News

ଲତାଜାତୀୟ ବିନ୍‌ ଚାଷ ବିଷୟରେ ଆପଣ ଜାଣନ୍ତି କି ?

ଲତାଜାତୀୟ ଫସଲ ଭିତରେ ବିନ୍‌ ଏବେ ସର୍ବାଧିକ ଲୋକପ୍ରିୟ ଚାଷ ହେଉଥିବା ପରିବା । ଏହାର ପ୍ରୋଟି୍‌ନ ପରିମାଣ ୯.୬ ଗ୍ରାମ ଥିଲାବେଳେ ର୍କାବୋହାଇଡେ଼୍ରଟ୍‌ ୧୦.୫ ଗ୍ରାମ ଥାଏ ।

13 November, 2021 1:59 PM IST By: Sudesna Nayak

ଲତାଜାତୀୟ ଫସଲ ଭିତରେ ବିନ୍‌ ଏବେ ସର୍ବାଧିକ ଲୋକପ୍ରିୟ ଚାଷ ହେଉଥିବା ପରିବା । ଏହାର ପ୍ରୋଟି୍‌ନ ପରିମାଣ ୯.୬ ଗ୍ରାମ ଥିଲାବେଳେ ର୍କାବୋହାଇଡେ଼୍ରଟ୍‌ ୧୦.୫ ଗ୍ରାମ ଥାଏ ।

ଅପରପକ୍ଷେ ଏହା ମାଟିର ଉର୍ବରତା ବଢ଼ାଇ ଥାଏ । ଏହାକୁ ଉଭୟ ମିଶ୍ରିତ ଫସଲ ଏବଂ ଅନ୍ତଃଫସଲ ହିସାବରେ ନିଆଯାଇଥାଏ । ସାଧାରଣତଃ ଏହି ବିନ୍ ଅଧିକ, ପୁଷ୍ଟିସାର ଏବଂ ଅନ୍ୟାନ୍ୟ ଖାଦ୍ୟସାରରେ ଭରପୁର ।

ବିନ୍ ସାଧାରଣତଃ ଦୁଇ ପ୍ରକାରର –

ବୁଦା ବିନ

ଲତା ବା ରନର ବିନ୍

ବୁଦା ଜାତୀୟ ବିନ୍ କିସମ-ଅର୍କ କୋମଳ,ପୁଷା ପାର୍ବତୀ, ପନ୍ନ ଅନୁପମ, ଅର୍କସୁବିଧା, ଅର୍କ ଅନୁପ ଆଦି କିସମ ସମତଳ ଅଞ୍ଚଳରେ ଅଧିକ ଚାଷ କରାଯାଏ ।

ଲତା ବା ରନର ବିନ୍ କିସମ– କୋଣ୍ଡ୍ କି ୱଣ୍ଡର, ପୁଷା ହିମଲତା, ଫୁଲେ ସୁୟାସ୍ ଇତ୍ୟାଦି । ଏହି ବିନ୍ ପାହାଡିଆ ଅଞ୍ଚଳରେ, ଜୁଲୁ ସ୍ଥାନରେ ଅଧିକ ଚାଷ କରାଯାଏ । ରନ୍‌ର ବିନକୁ ରଞ୍ଜା ଦିଆଯାଇ ଗଛକୁ ମଡାଯାଏ । ପାର୍ବତ୍ୟ ଅଞ୍ଚଳରେ ରଞ୍ଜା ଉପଲବଧ ହେଉଥିବାରୁ ଏହି ଅଞ୍ଚଳରେ ଲତା ବିନ୍ ଅଧିକ ମାତ୍ରାରେ ଚାଷ କରାଯାଇଥାଏ ।

ଜମି ପ୍ରସ୍ତୁତି

ଜମିକୁ ଭଲ ଭାବରେ ୨-୩ ଓଡ, ଚାଷ କରନ୍ତୁ । ୧୦ରୁ ୧୨ ଶଗଡ ଶଢ଼ା ଗୋବର ଖତ ଶେଷ ଓଡ. ଚାଷରେ ମିଶାନ୍ତୁ । ଢାଲୁର ବିପରୀତ ଦିଗରେ ପଟାଳି ତିଆରି କରନ୍ତୁ । ଜଳ ନିଷ୍କାସନ ପାଇଁ ଦୁଇ ପଟାଳି ମଧରେ ବ୍ୟବସ୍ଥା କରାନ୍ତୁ ।

