News

ଟମାଟୋ ପରେ ଏବେ ବଢ଼ିଲା ହରଡ଼ ଡ଼ାଲି ଦର

ଦେଶରେ ଏବେ ଦିନ କୁ ଦିନ ଖାଦ୍ୟ ଦର ବଢ଼ିବାରେ ଲାଗିଛି l କିଛିଦିନ ଟମାଟୋ ଦର ଆକାଶ ଛୁଆଁ ହୋଇଥିଲା l ଏହାପରେ ଚାଉଳ , ଅଟା ଦର ମଧ୍ୟ ବଢିଛି l ଆଉ ଏବେ ଖବର ସାମ୍ମନାକୁ ଆସିଛି l ଟମାଟୋ ଦର ଏବେ ବି ବଜାରରେ କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି |

31 July, 2023 3:15 PM IST By: Tanushree Mahapatra

ଦେଶରେ ଏବେ ଦିନ କୁ ଦିନ ଖାଦ୍ୟ ଦର ବଢ଼ିବାରେ ଲାଗିଛି l କିଛିଦିନ ଟମାଟୋ ଦର ଆକାଶ ଛୁଆଁ ହୋଇଥିଲା l   ଏହାପରେ ଚାଉଳ , ଅଟା ଦର ମଧ୍ୟ ବଢିଛି l ଆଉ ଏବେ ଖବର ସାମ୍ମନାକୁ ଆସିଛି l ଟମାଟୋ ଦର ଏବେ ବି ବଜାରରେ କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି | ସେହିପରି ଖୁଚୁରାରେ ଟମାଟୋ କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ଅଧିକ ଦାମରେ ମିଳୁଛି l

ବାସ୍ତବରେ ପରିବା ଦରକୁ ନେଇ  ଖାଉଟି ଚିନ୍ତାରେ ଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ହରଡ ଡାଲିର ଦର ମଧ୍ୟ ଏବେ ବଢିଛି | ସୂଚନା ଅନୁଯାୟୀ, ବଜାରରେ ହରଡ ଡାଲି କିଲୋ ପିଛା ୧୪୦ରୁ ବଢି ୧୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି | ସେହିପରି ବୁଟ ଡାଲି  ୧୦୦ ରୁ ୧୧୦ ଟଙ୍କା ଓ ମୁଗ ଡାଲି ୧୧୦ ରୁ ୧୧୫ ଟଙ୍କା ମଧ୍ୟରେ ବିକ୍ରି ହେଉଛି ବଜାରରେ | ତେବେ ୨୦ ଦିନ ପୂର୍ବରୁ ହରଡ ଡାଲି କିଲୋଗ୍ରାମ ପିଛା ୧୦୫ ରୁ ୧୨୦ ଟଙ୍କା ମଧ୍ୟରେ ରହିଥିଲା l ତେବେ ଏହିପରି ଦର ବଢିବା ଗରିବ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି l

ଏହିଭଳି ଭାବେ ମାତ୍ର ୨୦ ଦିନ ମଧ୍ୟରେ ହରଡ ଡାଲି ଦାମ କିଲୋଗ୍ରାମ ପିଛା ୪୦ ଟଙ୍କା ବଢିଛି | ତେବେ ହରଡ ଡାଲି ବୃଦ୍ଧିକୁ ନେଇ ବ୍ୟବସାୟୀ ସଂଘ କହିଛି ଯେ କମ ଉତ୍ପାଦନ ସାଙ୍ଗକୁ କର୍ପୋରେଟ ଜଗତରେ ପ୍ରବେଶ ଦର ବୃଦ୍ଧିର କାରଣ ସାଜିଛି | ତେବେ ଏବେ ହରଡ ଡାଲିର ଉତ୍ପାଦନ କମିଥିବାବେଳେ କର୍ପୋରେଟ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ମନ ଇଚ୍ଛା କିଣି ମହଜୁଦ ରଖୁଛନ୍ତି ଝା ବଜାରରେ ଏହି ଜରୁରୀ ଖାଦ୍ୟର ଦର ବଢିବାର ମୁଖ୍ୟ କାରଣ l ନିଜ ଅନୁଯାୟୀ ଦର ଲଗାଇ ଖାଉଟିଙ୍କୁ ବିକ୍ରି କରୁଛନ୍ତି l ତେବେ କେନ୍ଦ୍ର ଏବେ ଏହି ଦର ଉପରେ ନିୟନ୍ତ୍ର ଆଣିବା ପାଇଁ ନିଜ ଚେଷ୍ଟା ଜାରି ରଖିଛି l

