News

ଟଙ୍କା ଥାଇ ବି ମିଳିବନି ଖାଦ୍ୟ ! କାହିଁକି ଏମିତି କହିଲେ କୃଷି ମନ୍ତ୍ରୀ ?

ବିଶ୍ବରେ ଅନେକ ଦେଶରେ ଦେଖାଦେଇଥିବା ଖାଦ୍ୟସଙ୍କଟ ବିଷୟକୁ ସଙ୍କେତ କରି କୃଷିମନ୍ତ୍ରୀ କହିଛନ୍ତି, ଯଦି ଆମେ କୃଷି କ୍ଷେତ୍ର ପ୍ରତି ବିମୁଖ ହେବା, ତେବେ ଟଙ୍କା ଥାଇ ମଧ୍ୟ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବନାହିଁ ।

26 June, 2022 3:48 PM IST By: Shuvanshu Kar

ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାରେ ଅନିଶ୍ଚିତତା, କମ ଉତ୍ପାଦନ ଆଦି କାରଣରୁ କିଛି ଦେଶରେ ଖାଦ୍ୟ ସଙ୍କଟ(Food crisis) ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଚାଷ କାମର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର(agriculture minister) । ବିଶ୍ବରେ ଅନେକ ଦେଶରେ ଦେଖାଦେଇଥିବା ଖାଦ୍ୟସଙ୍କଟ ବିଷୟକୁ ସଙ୍କେତ କରି କୃଷିମନ୍ତ୍ରୀ କହିଛନ୍ତି, ଯଦି ଆମେ କୃଷି କ୍ଷେତ୍ର ପ୍ରତି ବିମୁଖ ହେବା, ତେବେ ଟଙ୍କା ଥାଇ ମଧ୍ୟ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବନାହିଁ ।

ଦେଶ ସ୍ବାଧିନ ହେବା ସମୟରେ ଜିଡିପି(GDP)ରେ କୃଷିକ୍ଷେତ୍ରର ଯୋଗଦାନ ଥିଲା 50 ପ୍ରତିଶତ । ଏହା ଧିରେ ଧିରେ ହ୍ରାସ ପାଇବାକୁଲାଗିଲା । ପ୍ରତିବଦଳରେ ଅନ୍ୟ କ୍ଷେତ୍ରର ଅଭିବୃଦ୍ଧି ହେଲା । ଏହା ସେତେବେଳର ପରିସ୍ଥିତି ପାଇଁ ଜରୁରୀ ଥିଲା । ହେଲେ ଆଜି ଦେଶରେ କୃଷି କ୍ଷେତ୍ର ବ୍ୟାପକ ଓ ପାଖାପାଖି 60 ପ୍ରତିଶତ ଜନସଂଖ୍ୟା ଏହି କ୍ଷେତ୍ର ସହ ଜଡିତ ବୋଲି ଆମକୁ ଦେଖିବାକୁପଡିବ । ଅଧିକାଂଶ ଲୋକ ଜୀବନଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ । ଏଥିପାଇଁ ସବୁବେଳେ ଏହା ଉପରେ ମହତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି କୃଷିମମନ୍ତ୍ରୀ(agriculture minister) ।

୭୧% ଭାରତୀୟ ଖାଉନାହାନ୍ତି ପୁଷ୍ଟିକର ଖାଦ୍ୟ !

