News

Coal Mine Auction: ଓଡିଶା ସମେତ ପାଞ୍ଚ ରାଜ୍ୟର ୮ କୋଇଲା ଖଣି ନିଲାମ

ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି ।

15 September, 2022 5:11 PM IST By: Shuvanshu Kar

ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ(Coal Mining Auction) ହୋଇଛି । ଏସବୁ ଖଣି ନିଲାମ(Coal Mining Auction) ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ(E-Auction) ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଉଛି ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି ।

ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ ଖଣିଜ ଉତ୍ତୋଳନ କରାଯିବ । ଏହି ଆଠଟି ଖଣିରେ ମୋଟ୍‌ ୨୧୫୭.୪୮ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ସେହିପରି ଏସବୁ ଖଣିର ସର୍ବାଧିକ ସଞ୍ଚୟୀ ହାର କ୍ଷମତା (ପିଆରସି) ବାର୍ଷିକ ୧୯.୩୧ ନିୟୁତ ଟନ (ଏମଟିପିଏ) ଥିବା ଜଣାଯାଇଛି ।

ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି । ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି ।

ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ । ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି । ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍‌ ରହିଛି ।

PM Gati Shakti:ଓଡିଶା ଓ ଝାଡଖଣ୍ଡରେ ନିର୍ମିତ ହେବ 4 ପ୍ରକଳ୍ପ

Mineral Production: ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ % ଅଭିବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)