News

ହୋଇଯାଆନ୍ତୁ ସତର୍କ, ବଢ଼ୁଛି ଡେଙ୍ଗୁ ଆତଙ୍କ..

ଓଡ଼ିଶାକୁ ଏବେ ଘାରିଛି ଡେଙ୍ଗୁର ଭୟ । ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ।ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ରାଜ୍ୟର ବଭିନ୍ନ ଅଞ୍ଚଳରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

03 July, 2023 3:54 PM IST By: Priyambada Rana

ଓଡ଼ିଶାକୁ ଏବେ ଘାରିଛି ଡେଙ୍ଗୁର ଭୟ । ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ।ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ରାଜ୍ୟର ବଭିନ୍ନ ଅଞ୍ଚଳରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

ପ୍ରତ୍ୟେକ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ରାଜ୍ୟରେ ଡେଙ୍ଗୁର ପ୍ରଭାବ ଅଧିକ ମାତ୍ରାରେ ରହିଥାଏ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୧,୪୪୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୮୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୧୮୫ ରୋଗୀଙ୍କ ମଧ୍ୟରୁ ପ୍ରାୟ ୯୬ଜଣ ରୋଗୀ ଖୋର୍ଦ୍ଧା ଜିଲ୍ଲାର ବୋଲି ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଏଯାଏଁ ୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଚିନ୍ତାରେ ପଡିଯାଇଛନ୍ତି ବିଏମସି ଅଧିକାରୀ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଭୁବନେଶ୍ୱର ସହରର ନୟାପଲ୍ଲୀ, ସହିଦ ନଗର, ଭୀମଟାଙ୍କୀ ଆଦି କିଛିଟା ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଡେଙ୍ଗୁ ସଂକ୍ରମଣକୁ ଆଖି ଆଗରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ଏବଂ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୁକାବିଲା ପାଇଁ ସଫେଇ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି ବିଭାଗ । ସେପଟେ ଗତ ବର୍ଷ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ଚଳିତ ବର୍ଷ କିନ୍ତୁ ସେତେଟା ବ୍ୟାପି ନଥିବା ମେୟର କହିଛନ୍ତି।

ସେପଟେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏହାକୁ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ସଫେଇ କାର୍ଯ୍ୟକ୍ରମ ଚାଲିଛି। ବର୍ଷା ଆସୁ ଆସୁ ଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱରର ଆଇଆରସି ଭିଲେଜ, ସାଲିଆ ସାହି ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳ। ଖୋର୍ଦ୍ଧା ଓ ଭୁବନେଶ୍ୱର ମହାନଗର ନିଗମରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ସଫେଇକୁ ତ୍ୱରାନ୍ୱିତ କରାଯାଇଛି ।ବିଭିନ୍ନ ଅପରିଷ୍କାର ସ୍ଥାନରେ ମଶା ଔଷଧ ଓ ବ୍ଲିଚିଂ ମଧ୍ୟ ପକାଯାଉଛି ।

କୁକୁର କାମୁଡ଼ିଲେ ହେବ ଏହି ରୋଗ ..

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)