News

କୃଷି ସଂସ୍କାର କୃଷକଙ୍କ ଆୟ ଦ୍ୱିଗୁଣ କରିବ- ଡ଼ଃ ସରୋଜ କୁମାର ସ୍ୱାଇଁ

ଭୁବନେଶ୍ୱର : ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି ନୂତନ କୃଷି ସଂସ୍କାର କୃଷକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଓ ଏହା ସେମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସହାୟକ ହେବ ବୋଲି ଆଇ.ସି.ଏ.ଆର-ସିଫା ର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ ବିଗତ ୩୩ ବର୍ଷ ଧରି କୃଷି ଉପଯୋଗୀ ପ୍ରଯୁକ୍ତିବିଦ୍ୟା ବିକଶିତ କରିଆସୁଛି । ଭାରତରୁ ଉତ୍ପାଦିତ ହେଉଥିବା ପ୍ରାୟ ୧୫.୦ ନିୟୁତ ଟନ ମାଛ ମଧ୍ୟରୁ ପ୍ରାୟ ୭୦ ଶତାଂଶ ରୁ ଉର୍ଦ୍ଧ୍ୱ ଆନ୍ତଃଜଳ ମାଛ ଅଟନ୍ତି । ୨୦୨୨ ମସିହା ସୁଦ୍ଧା ଏହାକୁ ୨୨.୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ସରକାର ଉଦ୍ୟମ କରୁଛନ୍ତି ।

