News

ମା ହେଲେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ...ଛାତ୍ରୀନିବାସ ରେ ପ୍ରସବ

ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ଜଣେ ନାବାଳିକା ଦାରିଂବାଡ଼ି ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସରେ କନ୍ୟା ସନ୍ତାନକୁ ଜନ୍ମ ଦେବା ସମଗ୍ର ଜିଲ୍ଲାରେ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି |ମା ଓ ଶିଶୁ ଉଭୟଙ୍କୁ ପ୍ରଥମେ ବାଲିଗୁଡା ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା

18 January, 2019 9:21 AM IST By: KJ Staff

ଘଟଣାର ଗୁରୁତ୍ୱପୂର୍ଣ ଦିଗ ..
-ସରକାଙ୍କୁ ରିପୋର୍ଟ ଦେଲେ ଜିଲାପାଳ ,୧୪ ଜଣ କର୍ମଚାରୀଙ୍କୁ ବଦଳି
-ଆଉ ଜଣେ ୧୦ ଶ୍ରେଣୀ ଛାତ୍ରୀ ଗର୍ଭବତୀ ,ଅଭିଯୁକ୍ତ ଗିରଫ
-ସରକାରଙ୍କୁ ଦାୟୀ କଲେ ଏନଏସିଆରସି ,ମୁଖ୍ୟ ସଚିବଙ୍କୁ ନୋଟିସ
-ସବୁ ଆବାସିକ ବିଦ୍ୟାଳୟରେ ଲାଗିବ ସିସି କ୍ୟାମେରା ;ମନ୍ତ୍ରୀ
-ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବି କଲା ବିଜେପି
-ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ଜଣେ ନାବାଳିକା ଦାରିଂବାଡ଼ି ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସରେ କନ୍ୟା ସନ୍ତାନକୁ ଜନ୍ମ ଦେବା ସମଗ୍ର ଜିଲ୍ଲାରେ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି |ମା ଶିଶୁ ଉଭୟଙ୍କୁ ପ୍ରଥମେ ବାଲିଗୁଡା ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା

ପୁଲିସ ସୂତ୍ରରୁ ପ୍ରକାଶ ଯେ ଛାତ୍ରୀନିବାସରେ ରହୁଥିବା ନାବାଳିକା ଜଣକ ଗତ ଶନିବାର ବିଳମ୍ବିତ ରାତିରିରେ ବାଥରୁମରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ |ସକାଳେ ଖବର ପ୍ରଘଟ ହେଲା ପରେ ସତହଣୀୟ ଲୋକେ ସ୍କୁଲ ଜାତୀୟ ରାଜପଥ ଘେରାଉ କରି ଘଟଣା ତଦନ୍ତ ଦାବି ରେ ଅଡ଼ି ବସିଥିଲେ |ପରେ ପୋଲିସ ଅଭିଯୁକ୍ତ ଶ୍ରବଣ କୁମାର  ନାମକ ଜଣେ ଯୁବକ କୁ ଗିରଫ କରିଥିଲା |

ଏତଲା ଅନୁସାରେ ମାସ ତଳେ ଛାତ୍ରୀ ଜଣକ ଗାଁକୁ ଜାତିହିଁଲା ବେଳେ ଗାଁ ନିକଟସ୍ଥ ଚର୍ଚ୍ଚ ଠାରେ ୨୩ ବର୍ଷ ଶ୍ରବଣ ପ୍ରଧାନ ତାଙ୍କୁ ଦୁଷ୍କର୍ମ କରିଥିଲେ |କିନ୍ତୁ ଭୟ ଅଜ୍ଞତା ଦୃଷ୍ଟି ରୁ ଛାତ୍ରୀ ଜଣକ କାହାକୁ କିଛି କହିପାରିନଥିଲେ |

ଘଟଣା ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିଛନ୍ତି ଜିଲା ପ୍ରଶାସନ |ପ୍ରଧାନ ଶିକ୍ଷୟତ୍ରୀ ରାଧାରାଣୀ ଦଳେଇ ଙ୍କ ସହ ଜଣ ତତ୍ୱାବଧାରକଙ୍କୁ ଜିଲାପାଳ ଚାକିରୀ ରୁ ନିଲମ୍ବନ କରଛନ୍ତି |ଏହା ବ୍ୟତୀତ ଆଶ୍ରମ ୧୪ ଜଣ କର୍ମଚାରୀଙ୍କୁ ବଦଳି କରାଯାଇଛି |ଏହି ସବୁ ରାଜନୈତିକ ହାଟମାଟ ଅଧ୍ୟରେ ବ୍ରହ୍ମପୁର ବଡମେଡିକାଲ ରେ ନବଜାତ କନ୍ୟା ମୃତ୍ୟୁ ହୋଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)