News

ସୃଷ୍ଟି ହେଲା ଲଘୁଚାପ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଆଗାମୀ 24 ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ଉପକୂଳ ଗତି କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

19 September, 2022 12:38 PM IST By: Sudesna Nayak

କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ (low pressure)ସୃଷ୍ଟି । ଆଗାମୀ 24 ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଓଡିଶା (odisha)ଉପକୂଳ ଗତି କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି ସୋମବାର (MONDAY)ଆହୁରି ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି। ଏନେଇ ଆଜି ସୋମବାର (MONDAY)ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ (orange warning)ଏବଂ 10 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ (yellow warning)ଜାରି ହୋଇଛି ।

କହିବାକୁ ଗଲେ, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ (orange warning) ଜାରି କରାଯାଇଛି । ସେପ୍ଟେମ୍ବର 20 ତାରିଖରୁ ବର୍ଷା (Rain)ର ବିସ୍ତୃତି ଓ ପରିମାଣ ବଢ଼ିବ । ସେପ୍ଟେମ୍ବର 21 ତାରିଖ ଦିନ ବି ରାଜ୍ୟରେ ଅତିପ୍ରବଳ ବର୍ଷା (Rain) ଜାରି ରହିବ। ସେପ୍ଟେମ୍ବର 22 ରୁ ବର୍ଷା (Rain)କମିବ ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 20 ତାରିଖରୁ ବର୍ଷା (Rain)ର ପରିମାଣ ବଢ଼ିବ । ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲା , କଳାହାଣ୍ଡି ଜିଲ୍ଲା , କନ୍ଧମାଳ ଜିଲ୍ଲା , ବୌଦ୍ଧ ଜିଲ୍ଲା, ସୋନପୁର ଜିଲ୍ଲା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (Rain)ହେବ ।

୧୮ ଓ ୧୯ ରେ ରାଜ୍ୟରେ ପ୍ରବଳ ବର୍ଷା

ଆସୁଛି ଲଘୁଚାପ,ସେପ୍ଟେମ୍ବର 18 ରୁ 21 ପ୍ରବଳ ବର୍ଷିବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)