News

ହାତ ପାଆନ୍ତାରେ ହ୍ବାଟ୍ସଆପରୁ ମିଳିବ ସରକାରୀ ଡିଜିଲକର

ହ୍ୱାଟ୍ସଅପ୍ ବ୍ୟବହାରକାରୀ କେବଳ ‘ନମସ୍ତେ କିମ୍ବା ହାଇ କିମ୍ବା ଡିଜି ଲକର’(digilocker)କୁ ହ୍ୱାଟ୍ସଅପ ନମ୍ବର +୯୧୯୦୧୩୧୫୧୫୧୫କୁ ପଠାଇ ଚାଟକଟ ବ୍ୟବହାର କରିପାରିବେ । ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ହ୍ୱାଟ୍ସଅପର ମାଇ ଗଭରେ ଡିଜିଲକର ଏକ ଗୁରୁତ୍ୱପୂର୍ଣ୍ଣ ନାଗରିକ ସେବା ହୋଇପାରିବ ।

24 May, 2022 3:22 PM IST By: Shuvanshu Kar

ନାଗରିକମାନେ ଏଣିକି ଡିଜି ଲକର ନଥିପତ୍ର ଯେପରିକି ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବାହାନ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି ଡାଇନଲୋଡ କରିପାରିବେ । ହ୍ୱାଟ୍ସଅପ୍‌ରେ ମାଇଁ ଗଭ ହେଲ୍ପ ଡେସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଡିଜିଟାଲ ଇଣ୍ଡିଆ ଓ ଜୀବନଯାପନ ଶୈଳୀକୁ ଆହୁରି ଉନ୍ନତ କରିବ ।

ହ୍ୱାଟ୍ସଅପ୍ ବ୍ୟବହାରକାରୀ କେବଳ ‘ନମସ୍ତେ କିମ୍ବା ହାଇ କିମ୍ବା ଡିଜି ଲକର’(digilocker)କୁ ହ୍ୱାଟ୍ସଅପ ନମ୍ବର +୯୧୯୦୧୩୧୫୧୫୧୫କୁ ପଠାଇ ଚାଟକଟ ବ୍ୟବହାର କରିପାରିବେ । ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ହ୍ୱାଟ୍ସଅପର ମାଇ ଗଭରେ ଡିଜିଲକର ଏକ ଗୁରୁତ୍ୱପୂର୍ଣ୍ଣ ନାଗରିକ ସେବା ହୋଇପାରିବ ।

ସରକାରୀ ସେବାକୁ ସହଜଲଭ୍ୟ, ସ୍ୱଚ୍ଛ ଓ ସରଳ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାଇଗଭ୍ ହେଲ୍ପ ଡେସ୍କ ହ୍ୱାଟ୍ସସପ ଜରିଆରେ ଡିଜିଲକର ସେବା ଉପଲବ୍ଧ କରିବା ନିମନ୍ତେ ନାଗରିକମାନଙ୍କୁ ସୁବିଧା ଦେଇଛି । ଡିଜିଲକର(digilocker) ଆକାଉଣ୍ଟ ସୃଷ୍ଟି ଓ ବୈଧ କରିବା, ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଯାନବାହନ ପ୍ରମାଣପତ୍ର ଇତ୍ୟାଦି ଦସ୍ତାବିଜ୍ ଏଣିକି ହ୍ୱାଟ୍ସସପ ଜରିଆରେ ଡାଉନଲୋଡ କରିହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଡିଜିଟାଲ ଇଣ୍ଡିଆ ମଧ୍ୟରେ ଜନସାଧାରଣଙ୍କ ଜୀବନଯାପନକୁ ସହଜ କରିବା ପାଇଁ କାର୍ଯ୍ୟ କରିଆସୁଛି ।

ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ହାତପାଆନ୍ତାରେ ପ୍ରଶାସନ ଓ ସରକାରୀ ସେବା ସୁନିଶ୍ଚିତ କରିବା ପାଇଁ ହ୍ୱାଟ୍ସଅପ୍‌ରେ ମାଇ ଗଭ ହେଲ୍ପ ଡେସ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଡିଜିଲକର ସେବା ମାଧ୍ୟମରେ ଏବେ ଦେଶର ନାଗରିକଙ୍କୁ ମାଇ ଗଭ ହେଲ୍ପଡେସ୍କ ଅନେକ ଗୁଡିଏ ସେବା ଉପଲବ୍ଧ କରାଇବ । ଏହି ନୂତନ ସେବା ସହାୟତାରେ ଜନସାଧାରଣ ନିମ୍ନଲିଖିତ ଦସ୍ତାବିଜମାନ ସହଜରେ ସୁରକ୍ଷିତଭାବେ ନିଜ ଘରେ ବସି ପାଇପାରିବେ ।

୧.ପ୍ୟାନକାର୍ଡ

୨, ଡ୍ରାଇଭିଂ ଲାଇସେନ୍ସ

୩. ସିବିଏସ୍‌ଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପ୍ରମାଣପତ୍ର

୪. ଯାନବାହନ ପଞ୍ଜୀକରଣ ପ୍ରମାଣପତ୍ର(ଆରସି)