କେବଳ ଡାଲି ନୁହେଁ ଚାଉଳ, ମସଲା ଦର ମଧ୍ୟ ବଢିଛି ଯାହାକୁ ଏବେ ଖୁବ ଚିନ୍ତରେ ଗରିବ ଲୋକ | ଠିକ ବର୍ଷକ ତଳେ ଜିରା କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ଏହା ୮୦୦ ଟଙ୍କାରେ ପହଞ୍ଚିଛି | ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ଚାଉଳ ଦାମ କିଲୋପିଛା ୨୫ ଟଙ୍କାରେ ଗତବର୍ଷ ବିକ୍ରି ହେଉଥିବାବେଳେ ଏବେ ଏହା କିଲୋଗ୍ରାମ ପିଛା ୩୫ ଟଙ୍କା ରହିଛି l ତେବେ ଏପରି ଦର ବଢିବା ଏବଂ ଖାଦ୍ୟକୁ ଏଭଳି କଳାବଜାରୀ କରିବା ଖୁବ ଚିନ୍ତାର କାରଣ ପାଲଟିଛି l ନିକଟରେ ଅଣ ବାସମତି ଚାଉଳ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି l ଯାହାକୁ ନେଇ imf ସରକାରଙ୍କୁ ଆବେଦନ କରିଛି ଏହି ପ୍ରତିବନ୍ଧକ ଉଠାଇବା ପାଇଁ l ତେବେ ଆକଳନ ଅନୁଯାୟୀ ଆଗାମୀ ବର୍ଷ ବର୍ଷା ଅଭାବ ହେବା ସମ୍ଭାବନା ରହିଛି l ଯେଉଁଥିପାଇଁ ସରକାର ଅଭାବକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି l

ଘରୋଇ କ୍ଷେତ୍ରରେ ଚାଉଳ ଏବଂ ଗହମ ଅଭାବ ଯୋଗୁଁ ଏହାର ଦର ବଢ଼ିବାରେ ଲାଗିଛି । ଏଚ୍‌ଏସ୍‌ବିସି ହୋଲ୍ଡିଂ ପିଏଲ୍‌ସିର ଏକ ରିପୋର୍ଟ ଅନୁଯାୟୀ ,ଖାଦ୍ୟଭାବ ଜନିତ ସ୍ଥିତି ଭାରତରେ ଆଗାମୀ ଦିନରେ ମହଙ୍ଗା ମାଡ଼କୁ ତୀବ୍ରତ୍ତର କରାଇବ l  ଏହି ରିପୋର୍ଟରେ ଏଚ୍‌ଏସ୍‌ବିସି ପକ୍ଷରୁ ଉଲ୍ଲେଖ କରାଯାଇଥିବା ଅନୁଯାୟୀ, ଆସନ୍ତା ଵର୍ଷ ୨୦୨୪ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ୫ ପ୍ରତିଶତ ରହିବ । ଯଦି ଏହା ପରେ ଖାଦ୍ୟ ଶସ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟେ, ତେବେ ମୁଦ୍ରାସ୍ଫୀତି ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏହି ପରିସ୍ଥିତିକୁ ଭଲ ଭାବରେ ଆକଳନ କରିବା ପାଇଁ ବିଶେଷଜ୍ଞଙ୍କ ନଜର ଆଗାମୀ ସପ୍ତାହରେ ହେବାକୁ ଥିବା ବର୍ଷା ଏବଂ ଧାନ ଚାଷ ଉପରେ ରହିଛି ।