ଖାଦ୍ୟ ମାଛ ବା ଚିଙ୍ଗୁଡି ଚାଷ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ଚିଙ୍ଗୁଡି ଚାଷରୁ ଅଧିକ ଲାଭ ମିଳିଥାଏ । ଚିଙ୍ଗୁଡି ଚାଷ କରି ଅନେକ ଲୋକ ଭିକାରୀରୁ ଅମିର ହୋଇଛନ୍ତି । ଅତି ବ୍ୟୟବହୁଳ ଏହି ଚିଙ୍ଗୁଡି ଚାଷ ଅତ୍ୟଧିକ ଲାଭଦାୟକ ମଧ୍ୟ ଅଟେ । ଚିଙ୍ଗୁଡି ନଦୀ ନାଳ, ନଦୀ ମୁହାଣ ଓ ତଟବର୍ତ୍ତୀ ଆବଦ୍ଧ ଜଳରେ ମିଳିଥାଆନ୍ତି । ଚିଙ୍ଗୁଡିକୁ ମିଶ୍ରିତ ଚାଷ ବା ଏକକ ଭାବେ ଚାଷ କରିବା ସମ୍ଭବ ଅଟେ । ମଧୁର ଜଳ ବ୍ୟତୀତ ଅଳ୍ପ ଲବଣାକ୍ତ ଜଳରେ ମଧ୍ୟ ଏହା ଚାଷ କରାଯାଇପାରିବ ।
ଏହାର ଚାଷ ପଦ୍ଧତି ୨ ପ୍ରକାର ହୋଇଥାଏ ।
ଚିଙ୍ଗୁଡ଼ି ଚାଷ ପାଇଁ ପୁରୁଣା ପାଣି ବାହାର କରି ପୁନର୍ବାର ଭଲପାଣି ଭର୍ତ୍ତି କରିବା ନିହାତି ଜରୁରୀ । ଏକକ ଚାଷ ପଦ୍ଧତିରେ ୩ ମାସ ପର ଠାରୁ ପ୍ରାୟ ୨୦ ରୁ ୩୦ ଭାଗ ପାଣି ପରିବର୍ତ୍ତନ ପ୍ରତି ୧୫ ଦିନ ଅନ୍ତରରେ ଆବଶ୍ୟକ । ଏହାଦ୍ୱାରା ପୋଖରୀ ତଳଭାଗ ପରିଷ୍କାର ରହିଥାଏ । ଚିଙ୍ଗୁଡ଼ି ସୁସ୍ଥରହେ ଏବଂ ବୃଦ୍ଧିହାର ମଧ୍ୟ ଅଧିକ ହୋଇଥାଏ ।
ମିଶ୍ରିତ ଚାଷ - ଏହା ରୋହୀ, ଭାକୁର, ମିରିକାଳି ଓ ବିଲାତି ରୋହି ସହିତ ଚାଷ କରାଯାଇଥାଏ । ଓଡିଶାର ଚାଷୀମାନେ ଏହି ମିଶ୍ରିତ ଚାଷ କରିଥାଅନ୍ତି । ଏହା ଦ୍ୱାର ଚାଷୀ ଭାଇ ମାଛରୁ ଯାହା ଲାଭ ପାଇଥାଏ । ଏହି ଚାଷରେ ନିମ୍ନସ୍ତରର ମାଛ ଯଥା, ମିରିକାଳି ଓ ବିଲାତି ରୋହି ଆଦି ଆଦୈା ନ ଛାଡିବା ଅଥବା କମ୍ ଛାଡିବା ଉଚିତ୍ । ଏଥିରେ ଆମେ ଏକରକୁ ପ୍ରାୟ ୫୦୦୦ ଚିଙ୍ଗୁଡି ଜାଆଁଳ ସହିତ ୨୦୦୦ ମାଛ ଯାଁଳା ଛାଡିପାରିବା ।
ଏକକ ଚାଷ - ଏହି ପଦ୍ଧତିରେ କେବଳ ଚିଙ୍ଗୁଡି ଚାଷ କରାଯାଏ । ଏଥିରେ ଚାଷୀ ଅଧିକ ଲାଭ ପାଇଥାଏ । ଏକର ପିଛା ବିଶୁଦ୍ଧ ଚିଙ୍ଗୁଡି ଜାଆଁଳ ୫୦୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ଛଡାଯାଇ ପାରିବ । ଏହି ଉପାୟରେ ଏକକ ପୋଖରୀରୁ ଅଧିକ ଚିଙ୍ଗୁଡ଼ି ଉତ୍ପାଦନ ହୁଏ ।ଆମ ରାଜ୍ୟର ନଦୀ, ନାଳ, ବିଶେଷ କରି ନଦୀ ମୁହାଣ ଏବଂ ବଡ ଜଳାଶୟରେ ଏହି ଚିଙ୍ଗୁଡି ରହନ୍ତି । ଏମାନଙ୍କ ମଧ୍ୟରୁ ମୁଖ୍ୟତଃ ୨ ପ୍ରକାର ର ଚିଙ୍ଗୁଡି ଚାଷ ଉପଯୋଗୀ ଏବଂ ଶୀଘ୍ର ବଢିଥାନ୍ତି ।
ସେମାନେ ହେଲେ -
ତାଟରା, ଗଜା ବା ଗଲଦା ଚିଙ୍ଗୁଡି
ଧଳା, ନଇ ବା ଜଟା ଚିଙ୍ଗୁଡି
ଚିଙ୍ଗୁଡି ଚାଷ ସମୟରେ ଆବଶ୍ୟକ ପରିଚାଳନା
ପାଣି ଅଧିକ ସ୍ୱଚ୍ଛ ହେଲେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ୍ ।
ପାଣି ଗାଢ଼ ରଙ୍ଗ ହେଲେ ସାର ଚୂନ ପ୍ରେୟୋଗ ବନ୍ଦ କରି କିଛି ପାଣି ପରିବର୍ତ୍ତନ କରି ଖାଦ୍ୟ ପରିମାଣ କମାଇ ଦେବା ଉଚିତ ।
ପ୍ଲାବକ ଯଦି ମଇଳା ମଇଳା ହୋଇ ଦେଖାଗଲେ ସାର ଓ ଚୂନର ପରିମାଣ କମ୍ କରନ୍ତୁ ।
ପ୍ରତି ୧୫ ଦିନର ଫିଙ୍ଗାଜାଲ ଦ୍ୱାରା ସ୍ୟାଫଲିଙ୍ଗ କରି ଚିଙ୍ଗୁଡ଼ି ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ପରୀକ୍ଷା ଆବଶ୍ୟକ ।
ଚିଙ୍ଗୁଡି ଚାଷ ପାଇଁ ରାଜ୍ୟ ଓ କେନ୍ଦ୍ରସରକାରଙ୍କର ବିଭିନ୍ନ ଆର୍ଥିକ ସହାୟତା ଯୋଜନା ମଧ୍ୟ ରହିଅଛି ।