News

କଂଗ୍ରେସ ଛାଡିଲେ ବରିଷ୍ଠ ନେତା :

ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଙ୍କ ପୁତ୍ର ମୋହ କୁ ନେଇ ଜିଲା କଂଗ୍ରେସ ରେ ଦେଖାଯାଇଛି ବିଦ୍ରୋହ |ଦଳ ର ନୀତି ଆଦର୍ଶ କୁ ଭୁଲି ଏକଛତ୍ରବାଦ ସହ ପରିବାରବାଦକ କୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ଆଣି କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି ଏକାଧିକ ନେତା ଓ କର୍ମୀ |

04 April, 2019 6:48 PM IST By: KJ Staff

ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଙ୍କ ପୁତ୍ର ମୋହ କୁ ନେଇ ଜିଲା କଂଗ୍ରେସ ରେ ଦେଖାଯାଇଛି ବିଦ୍ରୋହ |ଦଳ ର ନୀତି ଆଦର୍ଶ କୁ ଭୁଲି ଏକଛତ୍ରବାଦ ସହ ପରିବାରବାଦକ କୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ଆଣି କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି ଏକାଧିକ ନେତା ଓ କର୍ମୀ |

ବୁଧବାର ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ଭଗବାନ ବଗର୍ତ୍ତୀଙ୍କ ଅଧକ୍ଷତରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଦଳ ପରିଚାଳନା ପ୍ରସଙ୍ଗ ଉଠାଇ ବିଡ଼ିସିସି ସଭାପତି ତଥା ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର ,ପିସିସି ମହିଳା କଂଗ୍ରେସ ସମ୍ପାଦିକା ରୀନା ମେହେର ,ବରିଷ୍ଠ କଂଗ୍ରେସ ନେତା ରାଧାକାନ୍ତ ନାୟକ ,ମହେନ୍ଦ୍ର ଜଳ ,ପ୍ରବୀଣ ମିଶ୍ର ,ପ୍ରଦୀପ ସାହୁ ଜନ୍ମଜୟ ସାହୁ ,ପ୍ରଦ୍ୟୁମ୍ନ ଶ୍ର ପ୍ରମୁଖ ନେତା ଦଳ ଛାଡିଛନ୍ତି |

ଅନ୍ୟପକ୍ଷେ ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ପାଦିକା ସମ୍ମିଳନୀ ରେ କୁହାଯାଇଛି ଯେ ଦଳ ଛାଡିଥିବା ନେତା ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନ ହେବାରୁ ଏପରି ନିଷ୍ପତି ନେଇଛନ୍ତି|ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବଲାଙ୍ଗୀର ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି |କଂଗ୍ରେସ ଦଳରେ ଦଶନ୍ଧି ଧରି ରହିଥିବା କର୍ମୀମାନଙ୍କୁ ଅବହେଳା କରିବା ସହିତ ବିଭିନ୍ନ ଆଳରେ ହିନସ୍ଥା କରାଯାଉଛି |

ବଲାଙ୍ଗୀର କଂଗ୍ରେସର ମୁଣ୍ଡିଆଳ ନେତା ନରସିଂହ ମିଶ୍ରଙ୍କ ପୁତ୍ରମୋହ ଯୋଗୁଁ ଦଳ ଛାରଖାର ହେବାର ଆଶଙ୍କା ଦେଖାଦେଲାଣି କହି ଦଳ ଛାଡିଥିବା ଶ୍ରୀ ବଗର୍ତ୍ତୀ କହିଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)