News

ଚତୁର୍ଥ ଦିନରେ Pan-Asia Farmers Exchange Program, ବାୟୋଟେକ ମକା ଚାଷୀଙ୍କ ସହ ଆଲୋଚନା

ଫିଲିପିନ୍ସରେ ଚାଲିଥିବା Pan-Asia Farmers Exchange Programର ଆଜି ଚତୁର୍ଥ ଦିନ । ଏଥିରେ ସାମିଲ ରହିଛନ୍ତି କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକ ।

13 October, 2022 1:45 PM IST By: Shuvanshu Kar

ଫିଲିପିନ୍ସରେ ଚାଲିଥିବା Pan-Asia Farmers Exchange Programର ଆଜି ଚତୁର୍ଥ ଦିନ । ଏଥିରେ ସାମିଲ ରହିଛନ୍ତି କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକ । ତେବେ ଆଜି ଚତୁର୍ଥ ଦିନରେ ଏମ.ସି ଡୋମିନିକ୍, ଫିଲିପିନ୍ସର ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମରେ ସିନେଜେଣ୍ଟା ଟିମ ସହିତ ମକା କ୍ଷେତ ପରିଦର୍ଶନ କରିଛନ୍ତି ।

ଏଠାରେ NK 6414 ଏବଂ NK 6410 ମକା କିସମଗୁଡିକ ବିକଶିତ ହୋଇଥାଏ । ଏହା ପୂର୍ବରୁ କାର୍ଯ୍ୟକ୍ରମର ତୃତୀୟ ଦିନରେ ସମସ୍ତ ଅଂଶଗ୍ରହଣକାରୀ ଧାନ ବିଜ୍ଞାନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଏଠାରେ ଅନେକ କିଛି ଶିଖିବାକୁ ମିଳିଥିଲା ବୋଲି ସୂଚନା ଦେଇଥିଲେ କୃଷି ଜାଗରଣ ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକ ।

ପାନ-ଏସିଆ କୃଷକ ବିନିମୟ କାର୍ଯ୍ୟକ୍ରମର 16 ତମ ସଂସ୍କରଣ 10 ଅକ୍ଟୋବର 2022ରୁ ଆରମ୍ଭ ହୋଇଯାଇଛି । ଫିଲିପାଇନ୍ସରେ ଚାଲିଛି ଏହି କାର୍ଯ୍ୟକ୍ରମ । 14 ଅକ୍ଟୋବର 2022 ପର୍ଯ୍ୟନ୍ତ ଏହା ଚାଲିବ। କୃଷି ଉଦ୍ଭିଦ ବାୟୋଟେକ୍ନୋଲୋଜି ଉପରେ ଜ୍ଞାନ ବଣ୍ଟନ ଏବଂ ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ କୃଷକ ନେତା, ବୈଜ୍ଞାନିକ, ଗଣମାଧ୍ୟମ, ସରକାରୀ କର୍ମଚାରୀ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ସମେତ ଅନେକ ଅଂଶଗ୍ରହଣକାରୀ ଉପସ୍ଥିତ ରହିଛନ୍ତି ।

ଆରମ୍ଭ ହୋଇଛି Pan-Asia Farmers Exchange Program

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)