News

CM KISAN: ଚାଷୀଙ୍କୁ ମିଳିବ ଟଙ୍କା !

୪ ହଜାର ଟଙ୍କା ଦୁଇଟି କିସ୍ତି ମାଧ୍ୟମରେ ମିଳିବ।

07 September, 2024 10:28 AM IST By: Tanushree Mahapatra

ରାଜ୍ୟର ଚାଷୀଙ୍କୁ ଆସନ୍ତାକାଲି ମିଳିବ ସିଏମ୍‌ କିସାନ ଯୋଜନାର ପ୍ରଥମ କିସ୍ତି। ନୂଆଖାଇ ଦିନରେ ପ୍ରଥମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକର। ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଏବଂ ସେଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ ।

ମା’ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଚାଷୀଙ୍କୁ ବଣ୍ଟନ କରିବେ। ସୂଚନା ଅନୁଯାୟୀ, ସିଏମ୍‌ କିସାନ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କା ଦୁଇଟି କିସ୍ତି ମାଧ୍ୟମରେ ମିଳିବ। ଅନ୍ୟପଟେ ଏହି ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟାରେ ମିଳିବ।

ରାଜ୍ୟର ସମସ୍ତ ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ସରକାର ପ୍ରଦାନ କରିବେ ଏହି ଯୋଜନାରେ। କୃଷକଙ୍କ କଲ୍ୟାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି କୃଷକଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟା ନିଧି ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଅନ୍ୟପଟେ ଓଡ଼ିଶାକୁ ମିଲେଟ ହବ୍‌ କରାଯିବ । ଏଥିପାଇଁ ଶ୍ରୀଅନ୍ନ ଯୋଜନା ମଧ୍ୟ କରାଯାଇଛି ।

ସିଏମ କିସାନ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କା ପ୍ରଦାନେ କରିବେ ରାଜ୍ୟ ସରକାର । ତାହା ବର୍ଷକୁ ୨ଟି କିସ୍ତିରେ ପ୍ରଦାନେ କରିବେ ସରକାର l ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ । ଭୂମିହୀନ ଚାଷୀମାନଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା । ଓଡ଼ିଶା ସରକାରଙ୍କ ସିଏମ କିସାନ ଯୋଜନାରେ ନୂଆ ଚାଷୀ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ସିଏମ କିସାନ ପୋର୍ଟାଲ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିବାକୁ ହେବ l

ଅଧିକ ପଢ଼ନ୍ତୁ

ଏଣିକି ଶୀଘ୍ର ମିଳିବ ସାହାରା ଟଙ୍କା!

୨ ନୂତନ କିସମର ଗହମ, ଯାହା ଚାଷୀଙ୍କୁ ଦେବ ପ୍ରବଳ ଲାଭ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)