ବଢୁଛି ଚାଷୀଙ୍କ ଆୟ: କୃଷିମନ୍ତ୍ରୀ

କାର୍ଯ୍ୟକ୍ରମରେ ତୋମାର କହିଛନ୍ତି, ଦେଶରେ 86 ପ୍ରତିଶତ କ୍ଷୂଦ୍ର ଚାଷୀ । ସେମାନଙ୍କ ପାଇଁ କୃଷିକୁ ଲାଭବାନ କରିବା ଦିଗରେ ନିରନ୍ତର ପ୍ରୟାସ କରିବା ଦରକାର । କୃଷି କ୍ଷେତ୍ରରେ ଟେକ୍ନୋଲୋଜୀ ପରିବର୍ତ୍ତନ ଆଣିବା ସହିତ ବୈଶ୍ବିକ ମାନକଗୁଡିକର ଅନୁରୂପ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦନ ବୃଦ୍ଧି କରିବା ଜରୁରୀ । ପୂର୍ବ ସରକାରରେ କୃଷିକୁ ଗୁରୁତ୍ବ ଦିଆଯାଉନଥିଲା । କୃଷି ବିକାଶ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ଦୁର୍ବଳ ଥିଲା । ଏଥିପାଇଁ ଚାଷୀଙ୍କ ଆୟ ବୃଦ୍ଧି ହେଉନଥିଲା ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ତୋମାର କହିଛନ୍ତି, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦିଙ୍କ ନେତତ୍ବରେ ଚାଷୀଙ୍କୁ ସଶକ୍ତ କରାଯାଉଛି । ବର୍ତ୍ତମାନର ସରକାର ଆରମ୍ଭରୁ ହିଁ କୃଷି ଓ ଚାଷୀଙ୍କ ବିକାଶ ଉପରେ ଫୋକସ ରହିଛି । କୃଷି କ୍ଷେତ୍ରରେ କ୍ରମାଗତ ବଜେଟରେ ବୃଦ୍ଧି ହେଉଛି । ଚାଷୀଙ୍କୁ ପିଏମ କିସାନ ଯୋଜନା ଜରିଆରେ ସିଧାସଳଖ ଆର୍ଥିକ ସହଯୋଗ ଦିଆଯାଉଛି । ଡ୍ରୋନ ଭଳି ଟେକ୍ନୋଲୋଜୀ, ଡିଜିଟାଲ ଏଗ୍ରିମିଶନ ତଥା ଘରୋଇ ନିବେଶ ବୃଦ୍ଧି ଆଦି ଜରିଆରେ କୃଷି କ୍ଷେତ୍ରକୁ ମଜବୁତ କରାଯାଉଛି । ଆଜି ବଦଳୁଥଇବା ଭାରତରେ ପ୍ରଧାନମନ୍ତ୍ରୀ କିସାନ ସମାନ ନିଧିରୁ ସାଢେ 11 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ବର୍ଷ 6000 ଟଙ୍କା ପଠାଯାଉଛି । ଏହା ବିଶ୍ବର ସବୁଠୁ ବଡ ଯୋଜନା ବୋଲି କହିଛନ୍ତି କୃଷିମନ୍ତ୍ରୀ ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର କୃଷିକୁ ଆଗକୁ ବଢାଇବାକୁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟ କରୁଥିବା କହିଥଇଲେ ତୋମାର । ଏଥିରେ କୃଷି କ୍ଷେତ୍ରରେ ଅନେକ ସୁଧାର ଆସିଛି । ଏହାସହିତ ଚାଷୀଙ୍କ ଆୟ ବୃଦ୍ଧି ହେଉଛି । ଗତ 8 ବର୍ଷ ମଧ୍ୟରେ ଦେଶରେ କୃଷି କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଥିବା କହିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର(Narendra Singh Tomar ) ।

ତୋମାର କହିଥିଲେ, ସରକାର ଚାଷୀ ହିତରେ କରିଥିବା ନିୟମ ତଥା ଚାଷୀ ଓ ବୈଜ୍ଞାନିକଙ୍କ ପରିଶ୍ରମର ପରିଣାମ ଆଜି କୃଷି ଉତ୍ପାଦନକୁ ପ୍ରତିକୂଳ ପରିସ୍ଥିତିରେ ଅନ୍ୟ ଦେଶକୁ ପହଞ୍ଚାଉଛି ଭାରତ । ଅଧିଂକାଶ କୃଷି ଉତ୍ପାଦର ଉତ୍ପାଦନ ଦୃଷ୍ଟିରୁ ଆଜି ବିଶ୍ବରରେ ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନରେ ଅଛି ଭାରତ ।ସେହିପରି ଦେଶରୁ ସାଢେ 4 ଲକ୍ଷ କୋଟି କୃଷି ଉତ୍ପାଦର ରପ୍ତାନି ହୋଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)