୫.ଦ୍ୱିଚକିଆ ଗାଡି ବୀମା ପଲିସି

୬. ଦଶମ ଶ୍ରେଣୀ ମାର୍କସିଟ୍‌

୭. ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌

୮. ଡିଜିଲକର ଉପଲବ୍ଧ ଜୀବନ୍ ଓ ଜୀବନ ବିହୀନ ବୀମା ପଲିସି ଦସ୍ତାବିଜ୍

ହ୍ୱାଟ୍‌ଆପ୍ ବ୍ୟବହାରକାରୀମାନେ ଦେଶର ଯେକୌଣସି ସ୍ଥାନରୁ ହ୍ୱାଟ୍ସଅପ ନମ୍ବର +୯୧୯୦୧୩୧୫୧୫୧୫ ଜରିଆରେ କେବଳ ‘ନମସ୍ତେ ହାଏ ବା ଡିଜିଲକର ଲେଖି ଚାଟବଟ ବ୍ୟବହାର କରିପାରିବେ ।

ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ମାଇ ଗଭ ହେଲ୍ପଡେସ୍କ (ପୂର୍ବରୁ ମାଇଗଭ କରୋନା ହେଲ୍ପଡେସ୍କଭାବେ ପରିଚିତ) ହ୍ୱାଟସପ ଜରିଆରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ମୁକାବିଲା ନିମନ୍ତେ ଲୋକମାନଙ୍କୁ ନିର୍ଭୁଲ କୋଭିଡ ସମ୍ପର୍କୀୟ ତଥ୍ୟ ପ୍ରଦାନ, ଟୀକାକରଣ, ବୁକିଂ ଓ ଟୀକା ପ୍ରମାଣପତ୍ର ଡାଉନଲୋଡ କରିବା ଦିଗରେ ବ୍ୟବହୃତ ହୋଇ ଆସିଛି ।

ଏପର୍ଯ୍ୟନ୍ତ ୮୦ନିୟୁତ ଜନସାଧାରଣ ଏହି ହେଲ୍ପ ଡେସ୍କ ରେ ପହଂଚି ପାରିଥିବାବେଳେ, ୩୩ନିୟୁତରୁ ଅଧିକ ଟିକାକରଣ ପ୍ରମାଣପତ୍ର ଡାଉନଲୋଡ ହୋଇଛି ଓ ଦେଶବ୍ୟାପୀ ନିୟୁତ ନିୟୁତ ଟିକାକରଣ ପାଇଁ ବୁକିଂ ହୋଇଛି ।

ଡିଜି ଲକର ଭଳି ନୂତନ ସଂଯୋଗ ଫଳରେ ହ୍ୱାଟ୍ସଅପରେ ମାଇ ଗଭ ଚାଟବଟ ଜନସାଧାରଣଙ୍କ ନିମନ୍ତେ ବ୍ୟାପକ ପ୍ରଶାନିକ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଛି । ଏପରିକି ଆବଶ୍ୟକ ସେବା କେବଳ ଡିଜିଟାଲ ମାଧ୍ୟମରେ ପାଇ ହେବ ।

ଜନସାଧାରଣଙ୍କୁ ମାଇଁ ଗଭ ହେଲ୍ପ ଡେସ୍କ ଜରିଆରେ ଡିଜିଲକର ସେବା ଉପଲବ୍ଧ କରାଇବା ଦ୍ୱାରା ହ୍ୱାଟ୍ସଅପ ଜରିଆରେ ଏହା ଖୁବ୍ ସରଳ ହୋଇପାରିବ । ଡିଜିଲକରରେ ଦଶକୋଟିରୁ ଅଧିକ ବ୍ୟକ୍ତି ପଞ୍ଜୀକୃତ ହୋଇଥିବା ଓ ଅଦ୍ୟାବଧି ପାଞ୍ଚ ବିଲିୟନ ନଥିପତ୍ର ଜାରି ହୋଇଥିବା ଦୃଷ୍ଟିରୁ ଏହି ହ୍ୱାଟ୍ସଅପ ସେବା କୋଟି କୋଟି ଜନସାଧାରଣଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିବ । ଫଳରେ ସେମାନେ ବିନା ବାଧାରେ ବୈଧ ଦସ୍ତାବିଜ ଓ ତଥ୍ୟ ସିଧାସଳଖ ଫୋନରୁ ପାଇପାରିବେ । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସେବାପ୍ରଦାନ ଉନ୍ନତି ନେଇ ରଖିଥିବା ଦୂରଦର୍ଶୀ ଲକ୍ଷ୍ୟକୁ ଭିତ୍ତିକରି ଏହି ସେବାକୁ ଜାରି କରାଯାଇଛି ।

ଜବରଦସ୍ତ ଲୁକ, ଅତ୍ୟାଧୁନିକ ଟେକ୍ନୋଲୋଜୀ; ଜାଣନ୍ତୁ କାହିଁକି ଚାଷୀଙ୍କ ପାଇଁ ଖାସ Eicher Prima G3 ?

ଡିଜେଲ ଦର ହ୍ରାସ, ଚାଷୀଙ୍କୁ କଣ ମିଳିବ ଲାଭ ?