News

ଓଡ଼ିଶା ମୁହାଁ ବାତ୍ୟା ‘ଜୱାଦ’,କ୍ଷତି ଆଶଙ୍କାରେ ଚାଷୀ

ପୁଣି ଡରାଇଲାଣି ବାତ୍ୟା । କିନ୍ତୁ ଏଥର ଡିସେମ୍ବର ମାସରେ । ଆସନ୍ତା ୪ତାରିଖରେ ବାତ୍ୟା ‘ଜୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଏବଂ ୪ତାରିଖରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ ।

01 December, 2021 4:00 PM IST By: Sudesna Nayak

ପୁଣି ଡରାଇଲାଣି ବାତ୍ୟା । କିନ୍ତୁ ଏଥର ଡିସେମ୍ବର ମାସରେ । ଆସନ୍ତା ୪ତାରିଖରେ ବାତ୍ୟା ‘ଜୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଏବଂ ୪ତାରିଖରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ ।

ଡିସେମ୍ବର ୪ ତାରିଖରେ ବାତ୍ୟା 'ଜୱାଦ' ଓଡ଼ିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅମଳ ହେବା ସମୟରେ ବର୍ଷା ସମ୍ଭାବନାକୁ ନେଇ ଚିନ୍ତାରେ ରହିଛନ୍ତି ନିକଟବର୍ତ୍ତୀ ଚାଷୀ ।

 

ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ରେକର୍ଡ ସୃଷ୍ଟି କରିବ । ୧୮୯୧ ରୁ ୨୦୨୦ ମଧ୍ୟରେ ଅର୍ଥାତ ଗତ ୧୩୦ ବର୍ଷରେ ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା କେବେ ଓଡ଼ିଶା ଉପକୂଳ ସ୍ପର୍ଶ କରିନାହିଁ। ଯଦି ବାତ୍ୟା ‘ଜୱାଦ’ ଉପକୂଳ ସ୍ପର୍ଶ କରେ ତେବେ ଓଡ଼ିଶା ବାତ୍ୟା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୪ ତାରିଖ ଦିନ ବାତ୍ୟା ଭୀଷଣ ରୂପ ନେବ ଓ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ ।

ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । କଟା ହୋଇଥିବା ଧାନକୁ ବେଙ୍ଗଳା କରି ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରିବାକୁ କୁହାଯାଇଛି ।

ବାତ୍ୟା ପ୍ରଭାବରେ ନିମ୍ନୋକ୍ତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

  • ପ୍ରବଳ ବର୍ଷା‌ ହେତୁ ଦୃଶ୍ୟତା ହ୍ରାସ ପାଇବା ସମ୍ଭାବନା ରହିଛି ।
  • ବର୍ଷା ପାଣିରେ ରାସ୍ତା ବୁଡ଼ି ପାଣି ଜମିବା ହେତୁ ପ୍ରମୁଖ ସହରମାନଙ୍କରେ ଯାନବାହନ ଚଳାଚଳ ବାଧା ପାଇ ଗମନାଗମନ ସମୟ ବିଳମ୍ବ ହେବ ।
  • ଦୁର୍ବଳ ଘରବାଡ଼ି ନଷ୍ଟ ହୋଇଯିବ।
  • କେତେକ ସ୍ଥାନୀୟ ଅଞ୍ଚଳରେ ଭୂସ୍ଖଳନ ଘଟିବ ।
  • ବନ୍ୟା ପରିସ୍ଥିତି ଯୋଗୁଁ ବାଡ଼ିବଗିଚା ଏବଂ ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)