News

ଆତଙ୍କ ଆହୁରି ବାକି !ଆସନ୍ତା କାଲି ର ଓଡିଶା ..

ଆତଙ୍କ ଆହୁରି ବାକି !ଆସନ୍ତା କାଲି ର ଓଡିଶା ..

09 November, 2019 3:53 PM IST By: KJ Staff

ବାତ୍ୟା ବୁଲବୁଲ ର ପ୍ରଳୟ !

ଭାରତୀୟ ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ ବାତ୍ୟା ବୁଲବୁଲ ଆସନ୍ତା କାଲି ନଭେମ୍ବର ୧୦ ତରିକା ରେ ସ୍ଥଳଭାଗ ଛୁଇଁବାର ର ଅନୁମାନ କରାଯାଉଛି |ଏହି ବାତ୍ୟା ଅଧିକ ଘୁର୍ନିଭୁତ ହୋଇ ପାଛିମା ବଙ୍ଗ ଏବଂ ଉତ୍ତର ଓଡିଶା କୁ ଗତି କରିବ|ଈଂକୋଇଶ ର ଆକଳନ ଅନୁଯାୟୀ ଏହି ସ୍ଥାନ (ପଶ୍ଚିମ ବଙ୍ଗ ଏବଂ ଉତ୍ତର ଓଡିଶା ମଧ୍ୟରେ )ହିଁ ସ୍ଥଳ ଭାଗ ଛୁଇଁବ|
ଶୁକ୍ରବାର ଅପରାହ୍ନ ସୁଦ୍ଧା ପବନ ବେଗ ବୃଦ୍ଧି ପାଇବା ସାଙ୍ଗରେ ବାତ୍ୟା ବୁଲବୁଲ ଆହୁରି ଅଧିକ ପ୍ରଳୟଙ୍କରୀ ରୂପ ନେବ

ଓଡିଶା ର କେତେକ ଜିଲ୍ଲା ବାଲେଶ୍ୱର ,ଜଗତସିଂହପୁର ,କେନ୍ଦ୍ରାପଡା ,ଭଦ୍ରକ ରେ ଗତ କାଲି ଠାରୁ ବର୍ଷା ବଢିବା ସହ ପବନ ର ବେଗ ମଧ୍ୟ ୭୦ ରୁ ୮୦ କି.ମି ପ୍ରତି ଘଣ୍ଟା ବେଗ ରେ ବୋହିବାର ଦେଖିବାକୁ ମିଳିଥିଲା |
ସେହିପରି ଆସନ୍ତା କାଲି କଟକ ,ଖୋର୍ଦ୍ଧା ଯାଜପୁର ,ମୟୁରଭଞ୍ଜ ,ସହ ଭଦ୍ରକ ଓ ଉପକୂଳ ଅଂଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ସେହିପରି ଗତ କାଲି ଠାରୁ ଆସନ୍ତା କାଲି ପର୍ଯ୍ୟନ୍ତ ସମୁଦ୍ର ବେଶ ଆସନ୍ତା ରହିବ ସହ ଧୀବର ମାନଙ୍କୁ ସମୁଦ୍ର ମଧ୍ୟ ରେ ପ୍ରବେଶ ନ କରିବାକୁ ଉପଦେଶ ଦିଆଯାଉଛି

ଏନେଇ ଓଡିଶା ର ୯ ଟି ଜିଲ୍ଲା ରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ନିଜ ଘରେ ରହିବା ଲାଗି ଅନୁରୋଧ କରାଯାଉଛି |
ବିଭିନ୍ନ ଜିଲ୍ଲା ରେ ଏନଡିଆରଏଫ ଏବଂ ଓଡିଆରଏଫ ଟିମ ମାନଙ୍କୁ ନିଯୁକ୍ତ କରାଯାଇଛି ଏବଂ ବାତ୍ୟା ଲାଗି ସେଳଟର ର ବ୍ୟବସ୍ଥା କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)