News

ସବୁ ଜିଲ୍ଲାରେ ଆୟୋଜିତ ହେବ ଋଣ ସମ୍ପର୍କ କାର୍ଯ୍ୟକ୍ରମ

ମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ୟାପକ ଋଣ ସମ୍ପର୍କ କାର୍ଯ୍ୟକ୍ରମ(Credit Outreach programme) ଆୟୋଜନ କରାଯିବ । ସାରା ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

08 June, 2022 10:08 AM IST By: Shuvanshu Kar

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଆଜି ଅର୍ଥାତ 8 ଜୁନ ୨୦୨୨ରେ ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ୟାପକ ଋଣ ସମ୍ପର୍କ କାର୍ଯ୍ୟକ୍ରମ(Credit Outreach programme) ଆୟୋଜନ କରାଯିବ । ସାରା ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ବ୍ୟାଙ୍କ ଗ୍ରାହକ ଏବଂ ଜନସାଧାରଣଙ୍କ ଋଣ ସୁବିଧା ସଂକ୍ରାନ୍ତ ସମସ୍ତ ସମସ୍ୟା ଦୂର କରାଯିବ । ଏଥିସହିତ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜିକୃତ କରାଯିବ । ସବୁ ସରକାରୀ ବ୍ୟାଙ୍କ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(SLBCs) ଦ୍ବାରା ଏହିସବୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆଜାଦୀ କା ଅମୃତ ମହୋତ୍ସବ(Azadi Ka Amrit Mahotsav) ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୬ରୁ ୧୨ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଆଇକନିକ ସପ୍ତାହ ସମାରୋହର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପରିକଳ୍ପନା କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ।

9 ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

ବ୍ୟାଙ୍କ ଦେଲା ଖୁସି ଖବର ; ଗ୍ରାହକଙ୍କୁ ମିଳିବ ପୂର୍ବ ଅପେକ୍ଷା ଅଧିକ ଲାଭ, ଜାଣନ୍ତୁ...

ଆଜାଦୀ କା ଅମୃତ ମହୋତ୍ସବର ସମାରୋହରେ ବ୍ୟାଙ୍କ କର୍ମଚାରୀ, ଗ୍ରାହକ ଏବଂ ସାଧାରଣ ଜନତାଙ୍କୁ ବହୁ ସଂଖ୍ୟାରେ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରାଯାଇଛି ।

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ସବୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିଗୁଡ଼ିକୁ କୁହାଯାଇଛି । ଏହି କମିଟିଗୁଡ଼ିକ ଋଣ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରିବେ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ଭଳି ଜନ ସୁରକ୍ଷା ଯୋଜନାରେ ଗ୍ରାହକମାନଙ୍କୁ ସାମିଲ କରିବେ, ଗ୍ରାହକଙ୍କୁ ବ୍ୟାଙ୍କ ସେବା ସମ୍ପର୍କରେ ସଚେତନ କରିବେ ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରିବେ । ଏଥିସହିତ ବିଭିନ୍ନ ବ୍ୟାଙ୍କ ଶାଖାଗୁଡ଼ିକ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଭଲ କାମକୁ ମାନ୍ୟତା ଦେବା ଲାଗି ସେମାନଙ୍କୁ କୁହାଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)