News

ପାଣିପାଗ ପରିବର୍ତନ କୁ ନେଇ ସଂକଟରେ କୃଷି

ପାଣିପାଗ ପରିବର୍ତନ କୁ ନେଇ ସଂକଟରେ କୃଷି

03 October, 2019 5:43 PM IST By: KJ Staff

ଚାଷ ପଦ୍ଧତ୍ତି ବଦଳାଇବା ସବୁଠାରୁ ଗୁରୁତ୍ୱପୂର୍ଣ

ଜଳବାୟୁ ପରିବର୍ତନ ର କୃଷି ଉପରେ ଗଭୀର ପ୍ରଭାବ ଦେଖିବାକୁ ମିଳିଛି |ଚଳିତ ବର୍ଷ କେଉଁ ଠାରେ ଅଧିକ ବର୍ଷା ରୁ ଫସଲ ନଷ୍ଟ ହେବ ବେଳେ ପୁଣି କେତେକ ସ୍ଥାନରେ ମୌସୁମୀ ଅଭାବ ରୁ ଚାଷୀ କୁ ନାହିଁ ନଥିବା ପରିସ୍ଥିତ ତା ସମ୍ମୁଖୀନ ହେବାକୁ ପଡିଛି |ଏଥର ମଧ୍ୟ ବହୁ ପରିମାଣ ରେ ଫସଲ ନଷ୍ଟ ହେବା ସହ ଚାଷୀ ଭାଇମାନଙ୍କୁ ବହୁତ ଅଧିକ କ୍ଷେତି ସହିବାକୁ ପଡିଛି |

ଦ୍ରୁତ ଗତି ରେ ଜଳବାୟୁ ପରିବର୍ତନ ବିଶ୍ୱବ୍ୟାପି ସମସ୍ତ ବିଶେଷଜ୍ଞ ଙ୍କୁ ଚିନ୍ତା ରେ ପକାଇଛି |ଚଳିତ ବର୍ଷ ଭାରତ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚି ଥିବାରୁ କୃଷି କ୍ଷେତ୍ର ରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି |ଏପରି ପରିସ୍ଥିତି ରେ ୧.୩୬ କୋଟି ଭାରତୀୟ ଙ୍କ ତୁଣ୍ଡରେ ଦାନ ଦେବା ନିହାତି କାଠିକର ପାଠ |ତେଣୁ ଆଗାମୀ ଦିନରେ ଏହି ପରି ପରିସ୍ଥିତି ର ସମ୍ମୁଖୀନ ଲାଗି ଚାଷ ପଦ୍ଧତି ରେ ପରିବର୍ତନ ଆବଶ୍ୟକ ବୋଲି ପାଣିପାଗ ବିଶେଷଜ୍ଞ ମାନେ ମତ ଦେଇଛନ୍ତି |

ଚଳିତ ବର୍ଷା ମହାରାଷ୍ଟ୍ର ରେ ଭୟଙ୍କର ବନ୍ୟା ର ସ୍ତିତି ଉପୁଜିଥିଲା ବେଳେ ନାସିକ ରେ ପିଆଜ ର ଅଭାବ ଦେଖାଯାଇଛି |ସେହିପରି ନିରନ୍ତ ବର୍ଷା ପରେ ଓଡ଼ିଶାରେ ମଧ୍ୟ ଧାନ ଚାଷ ପ୍ରଭାବିତ ହୋଇଛି |୨୦୧୬ ରେ ଅସମୟରେ ବର୍ଷା ହୋଇଥିବାରୁ ରାଜ୍ୟ ବ୍ୟାପି ଚକଡା ପୋକ ସମସ୍ୟା ଦେଖା ଯାଇଥିଲା |ଏହିପରି ପରିସ୍ଥିତି ଲାଗି ରହିଲେ ଖୁବ ଶୀଘ୍ର ଖାଦ୍ୟ ସଙ୍କଟ ଦେଖିବାକୁ ମିଳିବ ବୋଲି ଓୟୁଏଟି ର ପୂର୍ବତନ କୁଳପତି କୃଷି ବିଶେଷଜ୍ଞନ ଡଃ ସୁରେନ୍ଦ୍ର ନାଥ ପଶୁପାଳକ ମତ ଦେଇଛନ୍ତି |

ଅକ୍ଷୟ ତୃତୀୟ ପରଠାରୁ ଜମି ରେ ହଳ ଚାଲାହୁଏ ଅର୍ଥାତ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ ହେଲେ ବର୍ତମାନ ଜୁନ ମାସ ଶେଷ ଯାଏ ମୌସୁମୀ ର ଦେଖା ଦର୍ଶନ ମିଳୁ ନାହିଁ |ତଳି ପକାଇଲା ପରେ ଖୁବ ଅଳ୍ପ ବର୍ଷା ହେବାରୁ ଚାଷୀ କୁ ଗଜା ମରୁଡି ପରି ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି |ପୁନର୍ବାର ଧାନ ରୋଇ ତଳି ପକାଇଲେ ବେଳେ ସେପଟେ ଅମଳ କରିବାରେ ବେଶ ବିଳମ୍ବ ହେଉଛି |
ଅନ୍ୟ ପକ୍ଷେ ରବି ଧାନ ଚାଷ ଆରମ୍ଭ ସମୟରେ ବର୍ଷା କମୁ ନାହିଁ |
ଏନେଇ ଡଃ ପଶୁପାଳକ ମତ ଦେଇଛନ୍ତି ଯେ ୨୦୧୧ ରୁ ୨୦୧୫ ମସିହା ମଧ୍ୟରେ ତାପମାତ୍ରା ୦.୨ ଡିଗ୍ରୀ ସେଲସିଅସ ବୃଦ୍ଧି ପାଇଛି |ତେଣୁ ରାଜ୍ୟରେ ବର୍ଷା ଗତିବିଧି ମଧ୍ୟ ବଦଳିବାରେ ଲାଗିଛି |ସରକାର ଚାଷୀଙ୍କୁ ଫସଲ ବୀମା ନ ଯୋଗାଇ ଯଦି ଆଧୁନିକ ପଦ୍ଧତ୍ତି ରେ ଜୈବିକ ଚାଷ କରିବାକୁ ପ୍ରୋତ୍ସାହନ ନ ଦିୟନ୍ତି ତେବେ ଖୁବ ଶୀଘ୍ର ରାଜ୍ୟ ରେ ଖାଦ୍ୟ ସଙ୍କଟ ଦେଖିବାକୁ ମିଳିବ |ଚଳିତ ବର୍ଷ ଫଣି o ଅସମୟରେ ଲଗାନା ବର୍ଷ ହେବାରୁ ଅନେକ ସ୍ଥାନରେ ଦୁଇ ଦୁଇ ଥର ଚାରା ରୋପଣ କରିବା ଦ୍ୱାରା ଚାଷୀ ମାନେ ବେଶ କ୍ଷେତିଗ୍ରସ୍ତ ହୋଇଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)