ମାଟି ଏବଂ ଜଳବାୟୁ

ଏହା ଏକ ଶୀତଦିନିଆ ଫସଲ । ଏହାର ଅଧିକ ଅମଳ ପାଇଁ ୨୦ ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ହିଁ ସର୍ବୋତ୍ତମ । ସମତଳ ଅଞ୍ଚଳରେ ଏହା ଶୀତଦିନେ ଚାଷ କରାଯାଏ । ମାଳ ଅଞ୍ଚଳରେ ଏହା ବର୍ଷସାରା ଚାଷ କରାଯାଇ ପାରିବ । ଏଥିରୁ ବିଭିନ୍ନ ସୁସ୍ଵାଦୁ ତରକାରି, ଭଜା, ଉପମା, ପଲାଉ ଏବଂ ସୁପ୍ ପ୍ରସ୍ତୁତ କରାଯାଏ । ପାକଳ ହେବା ପୂର୍ବରୁ ନରମା କଞ୍ଚା ଛୁଇଁଗୁଡିକୁ ପରିବା ହିସାବରେ ବ୍ୟବହାର କରାଯାଏ । ଆମ ରାଜ୍ୟର ମାଳ ଅଞ୍ଚଳ ତଥା କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ଗଜପତିର ଥିଣ୍ଡା ଜଳବାୟୁରେ ଏହାକୁ ଅଦିନିଆ ଫସଲ ରୂପେ ଲଗାଯାଇପାରିବ ।

ବିହନ ଚୟନ ଓ ବିଶୋଧନ-

ଅଧିକ ଅମଳ ପାଇଁ ଲତାଜାତୀୟ ବିନ୍‌ ଚୟନ କରନ୍ତୁ । ୧୦ ଡ଼ିସିମିଲ ପାଇଁ ୫୦୦ଗ୍ରାମରୁ ୫୫୦ଗ୍ରାମର ବିହନ ଦରକାର । ରାଇକିଆ ବିନ୍‌, କେନଟୁକି ୱାଣ୍ଡର, ଆୟୋକା ଇତ୍ୟାଦି ପ୍ରଧାନ ।

ରୋଗପୋକ ପରିଚାଳନା-

ପାଉଁଶିଆ ରୋଗ-ସଲଫର ୫୦ ଡ଼ବ୍ଲ୍ୟୁ.ପି. ୨ ଗ୍ରାମ୍‌ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ- ଏହି ରୋଗ ହେଲେ ପତ୍ରରେ ଇଟାଳିଆରୁ ମାଟିଆ ଦାଗ ମାନ ଦେଖାଯାଏ ଓ ଏହି ଦାଗର ଚାରିପଟେ ବଳୟ ଆକାରରେ ହଳଦିଆ ଦାଗ ଦେଖାଯାଏ । =

ଜଉପୋକ- ଜଉପୋକ ଲାଗିଲେ ପତ୍ରମୋଚା ହୋଇ ଗଛ ବଢି ନ ଥାଏ । ରୋଗର ୨ମିଲି ବା ମାଲାଥିଅନ୍‌ ୨ ମିଲି ପ୍ରତି ଲିଟର ମିଶାଇ ସ୍ପ୍ରେ କରନ୍ତୁ ।

ବିନଗୁଡିକ କୋମଳ ହୋଇଥିବାରୁ ଅଳ୍ପ ଚାପରେ ଭାଙ୍ଗିଯାଏ । ତେଣୁ ଏହାକୁ ପ୍ୟାକିଂ କଲାବେଳେ ଯନ୍ ନେବାକୁ ହୁଏ । ଅବଶ୍ୟ ଏହାକୁ ଝୁଡିରେ କିମ୍ବା ପ୍ଲାଷ୍ଟିକ ଗ୍ରେରେ ଦୂର ସ୍ଥାନକୁ ପଠାଇବା ଭଲ ।