News

ବୃଦ୍ଧି ହେବ ମହଙ୍ଗା ଭତ୍ତା ! ଜାଣନ୍ତୁ କେବେ ଠୁ ଓ କେତେ ବଢ଼ିବ ଦରମା...

ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ ଏକ ବଡ଼ ଖବର ପାଇବେ ବୋଲି ଆଶା କରାଯାଉଛି । ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଏକ ଘୋଷଣା ସରକାର କରିପାରନ୍ତି ।

16 March, 2022 12:15 PM IST By: Sudesna Nayak

ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ ଏକ ବଡ଼ ଖବର ପାଇବେ ବୋଲି ଆଶା କରାଯାଉଛି । ମହଙ୍ଗା ଭତ୍ତା (DA Hike)ବୃଦ୍ଧି ପାଇଁ ଏକ ଘୋଷଣା ସରକାର କରିପାରନ୍ତି ।

ରିପୋର୍ଟ ଅନୁଯାୟୀ, ଆଜି (ବୁଧବାର) ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଏହା ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।

ଆଲୋଚନାର ମଝିରେ ମୋହର ଲଗା ହୋଇପାରେ,ଜାଣନ୍ତୁ...

ରିପୋର୍ଟ ଅନୁଯାୟୀ, ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (wednesday)କେନ୍ଦ୍ର କ୍ୟାବିନେଟର ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ ଡିଏ (DA)ଉପରେ ଆଲୋଚନା ଅନୁମୋଦନ ହୋଇପାରେ । ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତକୁ ବୃଦ୍ଧି କରିପାରିବେ ବୋଲି ଆଶା କରାଯାଉଛି ।

ମହଙ୍ଗା ଭତ୍ତା ୩୪% କୁ ବୃଦ୍ଧି ପାଇବ,ଜାଣନ୍ତୁ...

ବର୍ତ୍ତମାନ, ମହଙ୍ଗା ଭତ୍ତା ହେଉଛି ୩୧% । ୩ ପ୍ରତିଶତ ବୃଦ୍ଧି ପରେ ଏହାକୁ ୩୪ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି । ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି, ତେବେ ଏହା ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ (Central Government Employees) ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ (Pensioners)ଉପକୃତ ହେବେ ।

ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଯଦି ଡିଏ (DA)ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ଏହା ଜାନୁୟାରୀ ୧, ୨୦୨୨ ଠାରୁ କାର୍ଯ୍ୟକାରୀ ହେବ । ଆଶା କରାଯାଏ ଯେ ଶୀଘ୍ର ବର୍ଦ୍ଧିତ ଦରମା ଓ ବକେୟା କେନ୍ଦ୍ରୀୟ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ । କର୍ମଚାରୀମାନଙ୍କ ପାଇଁ ୧୮ ହଜାର ମୌଳିକ ଦରମା (Basic Salary) ଉପରେ ଦୁଇମାସ ପାଇଁ ବକେୟା ଦେୟ ବିଷୟରେ ଆଲୋଚନା କଲେ, ଏହା ପ୍ରତି ମାସରେ ୧୯,୩୪୭ ଟଙ୍କା ଆସିବ ।

ଆଜି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର ; ୩ ପ୍ରତିଶତ ବଢ଼ିବ ଦରମା, ଜାଣନ୍ତୁ...

ହୋଲିରେ ସରକାରୀ କର୍ମଚାରୀଙ୍କୁ ମୋଦିଙ୍କ ବଡ଼ ଉପହାର, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)