News

ମାଡିଆସୁଛି ଆଉ ଏକ ଆତଙ୍କ

ମାଡିଆସୁଛି ଆଉ ଏକ ଆତଙ୍କ

05 November, 2019 11:44 AM IST By: KJ Staff

ନଭେମ୍ବର ୧୦ ସୁଦ୍ଧା ପୁଣି ଏକ ବାତ୍ୟା
କେନ୍ଦ୍ରାପଡା ନିକଟରେ ଲ୍ୟାଣ୍ଡଫଲ

ଉତ୍ତର ଆଣ୍ଡାମାନ ସାଗର ରେ ନଭେମ୍ବର ୪ ରେ ସୃଷ୍ଟି ହୋଇଥିବା ଲଘୁଚାପ ଖୁବ ଶୀଘ୍ର ଏକ ବାତ୍ୟାର ରୂପ ନେବାକୁ ଯାଉଛି |ଏହା ନଭେମ୍ବର ୭ ସୁଦ୍ଧା ବଙ୍ଗୋପସାଗର ରେ ଅଧିକ ଘୁର୍ନିଭୁତ ହେବ |
ଏହି ବାତ୍ୟା କ୍ରମେ ଉତ୍ତର ଓଡିଶା ଆଡକୁ ଗତି କରି ବାଲେଶ୍ୱର ଏବଂ କେନ୍ଦ୍ରାପଡା ମଝିରେ ଲ୍ୟାଣ୍ଡଫଲ କରିବାର ଆକଳନ କରାଯାଉଛି |

ବଙ୍ଗୋପସାଗର ଅକ୍ଟାବର ରୁ ନଭେମ୍ବର ମଧ୍ୟରେ ବାତ୍ୟା ଏବଂ ଘୁର୍ଣ୍ଣିଝଡ ସୃଷ୍ଟି ହେବା ସାଧାରଣ ହୋଇଥିଲା ବେଳେ ଚଳିତ ବର୍ଷ ଫଣି ର ମହାତାଣ୍ଡବ ପରେ ବଙ୍ଗୋପସାଗର ଯଥେଷ୍ଟ ଶାନ୍ତ ରହିଥିଲା ଏବଂ ଅନ୍ୟ ପକ୍ଷେ ଆରବ ମହାସାଗର ରେ ୨ ଟି ସାମୁଦ୍ରିକ ଝଡ ସୃଷ୍ଟି ହୋଇଥିଲା |

ଈଂକୋଇଶ ର ଆକଳନ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ସାମୁଦ୍ରିକ ଝଡ ରେ ପରିଣତ ହୋଇ ଓଡିଶା ରେ ଲ୍ୟାଣ୍ଡଫଲ କରିବ|

ପାଣିପାଗ ବିଶେଷଜ୍ଞ ଙ୍କ ଅନୁଯାୟୀ ପବନ ଗତି ୩୪ ନଟ ରୁ ଅଧିକ ଥିଲେ ଏହା ବାତ୍ୟାର ରୂପ ନେଇଥାଏ ଏବଂ ସୃଷ୍ଟି ହେବାକୁ ଥିବା ଏହି ସାମୁଦ୍ରିକ ଝଡ ର ପବନ ଗତି ହାରାହାରି ୩୮ ନାଟ ରହିବ |ଏହା ବ୍ୟତୀତ ଯଦି ଲଘୁଚାପ ରେ ଚାପ ୫ ରୁ ୬ ଏଚ.ପି.ଏ ହ୍ରାସ ପାଏ ତେବେ ଏହା ଲଘୁଚାପ ରୁ ସାମୁଦ୍ରିକ ବାତ୍ୟା ରେ ପରିଣତ ହୋଇଥାଏ ,ତେବେ ଖୁବ ଶୀଘ୍ର ଆସୁଥିବା ଏହି ଝଡ ର ଚାପ ହାରାହାରି ୧୩ ଏଚ .ପି.ଏ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ସାମୁଦ୍ରିକ ଝଡ ଯେତେବେଳେ ଉପର ଅକ୍ଷାଂଶ କୁ ଗତି କରେ ତେବେ ତାହା ପୂର୍ବ ଦିଗ କୁ ଗତି କରିବାର ସମ୍ଭାବନା ରହିଥାଏ |ତେଣୁ ଆରମ୍ଭ ରୁ ପଶ୍ଚିମ ଦିଗ କୁ ଗତି କରୁଥିବା ଏହି ଝଡ ମଧ୍ୟ ପୂର୍ବ କୁ ଗତି କରିବାର ର ସମ୍ଭାବନା ରହିଛି ଏବଂ ଏହି ପରିପେକ୍ଷି ରେ ଓଡିଶା ରେ ଏହାର ଲ୍ୟାଣ୍ଡଫଲ ହେବାର ଆକଳନ କରାଯାଉଛି ବୋଲି ମତ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ର ଜଣେ ଅବସର ପ୍ରାପ୍ତ ବୈଜ୍ଞାନିକ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)