News

ଚାଷୀଙ୍କୁ ସୁଯୋଗ : ଦ୍ଵିତୀୟ ଦିନରେ କୃଷି ସଂୟଂତ୍ର

ଦ୍ଵିତୀୟ ଦିନରେ "କୃଷି ସଂୟଂତ୍ର " (Krishi Sanyantra) । ଗତକାଲି ଏକ ନୂଆ ଆଶା ନେଇ ଆରମ୍ଭ ହୋଇଥିଲା କୃଷି ସଂୟଂତ୍ର ଆଉ ଆଜି ଏହା ଦ୍ଵିତୀୟ ଦିନରେ ପହଂଚିଛି ।

26 March, 2023 2:12 PM IST By: Sudesna Nayak

ଦ୍ଵିତୀୟ ଦିନରେ "କୃଷି ସଂୟଂତ୍ର " (Krishi Sanyantra) । ଗତକାଲି ଏକ ନୂଆ ଆଶା ନେଇ ଆରମ୍ଭ ହୋଇଥିଲା କୃଷି ସଂୟଂତ୍ର ଆଉ ଆଜି ଏହା ଦ୍ଵିତୀୟ ଦିନରେ ପହଂଚିଛି । ଏହି ମେଳା ତଥା ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯାଇଥିଲା ଯାହା ଦ୍ୱାରା ଆଶା କରାଯାଉଛି ଯେ ଅତ୍ୟଧିକ ମାତ୍ରାରେ କୃଷକ ଲାଭ ପାଈଥିବେ । ଏହି ମେଳା ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର କୁରୁଡା ପଡ଼ିଆରେ " କୃଷି ସୟଂତ୍ର" (Krishi Sanyantra) ତିନି ଦିନିଆ କାର୍ଯ୍ୟକ୍ରମ ଚାଲିବ ।

ସୂଚନା ଅନୁଯାୟୀ, ଏହି ମେଳାରେ ଆଜି ପ୍ରଫେସର ଏଚ କେ ପାତ୍ର (Prof H K Patra Dean College of Agriculture OUAT Bhubaneswar),ଡକ୍ଟର ସ୍ବାଗତିକା ସାହୁ (Dr.(Ms.)Swagatika Sahu Senior scientist and Head KVK Balasore),ଡକ୍ଟର ଆରବିନ୍ଦ ଦାସ (Dr. Aurovinda Das Senior scientist and Head KVK Bhadrak),ଡକ୍ଟର ସଂଘମିତ୍ରା ପଟ୍ଟନାୟକ (Dr.(Mrs.) Sanghamitra Pattnaik Senior scientist and Head KVK Mayurbhanj-1) ଯୋଗ ଦେଇଛନ୍ତି । ଏଥିସହିତ କୃଷି ଜାଗରଣର ପ୍ରତିଷ୍ଠାତା ଏମ୍ସି ଡୋମିନିକଙ୍କ ସହିତ ଅନାନ୍ଯା ବିଶିଷ୍ଠ ବ୍ଯକ୍ତିମାନେ ମଧ୍ଯ ଯୋଗ ଦେଇଛନ୍ତି ।

ଏହି ମେଳା ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରକୁ ଉତ୍ସାହିତ କରିବ ଏବଂ ବାଲେଶ୍ୱର ଜିଲ୍ଲାର କୃଷିକ୍ଷେତ୍ର(AGRICULTURE FIELD) କୁ ଆହୁରି ସୁଦୃଢ କରିବ । ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ବାଲେଶ୍ୱର (balasore)ବିଭିନ୍ନ ଅଞ୍ଚଳରୁ ଚାଷୀ ଭାଇ, କୃଷି ବୈଜ୍ଞାନିକ, କୃଷି ଇଞ୍ଜିନିୟର ଓ କୃଷି ଅଧିକାରୀମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ଯ ଦେଶର କୃଷି କ୍ଷେତ୍ରକୁ ତୁଳନାତ୍ମକ ଭାବେ ସମୃଦ୍ଧ, ସୁଦୃଢ଼ କରିବା ।

ଏହି ମେଳା ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରକୁ ଉତ୍ସାହିତ କରିବ ଏବଂ ବାଲେଶ୍ୱର ଜିଲ୍ଲାର କୃଷିକ୍ଷେତ୍ରକୁ ଆହୁରି ସୁଦୃଢ କରିବ । ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ବାଲେଶ୍ୱର (balasore)ବିଭିନ୍ନ ଅଞ୍ଚଳରୁ ଚାଷୀ ଭାଇ, କୃଷି ବୈଜ୍ଞାନିକ, କୃଷି ଇଞ୍ଜିନିୟର ଓ କୃଷି ଅଧିକାରୀମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ଯ ଦେଶର କୃଷି କ୍ଷେତ୍ରକୁ ତୁଳନାତ୍ମକ ଭାବେ ସମୃଦ୍ଧ, ସୁଦୃଢ଼ କରିବା ।

ନୂଆ ଆଶା ନେଇ ଆଜି ଠୁ ଆରମ୍ଭ ହେଲା କୃଷି ସଂୟଂତ୍ର ,କୃଷକଙ୍କୁ ଦେଖାଇବ ନୂଆ ଦିଗ

‘କୃଷି ସୟଂତ୍ର’କୁ ନେଇ କ’ଣ କହିଲେ ସାଂସଦ ପ୍ରତାପ ଷଢ଼ଙ୍ଗୀ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)