31 December, 2020 5:50 PM IST By: KJ Staff

ଭୁବନେଶ୍ୱର : ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି ନୂତନ କୃଷି ସଂସ୍କାର କୃଷକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଓ ଏହା ସେମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସହାୟକ ହେବ ବୋଲି ଆଇ.ସି.ଏ.ଆର-ସିଫା ର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ କୃଷି ଗବେଷଣା ପ୍ରତିଷ୍ଠାନ ବିଗତ ୩୩ ବର୍ଷ ଧରି କୃଷି ଉପଯୋଗୀ ପ୍ରଯୁକ୍ତିବିଦ୍ୟା ବିକଶିତ କରିଆସୁଛି । ଭାରତରୁ ଉତ୍ପାଦିତ ହେଉଥିବା ପ୍ରାୟ ୧୫.୦ ନିୟୁତ ଟନ ମାଛ ମଧ୍ୟରୁ ପ୍ରାୟ ୭୦ ଶତାଂଶ ରୁ ଉର୍ଦ୍ଧ୍ୱ ଆନ୍ତଃଜଳ ମାଛ ଅଟନ୍ତି । ୨୦୨୨ ମସିହା ସୁଦ୍ଧା ଏହାକୁ ୨୨.୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଗବେଷଣା ସହିତ ସିଫା କୃଷକମାନଙ୍କୁ ବିଭିନ୍ନ କୃଷି ଉପଯୋଗୀ ତାଲିମ ପ୍ରଦାନ, ଦକ୍ଷତା ବିକାଶ, ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ, ଜନଜାତି ଅଧ୍ୟୁଷିତ ଅଂଚଳରେ ଜଳକୃଷିର ବିକାଶ ଓ ବିସ୍ତାର ଦିଗରେ ସକ୍ରିୟ କାର୍ଯ୍ୟ କରୁଛି । ଫାର୍ମରସ୍ ଫାଷ୍ଟ, ଏସ୍‌.ଟି.ସି, ଏନ.୍‌ଇ.ଏଚ୍‌, ଏସ୍‌.ସି.ଏସ୍‌.ପି, ଆର୍‌.କେ.ଭି.ୱାଇ ଇତ୍ୟାଦି ଜନପ୍ରିୟ କାର୍ଯ୍ୟକ୍ରମ ଗୁଡ଼ିକ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୫୦୦୦ କୃଷକଙ୍କ ନିକଟରେ ସିଫା ପହଁଚି ପାରୁଛି । କରୋନା ମହାମାରୀ ର ଆବର୍ତମାନରେ ଭର୍ଚୁଆଲ୍ ଟ୍ରେନିଂ ଓ ହ୍ୱାଟସ୍‌ଆପ୍ ମାଧ୍ୟମରେ ମଧ୍ୟ ସିଫାର ପ୍ରଯୁକ୍ତି ବିଜ୍ଞାନ କୃଷକମାନଙ୍କର ଅଧିକ ନିକଟତର ହୋଇଛି । ନିକଟରେ ସରକାର ତିନୋଟି କୃଷି ସଂସ୍କାର କରିଛନ୍ତି ସେ ଗୁଡ଼ିକ ହେଲା (୧) କୃଷକ ଉତ୍ପାଦକ ବାଣିଜ୍ୟ ଏବଂ ବିପଣନ (ପ୍ରମୋସନ ଓ ଫାସିଲିଟେସନ୍‌) ଆଇନ ୨୦୨୦ (୨) ମୂଲ୍ୟ ପ୍ରତିଶୃତି ଓ କୃଷି ସେବା (କୃଷକ ସଶକ୍ତିକରଣ ସୁରକ୍ଷା) ଚୁକ୍ତି ଆଇନ୍ ୨୦୨୦ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । ସଂସ୍କାର ର ଏକ ଅଂଶ ଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ ସେପ୍ଟେମ୍ବର ୨୦୨୦ ରୁ ଆଖିଦୃଶିଆ ବୃଦ୍ଧି ପାଇଛି । କୃଷକମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଗୁଡ଼ିକ ଏପିଏମ୍‌ସି ମଣ୍ଡି କିମ୍ବା ବାହାରେ ବିକ୍ରୟ କରିବାର ସୁଯୋଗ ପାଇପାରିବେ । ଯାହାଫଳରେ କି ମଣ୍ଡିରେ ହେଉଥିବା ଏକଚାଟିଆ ଅଧିକାର ର ସମାପ୍ତ ହେବ । କୃଷକମାନେ ସେମାନଙ୍କର ସାମଗ୍ରୀ ଅନଲାଇନ୍‌ରେ ବିକ୍ରୟ କରିପାରିବେ । ଫଳତଃ ଦୀର୍ଘଦିନ ଧରି କୃଷିଜାତ ବିକ୍ରୟରେ ଦଲାଲରାଜ ଶେଷ ହେବ । ଆଇନ କାର୍ଯ୍ୟକାରୀ ହେଲେ କୃଷକମାନେ ଖାଉଟି ମୂଲ୍ୟରେ ସେମାନଙ୍କର ଅଂଶ ପାଇବେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସଂଯୁକ୍ତ ହେବା ଓ ଉପଯୁକ୍ତ ମୂଲ୍ୟ ପ୍ରତିଶୁତି ସହିତ ଚୁକ୍ତି ଭିତିକ କୃଷି ଅଧିକ କୃଷକଙ୍କସହ ସହଯୋଗୀ ହୋଇ ରହିବ । ତେଣୁ ଉଭୟ କୃଷକ ଓ କ୍ରେତାଙ୍କ ସ୍ୱାର୍ଥର ସୁରକ୍ଷା କରାଯାଇପାରିବ । ବଜାର ମୂଲ୍ୟ ଓ ଟିକସ ହ୍ରାସ ଏକ ନୂତନ ସୁଲଭ ଦର ଆବିଷ୍କାର କରିବ । କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ମାଧ୍ୟମରେ ଚାଷ କରିବା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁ ମାନଙ୍କର ଚାଷଜମି ବିକ୍ଷପ୍ତି ଭାବରେ ରହିଛି, ସେମାନେ ମୂଲଚାଲ କରି ଅଧିକ ଲାଭ ଉଠାଇ ପାରିବେ । ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂତନ କୃଷି ସଂସ୍କାର ୨୦୨୨ ସୁଦ୍ଧା ଦେଶରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବ ବୋଲି ସିଫାର ନିର୍ଦ୍ଦେଶକ ଡ଼ଃ ସ୍ୱାଇଁ ପ୍ରକାଶ କରିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)