News

ରାଜ୍ୟବ୍ୟାପୀ ବର୍ଷା

ଦୁଇ ଦୁଇଟି ଲଘୁଚାପ ର ପ୍ରଭାବ ରେ ଅହରହ ଚାଲିଛି ରାଜ୍ୟବ୍ୟାପି ବର୍ଷା |କେଉଁଠି ପ୍ରବଳ ବର୍ଷା ତ କେଉଁଠି ଝିପିଝିପି ବର୍ଷା ଲାଗି ରହିଛି |ତେବେ ଗୁରୁବାର ରାତି ଯାଏ ବର୍ଷା ଜାରି ରହିବାର ଆକଳନ କରିଛି ପାଣିପାଗ ବିଭାଗ |ଏହା ପରବର୍ତୀ ମୁହୂର୍ତ ରେ ବନ୍ୟା ଆକାର ନେବାର ସମ୍ଭାବନ ମଧ୍ୟ ରହିଛି | ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନ ର ନିର୍ଦେଶ ଦେଇଛନ୍ତି |ଆଜି ରାତି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି |

07 August, 2019 11:43 AM IST By: KJ Staff

ମଙ୍ଗଳବାର ରୁ ଉପକୂଳ ,ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି | |ମାଲକାନଗିରି ,କୋରାପୁଟ ,ଗଞ୍ଜାମ,କନ୍ଧମାଳ ,କଳାହାଣ୍ଡି ,ଓ ପୁରୀ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଯାହାର ଅର୍ଥ ହେଉଛି ବନ୍ୟା ଲାଗି ପ୍ରସ୍ତୁତ ରହିବା |୩ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୬ ଟି ଜିଲାକୁ ଲାଲ ସଂକେତ ଜାରି କରାଯାଇଥିଲା ବେଳେ ଅନ୍ୟ ୮ ଟି ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ସହ ୧୦ ଟି ଜିଲ୍ଲା କୁ ହଳଦିଆ ରଙ୍ଗ ର ସଂକେତ ଜାରି କରାଯାଇଛି |୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଆସନ୍ତା ରହିବା ସାଙ୍ଗରେ ପବନ ର ବେଗ ବଢିବ |ମତ୍ସ୍ୟ ଜୀବିଙ୍କୁ ସମୁଦ୍ର କୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)