News

ପଣସ ଚାଷ ବିଷୟରେ ଆପଣ ଜାଣନ୍ତି କି...

ପଣସ ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଭାରତରେ ଉପଲବ୍ଧ ହେଉଥିବା ପଣସରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ l ପଣସ ଚାଷ ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ l ଗଛରେ ଫଳୁଥିବା ଫଳ ଭିତରେ ପଣସକୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ l

12 November, 2021 12:23 PM IST By: Sudesna Nayak

ପଣସ ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଭାରତରେ ଉପଲବ୍ଧ ହେଉଥିବା ପଣସରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ l ପଣସ ଚାଷ ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ l ଗଛରେ ଫଳୁଥିବା ଫଳ ଭିତରେ ପଣସକୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ l

ପଣସ ୨ ପ୍ରକାରର

ପଣସ ୨ ପ୍ରକାରର ହୋଇଥାଏ l ଗୋଟିଏ ବହୁତ ଟାଣ ଓ ଆଉ ଗୋଟିଏ ନରମ ପ୍ରଜାତିର ହୋଇଥାଏ l ନରମ ପ୍ରଜାତିର ପଣସର ଆକାର ଛୋଟ ଓ ଏହାର ମଞ୍ଜି ବଡ ହୋଇଥାଏ l ଟାଣ ପଣସର ଆକାର ବଡ଼ ଓ ମଞ୍ଜି ଛୋଟ ଓ କମ ହୋଇଥାଏ l ପଣସ କାଠରେ ଘରର ଆସବାପତ୍ର ତିଆରି ହୁଏ ଯଥା କବାଟ,ଝରକା,ଆଲମାରି ଇତ୍ୟାଦି । ଏହା ସଙ୍ଗୀତ ବାଦ୍ୟ ତିଆରିରେ ସାହାଯ୍ୟ କରେ ।

ପଣସର ଉପକାରିତା

କିଛି ଲୋକମାନେ ମାଂସର ପ୍ରତିବଦଳରେ ପଣସ ଖାଇବାକୁ ପସନ୍ଦ କରନ୍ତି । ଏହି କାରଣରୁ ବର୍ତ୍ତମାନ ପଣସର ଚାହିଦା ବେଶ ଅଧିକ ରହିଛି । କିନ୍ତୁ ଆପଣ ଜାଣନ୍ତି କି କଞ୍ଚାପଣସ ଖାଇବା ଥାଇରଏଡ ପାଇଁ ମଧ୍ୟ ଲାଭଦାୟକ ଅଟେ । ସୂଚନା ମୁତାବକ, କଞ୍ଚାପଣସରୁ ମିଳିଥିବା କପର ଥାଇରଏଡକୁ ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ, ଏହା ହରମୋନ ତିଆରି ଏବଂ ଅବଶୋଷଣ ପାଇଁ ମଧ୍ୟ କାର୍ଯ୍ୟ କରିଥାଏ ।

ପଣସ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଓ ଉପଯୁକ୍ତ ମାଟି

ପଣସ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୁଏ । ପଣସ ଚାଷ ସବୁ ପ୍ରକାର ମାଟିରେ କରାଯାଇ ପାରିବ, କିନ୍ତୁ ଦୋରସା ମାଟିରେ ଏହି ଚାଷ ଉନ୍ନତ ଧରଣର ହୋଇଥାଏ l କାରଣ ଏହାର ଚେର ମାଟିରେ ବହୁତ ଗଭୀରକୁ ଯାଇଥାଏ l ପଣସ ଚାଷ ପାଇଁ ଭୂମିର ପିଏଚ-୭୭.୫ ମଧ୍ୟରେ ହବା ଦରକାର l ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ଓ ପଟୁ ମାଟିରେ ଭଲ ବଢେ । ସନ୍ତସନ୍ତିଆ ଜମିରେ ଏହା ଖୁବ ଭଲ ହୁଏନି ଓ ଗଛ ମରିଯାଏ । ଓଡ଼ିଶାର ପାହାଡିଆ ଅଞ୍ଚଳରେ ଏହା ଖୁବ ଭଲ ହୁଏ ।

ଭାରତ ଓ ବାଂଲାଦେଶରେ ପଣସକୁ ଛଡେଇ ତାର ହଳଦିଆ ମାଂସଳ ଅଂଶକୁ ଖାଆନ୍ତି । ପାଚି ନଥିବା ପଣସରେ ତରକାରୀ ହୁଏ । ଏହାକୁ ସାଧାରଣତଃ ପଣସ କଠା ବୋଲି କୁହାଯାଏ । ଏହାର ମଞ୍ଜିକୁ ଶୁଖାଇ ତରକାରୀରେ ମଧ୍ୟ ବ୍ୟବହାର ହୁଏ । ଇଣ୍ଡୋନେସିଆରେ ପାଚିଲା ପଣସକୁ ଖାଇବା ସହ ମିଠା ତିଆରି କରିବାରେ ବ୍ୟବହାର କରିଥାନ୍ତି ।

କହିବାକୁ ଗଲେ, ବର୍ତ୍ତମାନ ପଣସକୁ ଭିତିକରି ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି l ଏହାକୁ ଦୃଷ୍ଟିରେ ରଖି ପଣସ ଚାଷକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରିଛନ୍ତି l ପଣସ ଚାଷ କରି ଚାଷୀମାନେ କିପରି ଭାବରେ ଲାଭବାନ ହୋଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେଉଛନ୍ତି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)