News

ରାଜ୍ୟରେ ବଢୁଛି ଶୀତ, ୧୯ ରୁ ୨୫ ଯାଏଁ ଥରିବେ ରାଜ୍ୟବାସୀ

ରାଜ୍ୟରେ ବଢୁଛି ଶୀତ । ଏଣିକି ଆହୁରି ବଢିବ ଶୀତର ପ୍ରକୋପ । ୧୯ ରୁ ୨୫ ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ । ଫଳରେ ଆସନ୍ତା ସପ୍ତାହ ଯାଏଁ ରାଜ୍ୟକୁ ଥରାଇବ ଶୀତ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ତଳ ଭାଗରେ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବ । ଯାହାକୁ ନେଇ ଲୋକଙ୍କ ଜୀବନଯାପନ କଷ୍ଟକର ହୋଇପଡିବ ।

17 December, 2021 12:19 PM IST By: Sudesna Nayak

ରାଜ୍ୟରେ ବଢୁଛି ଶୀତ । ଏଣିକି ଆହୁରି ବଢିବ ଶୀତର ପ୍ରକୋପ । ୧୯ ରୁ ୨୫ ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ । ଫଳରେ ଆସନ୍ତା ସପ୍ତାହ ଯାଏଁ ରାଜ୍ୟକୁ ଥରାଇବ ଶୀତ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ତଳ ଭାଗରେ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବ । ଯାହାକୁ ନେଇ ଲୋକଙ୍କ ଜୀବନଯାପନ କଷ୍ଟକର ହୋଇପଡିବ ।

 

ରାଜ୍ୟରେ ଲାଗି ରହିଛି ଶୀତର ଲହରୀ । ବର୍ତ୍ତମାନ ୬.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ବୋଲି ଜଣାପଡିଛି । ୮ ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି । ଫୁଲବାଣୀରେ ୭.୫ ଡ଼ିଗ୍ରୀ, କୋରାପୁଟରେ ୯ ଡ଼ିଗ୍ରୀ, ଟିଟଲାଗଡରେ ୯.୩ ଡ଼ିଗ୍ରୀ, ଝାରସୁଗୁଡାରେ ୯.୬ ଡ଼ିଗ୍ରୀ, କେନ୍ଦୁଝରରେ ୯.୬ ଡ଼ିଗ୍ରୀ, ସୁନ୍ଦରଗଡରେ ୧୦ ଡ଼ିଗ୍ରୀ, ଭବାନୀପାଟଣାଠାରେ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ପୃଥିବୀର ବିକିରଣ ବାୟୁ ମଣ୍ଡଳ ଉପରି ଭାଗକୁ ଯାଉଛି । ତେବେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ବାୟୁ କେନ୍ଦ୍ରୀୟ ଭାରତରୁ ଦକ୍ଷିଣ ପଶ୍ଚିମ ମୁହାଁ ହେବ । ତେବେ ଏହି ଟ୍ରାପ ଲାଇନଟି ଓଡିଶା ବଙ୍ଗୋପସାଗର ପାଖାପାଖି ରହିଯିବ । ଫଳରେ ଉତ୍ତର ପଶ୍ଚିମ ଦିଗରେ ଉପରି ଭାଗରେ ମଧ୍ୟ ଥଣ୍ଡା ବାୟୁ ପ୍ରବାହିତ ହେବ । ଆକାଶରୁ ବାଦଲ ହଟିବା ପରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି ।

ସେହିପରି ୧୯ ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଉତ୍ତର ପୂର୍ବ ଆଡକୁ ଗତି କରି ଥାଇଲାଣ୍ଡ ମୁହାଁ ହେବ । ଏହା ଦ୍ବାରା ମଧ୍ୟ ଶୀତ ଜନିତ ସାମାନ୍ୟ ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)