News

ପବିତ୍ର ଅକ୍ଷୟ ତୃତୀୟା: ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ ଆଜିଠାରୁ ....

10 May, 2024 11:20 AM IST By: Tanushree Mahapatra

ଆଜି ହେଉଛି  ପବିତ୍ର ଅକ୍ଷୟ ତୃତୀୟା l ଏହି ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ କିମ୍ବା ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଥାଏ । ଏଥି ସହ ଆଜିଠାରୁ ମୋଟ ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ବାହାରେ ବାହାର ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବଡି ଭୋର ୩ ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଶ୍ରୀଜିଉମାନଙ୍କ ନୀତି ଆରମ୍ଭ ହୋଇଥିଲା ଆଜି ।

ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିରେ ପୂଜା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ ଆଜିଠାରୁ  । ବନଯାଗ ପଦ୍ଧତିରେ ୧୧ ଜଣ ସ୍ରୋତୀୟ ବ୍ରାହ୍ମଣଙ୍କ ସହିତ ୨ ଜଣ ଦେଉଳ ପୁରୋହିତଙ୍କ ଦ୍ୱାରା ଏହି ପୂଜାର୍ଚ୍ଚନା କରାଯିବ l ବିଶ୍ୱାସ ଅନୁଯାୟୀ ସୁନା କୁରାଡ଼ିରେ ଧଉରା କାଠକୁ ସ୍ପର୍ଶ କରାଯାଇ ଆଜିଠାରୁ ରଥ କାର୍ଯ୍ୟର ଶୁଭାରମ୍ଭ କରାଯିବ ।

ପବିତ୍ର ଅକ୍ଷୟ ତୃତୀୟା ଚାଷୀଙ୍କ ନୂଆ ଧାନ ଅନୁକୂଳ କରି ଚାଷ ଆରମ୍ଭ କିମ୍ବା ଚାଷ ମୂଳଦୁଆ ପକାଇବାର ଦିନ l ଆଜି ଦିନରେ ଚାଷୀ ନିଜ ଧାନ ଜମିରେ ଚାଷ ପାଇଁ ଧାନ ବିହନ ବୁଣିଥାଏ ମାଁ ଲକ୍ଷ୍ମୀଙ୍କୁ ସୁମରି l ବୈଶାଖ ମାସ ଦିନ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ l

ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ଗାଁ ଗାଁ ରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଉତ୍ସାହର ସହିତ ପାଳନ କରିଥାନ୍ତି । ଏହିଦିନ କୃଷକମାନେ ଭଲ ତିଥି ଓ ଉପଯୁକ୍ତ ସମୟ ଯୋଗ ଦେଖି ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଜଣେ କୃଷକ ସମାଜ ପାଇଁ ଏକ ମହାନ ପର୍ବ ବୋଲି ବିଶ୍ୱାସ କରାଯାଏ କିମ୍ବା ପାଳନ କରାଯାଏ ।

ଅଧିକ ପଢ଼ନ୍ତୁ

Heavy rain alert: ଏହି ଜିଲ୍ଲାରେ ପ୍ରବଳ ଛେଚିବ!

MFOI, VVIF Kisan Bharat Yatra: ଗୁଜୁରାଟର ବିଭିନ୍ନ ଗ୍ରାମରେ କୃଷକ ସମ୍ମାନିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)