News

ବିଦାୟ ନେଲେ ମା !

ବିଦାୟ ନେଲେ ମା !

10 October, 2019 3:44 PM IST By: KJ Staff

ଟ୍ୱିନ ସିଟି ରେ ଭସାଣି ର ମହୋତ୍ସବ

୫ ଦିନ ର ଶାରଦୀୟ ପାର୍ବଣ ପରେ ଗତ କାଲି ବିଦାୟ ନେଇଛନ୍ତି ମା ଦୁର୍ଗତିନାଶିନୀ ଦୁର୍ଗା |ଅସରନ୍ତି ଆଶା ଓ ଅଭିଲାଷା ସହ ମା ଙ୍କ ଦର୍ଶନ ଲାଗି କାଲି ଅପରାହ୍ନ ରୁ ରାଜଧାନୀ ସମେତ କଟକ ର ସମସ୍ତ ରାସ୍ତା ରେ ବେଶ ଭିଡ ଦେଖିବାକୁ ମିଳିଥିଲା |
ଅତ୍ୟଧିକ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ଗତ କାଲି ପୋଲିସ ବାହିନୀ ତରଫରୁ ବ୍ୟାପକ ବ୍ୟବସ୍ତା କରାଯାଇଥିଲା |ସମସ୍ତ ମେଢ଼ ୩ ଟି ମୁଖ୍ୟ ଭସାଣି କମିଟି -ଭସାଣି ଉତ୍ସବ କମିଟି (ସହିଦ ନଗର) ,ନୟାପଲ୍ଲୀ ସ୍ଥିତ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ,ଏବଂ ଉତ୍ତରା ଭସାଣି ସମିତି ଚନ୍ଦ୍ରଶେଖରପୁର କୁ ନିଆଯିବ ପରେ ସେଠାରେ ଭସାଣି ଓ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା |

ରାଜଧାନୀ ରେ ହାରାହାରି ୧୭୮ ଟି ଦୁର୍ଗା ମେଢ଼ ର ଆୟୋଜନ କରାଯାଇଥିବା ବେଳେ ସମସ୍ତ ଭକ୍ତ ଙ୍କ ଲାଗି ଶାସ୍ତ୍ରୀୟ ସଂଗୀତ ସହ ଭଜନ ସନ୍ଧ୍ୟା ର ବ୍ୟବସ୍ତା ହାରାହାରି ସବୁ ମେଢ଼ ନିକଟରେ କରାଯାଇଥିଲା |ସମସ୍ତ ମେଢ଼ କୁ ଦୟା ନଦୀ ଏବଂ କୁଆଖାଇ ରେ ବିସର୍ଜନ କରାଯାଇଛି |
ଗତ କାଲି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ତା ଲାଗି ବହୁ ଜାଗାରେ ଟ୍ରାଫିକ ଅନ୍ୟ ରାସ୍ତା କୁ ଡାଇଭର୍ଟ କରାଯାଇଥିଲା |

ସେହିପରି କଟକ ରେ ୧୬୫ ଟି ଦୁର୍ଗା ମେଢ଼ ସହ ୮୫ ଟି ହର ଗୌରୀ ମେଢ଼ କୁ କାଠଯୋଡ଼ି ନଦୀ ରେ ବିସର୍ଜନ କରାଯାଇଥିଲା |ପ୍ରତି ବର୍ଷ ପରି ଶଙ୍ଖ ବାଜା ଧ୍ୱନି ଓ ରୋଷଣୀ ଶୋଭାଯାତ୍ରା ସହ ବିଭିନ୍ନ ପ୍ରାଚୀନ କଳାକୃତି ଯଥା କେଳା କେଳୁଣୀ ନାଚ ଘୋଡା ନାଚ ଇତ୍ୟାଦି ସହ ମା ଙ୍କୁ ବିଦାୟ ଦିଅ ଯାଇଥିଲା |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)