ପଷ୍ଟୀକରଣ ରଖିଲା ତୈଳ ମନ୍ତ୍ରଣାଳୟ ? ଜାଣନ୍ତୁ...

ତୈଳ ମନ୍ତ୍ରଣାଳୟର ଅଚାନକ ଟିକସ ସମୀକ୍ଷା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅଗଷ୍ଟ ୨୦୨୨ ଚିଠିକୁ ଦର୍ଶାଇ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ବାବଦ ଅତିରିକ୍ତ କର ଧାର୍ଯ୍ୟ କରିବା ଖବର ପ୍ରକାଶ ପାଇଛି । ଏହି ଖବର ଭିତ୍ତିହୀନ ଅଟେ ।

21 September, 2022 10:29 AM IST By: Shuvanshu Kar

ତୈଳ ମନ୍ତ୍ରଣାଳୟର ଅଚାନକ ଟିକସ ସମୀକ୍ଷା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅଗଷ୍ଟ ୨୦୨୨ ଚିଠିକୁ ଦର୍ଶାଇ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ବାବଦ ଅତିରିକ୍ତ କର ଧାର୍ଯ୍ୟ କରିବା ଖବର ପ୍ରକାଶ ପାଇଛି । ଏହି ଖବର ଭିତ୍ତିହୀନ ଅଟେ ।

ସ୍ପଷ୍ଟୀକରଣ ଅନୁସାରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କ(ଏସଏଇଡି) ଜୁଲାଇ ପହିଲା, ୨୦୨୨ରେ ସରକାରଙ୍କ ପାକ୍ଷିକ ସମୀକ୍ଷା ବ୍ୟବସ୍ଥା ସହ ସଂଯୁକ୍ତ ଥିଲା । ଏସଏଇଡି କର ଧାର୍ଯ୍ୟ ନେଇ ଛଅଟି ସମୀକ୍ଷା ହୋଇସାରିଛି । ଇତିମଧ୍ୟରେ ସମୟେ ସମୟେ ସରକାର ଅତିରିକ୍ତ କର ଧାର୍ଯ୍ୟ, ଦର, ଦେୟ ନିର୍ଦ୍ଧାରଣ ଇତ୍ୟାଦି ସ୍ପଷ୍ଟୀକରଣ ନେଇ ଅନେକ ଅନୁରୋଧ ଓ ନିବେଦନପତ୍ର ପାଇଛନ୍ତି । ଏଥିନେଇ ବିଭିନ୍ନ ମନ୍ତ୍ରଣାଳୟ ଯଥା ଅର୍ଥ ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ଆନ୍ତଃ ମନ୍ତ୍ରଣାଳୟ ବିଚାରବିମର୍ଷ ହୋଇଥାଏ । ଏପରି ଆଲୋଚନା ଚିରାଚରିତ ପ୍ରକ୍ରିୟା ଓ ପରବର୍ତ୍ତୀ ସମୀକ୍ଷା ପାଇଁ କରାଯାଇଥାଏ ।

କୌଣସି ଯୋଗାଯୋଗ ସଂକ୍ରାନ୍ତ ତଥ୍ୟଲିକ୍ ଓ ସେହିପରି ଛଅ ସପ୍ତାହ ପୁରୁଣା ଯୋଗାଯୋଗ ବିଷୟ ବର୍ହିଭୂତ ଓ ପୁଷ୍ଟଭୂମି ରହିତ ଖବର ଭିତ୍ତିହୀନ ଓ ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ପର୍ଯ୍ୟବେସିତ । ଏହିପରି ନିରର୍ଥକ ଓ ଖଳପ୍ରବୃତ୍ତି ଜନିତ ତଥ୍ୟ ବିତରଣ ଆଦୌ ଗ୍ରହଣୀୟ ହୋଇ ନ ଥିଲା ବେଳେ ଏଭଳି ଖବରର ଅଭିପ୍ରାୟ ସନ୍ଦେହ ପରିସରକୁ ଆସିଥାଏ ।

ପ୍ରକୃତପକ୍ଷେ ଏସଏଇଡି ବା ଅଚାନକ ଲଗାଯାଉଥିବା ଟିକସ କୌଣସି ପରିବର୍ତ୍ତିତ ପରିସ୍ଥିତିରେ ହିଁ ହୋଇଥାଏ। ବାରମ୍ବାର ବିଚାର ସେଥିପାଇଁ ଆବଶ୍ୟକ ହେଉଥିବା ବେଳେ ଏହା ବଜାର ନିବେଶ ଓ ସଂଗୃହୀତ ତଥ୍ୟ ଉପରେ ନିର୍ଭରଶୀଳ । ୨୦୨୨ରେ ଅଶୋଧିତ ତୈଳ ଦରରେ ଅନେକ ଉତ୍‌ଥାନ ପତନ ଦେଖାଦେଇଛି । ପେଟ୍ରୋଲ ପମ୍ପରୁ ତେଲ ସଂଗ୍ରହ କରିଥିବା ଉପଭୋକ୍ତାମାନଙ୍କୁ ଅନେକ ସମୟରେ ଚଢା ଦର ଦେବାକୁ ହୋଇଛି । ଉପଭୋକ୍ତମାନଙ୍କ ଉପରେ ଯେପରି ଏହାର ଖରାପ ପ୍ରଭାବ ନ ପଡିବ, ସେଥିପାଇଁ ବିଶ୍ୱର ଅନେକ ଦେଶ ଏହାର ଦୂରୀକରଣ ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରିଛନ୍ତି । “ୱିଣ୍ଡପଲ ଟ୍ୟାକ୍ସ” ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ସେହିପରି ଏକ ପଦକ୍ଷେପ । ଏହାର ପ୍ରୟୋଗ, ବିଚାର ପାଇଁ ପଠାଇବା ଅବଧି ସେସ, ଟିକସ, ଶୁଳ୍‌କ, ଟିକସ ବୋଝର ପ୍ରଭାବ ଇତ୍ୟାଦି ଏପରି ଟିକସ ପାଇଁ ସମୀକ୍ଷା କରିବାକୁ ପଡିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)