News

ବାତ୍ୟା ପରେ ଦୁର୍ଦଶା !

ବାତ୍ୟା ପରେ ଦୁର୍ଦଶା !

18 May, 2019 3:27 PM IST By: KJ Staff

ବାତ୍ୟା ପରେ ବ୍ୟାପୁଛି ଝାଡ଼ାବାନ୍ତି .
ପୁରୀରେ ୧୫୬ ଜଣ ଆକ୍ରାନ୍ତ
ପଠାଗଲା ୩୯ ଟି ଡାକ୍ତରୀ ଦଳ
୫ ଟି ଜିଲାକୁ ସତର୍କ ସୂଚନା

ବାତ୍ୟା ପରେ ପୁରୀରେ ଆରମ୍ଭ ହୋଇଛି ଝାଡ଼ାବାନ୍ତି |ଗତ ୩ ତାରିଖ ରୁ ହାରାହାରି ୯୯୬ ଜଣ ଝାଡ଼ାରୋଗୀ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି |ତେବେ ଫଣି ପର ଠାରୁ ଏପର୍ଯ୍ୟନ୍ତି ୧୫୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଚିକିତ୍ସାଧିକାରୀ ସ୍ୱୀକାର କରିଛନ୍ତି |ଅନ୍ୟପକ୍ଷେ ବାତ୍ୟା ପରବର୍ତ୍ତୀ ସମୟରେ ୫ ଜିଲାରେ ଝାଡ଼ାବାନ୍ତି ବ୍ୟାପିବାର ର ଆଶଙ୍କା ଥିବାରୁ ସରକାର ସତର୍କର ରହିବାକୁ ପରାମର୍ଶ ଦେଇଛନ୍ତି |

ପୁରୀ ଖୋର୍ଦ୍ଧା କଟକ ଜଗତସିଂପୁର କେନ୍ଦ୍ରାପଡା ଆଦି ଜିଲା ସ୍ୱାସ୍ଥ୍ୟ ପ୍ରଶାସନକୁ ସ୍ୱାସ୍ଥ୍ୟ ସଚିବ ଡଃ ପ୍ରମୋଦ କୁମାର ମେହେର୍ଦା ଏ ସମ୍ପର୍କରେ ଆଗୁଆ ପଦକ୍ଷପ ନେବାକୁ ନିର୍ଦେଶ ଦେଇଛନ୍ତି |ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଙ୍କୁ ପଠାଯାଇଛି |ବିଭିନ୍ନ ସ୍ଥାନରେ ୭୪ ଟି ଡାକ୍ତର ଓ ୨୩୪ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇଛନ୍ତି |

ଏମାନଙ୍କ ବ୍ୟତୀତ କେବଳ ପୁରୀ ଓ ଖୋର୍ଦ୍ଧା ଜିଲା ପାଇଁ ଅତିରିକ୍ତ ୨୦ ଡାକ୍ତର ଓ ୨୦୦ ଟି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା ବେଳେ ରାଜ୍ୟ ପ୍ରଶାସନ ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି |ଅନ୍ୟପକ୍ଷେ କେବଳ ପୁରୀ ଜିଲାରେ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳକୁ ୩୯ ଡାକ୍ତରୀ ଦଳ ପଠାଯାଇଛି |ଜଳଯୋଗାଣ ଉତ୍ସଗୁଡିକ ପ୍ରଦୂଷିତ ହୋଇଥିବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି କହିଛନ୍ତି ଡଃ ରାମଚନ୍ଦ୍ର ରାଉତ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)