News

COLD WAVE: ଘନ କୁହୁଡି ନେଇ ୟଲୋ ଆଲର୍ଟ ଜାରି!

ସୋମବାର ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ४ ରୁ ୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଅଞ୍ଚଳରେ ପାଗ ସୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଜାରି କରିଛନ୍ତି ।

30 December, 2024 11:51 AM IST By: Tanushree Mahapatra

ରାଜ୍ୟରେ କିଛିଦିନ ହେବ ବର୍ଷା ଲାଗିରହିଛି l ଯାହାଦ୍ୱାରା ରାଜ୍ୟର କିଛି ଜିଲ୍ଲାରେ ବର୍ଷା ପରିମାଣ ଅଧିକ ହେବାର ଚାଷ ମଧ୍ୟ ନଷ୍ଟ ହୋଇଛି l ତେବେ ପଶ୍ଚିମାଝଡ଼ ପ୍ରଭାବରେ ପଶ୍ଚିମରେ ବର୍ଷା ହେବା ନେଇ ସୂଚନା ପ୍ରଦାନ କରାଯାଇଛି ।

ସେହିଭଳି ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶାରେ ମଧ୍ୟ ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ମୟୁରଭଂଜ, କେନ୍ଦୁଝର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି , ସୋନପୁର ଓ ନବରଙ୍ଗପୁରରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ l

ଏହା ସହିତ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ l ଏ ନେଇ ରାଜ୍ୟରେ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ରେ ହାଲୁକା ବର୍ଷା ହେବା ସହିତ ୩୦ ତାରିଖରୁ ତଥା ଆଜିଠାରୁ ପାଗ ଶୁଖିଲା ରହିବ। ସେହିଭଳି ରାତି ତାପମାତ୍ରା ମଧ୍ୟ କମିବ ବୋଲି କୁହାଯାଇଛି । ୩୦ ତାରିଖରୁ କ୍ରମଶଃ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ। ଫଳରେ ରାଜ୍ୟରେ ଆଗକୁ ଶୀତ ପୁଣି ବଢିବା ନେଇ ଆକଳନ କରାଯାଇଛି ।

ଆଜି ତଥା ସୋମବାର ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ४ ରୁ ୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଅଞ୍ଚଳରେ ପାଗ ସୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଜାରି କରିଛନ୍ତି । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ଏବଂ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର , କେନ୍ଦୁଝର, ମୟୂରଭଞ୍ଜର ଏବଂ ଅନ୍ୟ କିଛି ଅଞ୍ଚଳରେ ଘନ କୁହୁଡି ଦେଖାଯିବ । କିନ୍ତୁ ରାଜ୍ୟରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପାଗ ସୁଖିଲା ରହିବ। ଆଗକୁ ନୂଆବର୍ଷ ଥିବାରୁ ରାସ୍ତାଘାଟ ଚଳଚଞ୍ଚଳ ରହିବ l ଘନ କୁହୁଡି ଦେଖାଯିବାକୁ ଥିବାରୁ ରାଜ୍ୟରେ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି l

READ MORE:

ଛେଳି -ଲେଣ୍ଡି ଖତର ବିବରଣୀ ଓ ଏହାର ଉପାଦେୟତା

successful farmer: ସମ୍ବଲପୁର ର ସଫଳ ଚାଷୀ ଚେତନ !