News

ଦୁଇ ମାସ ମୂଲ୍ୟ ହ୍ରାସ ପରେ, ଏଲ୍‌ପିଜି ଦାମ୍ ୭ ଟଙ୍କା ବଢ଼ିଲା

ମାସ ଆରମ୍ଭରୁ ବ୍ୟବସାୟୀଙ୍କୁ ତୈଳ କମ୍ପାନୀଙ୍କ ଝଟକା l କାରଣ ପୁଣି ବଢିଛି ଏଲ୍‌ପିଜି ସିଲିଣ୍ଡରର ଦାମ୍‌ । କିଛି ମାସର ବ୍ୟବଧାନ ପରେ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୭ ଟଙ୍କା ବୃଦ୍ଧି କରିଛନ୍ତି ।

05 July, 2023 10:38 AM IST By: Tanushree Mahapatra

ମାସ ଆରମ୍ଭରୁ ବ୍ୟବସାୟୀଙ୍କୁ ତୈଳ କମ୍ପାନୀଙ୍କ ଝଟକା l କାରଣ ପୁଣି ବଢିଛି ଏଲ୍‌ପିଜି ସିଲିଣ୍ଡରର ଦାମ୍‌ । କିଛି ମାସର ବ୍ୟବଧାନ ପରେ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୭ ଟଙ୍କା ବୃଦ୍ଧି କରିଛନ୍ତି ।

ଏହି ବୃଦ୍ଧି ପରେ ପରେ ଦିଲ୍ଲୀରେ ୧୯ କେଜିଆ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ ୧୭୭୩ ଟଙ୍କାରୁ ୧୭୮୦ ଟଙ୍କାକୁ ବୃଦ୍ଧି ପାଇଥିବାର ସୂଚନା ରହିଛି । ସେହିପରି ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୭୩୩.୫୦ ଟଙ୍କାରୁ ୧,୭୪୦.୫୦ ଟଙ୍କାକୁ ବୃଦ୍ଧି ପାଇଛି l ଅନ୍ୟପଟେ ଚେନ୍ନାଇରେ ଗ୍ୟାସ ଦର ୧,୯୪୫ ଟଙ୍କାରୁ ୧,୯୫୨ ଟଙ୍କାକୁ ବୃଦ୍ଧି ପାଇଛି l ଏବେ ବ୍ୟବସାୟିକ କ୍ଷେତ୍ରରେ ଗ୍ୟାସ ଦର ବୃଦ୍ଧି ପରେ ବିଭିନ୍ନ ରାଜ୍ୟର ଗ୍ୟାସ ଦର ବୃଦ୍ଧି ପାଇଥିବା ନଜର ରହିଛି l ଦିଲ୍ଲୀ ଚେନ୍ନାଇ ପରେ କୋଲକାତାରେ ଗ୍ୟାସ ଦର ୧,୮୯୫ ଟଙ୍କାରୁ ୧,୯୦୨ ଟଙ୍କାକୁ ବୃଦ୍ଧି ପାଇଛି ।

ଖୁସିର କଥା ଯେ ଘରୋଇ ଗ୍ୟାସ ରେ କୌଣସି ପ୍ରକାର ଦର ପରିବର୍ତନ କରାଯାଇନାହିଁ l ତେବେ ରୋଷେଇ ପାଇଁ ବ୍ୟବହାର ହେଉଥିବା ୧୪.୨ କେଜିଆ ଏଲପିଜି ମୂଲ୍ୟରେ ପରିବର୍ତ୍ତନ କରାଯାଇନାହିଁ ଯାହା ଖାଉଟିଙ୍କୁ ଅଶ୍ଵସ୍ତି ଦେଇଛି । ତେବେ ସୂଚନା ଅନୁଯାୟୀ ,ଏହି ଗ୍ୟାସର ମୂଲ୍ୟ ପ୍ରାୟ ୧୧୨୯ ଟଙ୍କା ରହିଛି । ତେବେ ଚଳିତ ବର୍ଷ ମେ ଓ ଜୁନ୍ ମାସରେ ହୋଇଥିବା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର କ୍ରମାଗତ ଦୁଇ ମାସର ମୂଲ୍ୟ ହ୍ରାସ ପରେ ଏହି ଦର ବୃଦ୍ଧି କରାଯାଇଥିବା ଜଣା ପଡିଛି । ଗତ ମେ’ ମାସରେ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୨ ଟଙ୍କା ହ୍ରାସ କରିଥିବା ବେଳେ ଜୁନ୍‌ରେ ତାହା ହ୍ରାସ ପାଇ ୮୩ ଟଙ୍କା ହୋଇଥିଲା । 

ତେବେ ଏହି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶିଳ୍ପ ଏବଂ ବାଣିଜ୍ୟିକ ଆବଶ୍ୟକତା ପାଇଁ ବ୍ୟବହୃତ ହୋଇଥାଏ । ସେହିପରି ସୂଚନା ଅନୁସାରେ ତୈଳ ବିପଣନ କମ୍ପାନୀଗୁଡିକ ସାଧାରଣତଃ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ମୂଲ୍ୟରେ ସଂଶୋଧନ କରିଥାନ୍ତି । ସେହିପରି ଘରୋଇ ରନ୍ଧନ ଗ୍ୟାସ ଦର ସ୍ଥାନୀୟ ଟିକସ ଉପରେ ନିର୍ଭର କରି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ତେବେ ହଠାତ ଗ୍ୟାସ ଦରରେ ପରିବର୍ତ୍ତନ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି l

କମିବ ଗ୍ୟାସ ଦର, ସରକାର ଦେଲେ ପ୍ରତିଶୃତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)