News

କୃଷି ଉପକରଣରେ ଭାରତ ବ୍ୟବହାର କରିବ ଇଥାନଲ

ଚାଷ କାର୍ଯ୍ୟକୁ ସହଜ କରିବା ପାଇଁ ଇଥାନଲ ଭଳି ବିକଳ୍ପ ଇନ୍ଧନର ବ୍ୟବହାର ଉପରେ ଜୋର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

04 June, 2022 4:48 PM IST By: Shuvanshu Kar

ଚାଷ କ୍ଷେତ୍ରରେ ନୂଆ ନୂଆ ଟେକ୍ନୋଲୋଜୀ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ଆଧୁନିକ ଜ୍ଞାନ କୌଶଳ ଉପରେ ଗବେଷଣା କରାଯାଉଛି । ଏହାରି ମଧ୍ୟରେ ଚାଷ କାର୍ଯ୍ୟକୁ ସହଜ କରିବା ପାଇଁ ଇଥାନଲ(ethanol) ଭଳି ବିକଳ୍ପ ଇନ୍ଧନର ବ୍ୟବହାର ଉପରେ ଜୋର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ(nitin gadkari) ।

କୃଷି ଉପକରଣରେ ଇଥାନଲ(ethanol)ର ବ୍ୟବହାର ନେଇ ପ୍ରୟାସ ଚାଲିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି । ବିକଳ୍ପ ଇନ୍ଧନର ଉପଯୋଗ ଉପରେ ମଧ୍ୟ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, 'ବିକଳ୍ପ ଇନ୍ଧନ ହେଉଛି ଭବିଷ୍ୟତ। ଇଲେକ୍ଟ୍ରିକ୍ ସ୍କୁଟର, କାର୍ ଏବଂ ବସ୍ ପରେ, ଶୀଘ୍ର ଇଲେକ୍ଟ୍ରିକ୍ ଟ୍ରାକ୍ଟର ମଧ୍ୟ ଆସିବ । ଏହା ଶୀଘ୍ର ଲଞ୍ଚ କରିବାକୁ ଯାଉଛି । ପୁଣେରେ ରାଜ୍ୟ ସ୍ତରୀୟ ଚିନି ସମ୍ମିଳନୀ 2022 କୁ ସମ୍ବୋଧିତ କରିବାବେଳେ ଗାଡକରୀ ଏହା କହିଛନ୍ତି।

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି ଯେ ଦେଶ ଏହାର ଇନ୍ଧନ ଏବଂ ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିବର୍ଷ 10 ଲକ୍ଷ କୋଟି ଟଙ୍କାର ପେଟ୍ରୋଲିୟମ ଆମଦାନି କରିଥାଏ । ଆଗାମୀ 5 ବର୍ଷରେ ଏହି ଚାହିଦା 25 ଲକ୍ଷ କୋଟିକୁ ବୃଦ୍ଧି ପାଇପାରେ । ଏହା ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଡିଜେଲ ଚାଳିତ କୃଷି ଉପକରଣକୁ ପେଟ୍ରୋଲ ଭିତ୍ତିକ ଏବଂ ଫ୍ଲେକ୍ସ ଇଞ୍ଜିନ୍ ଇଥାନଲ ଆଧାରିତ କରାଯାଇପାରିବ। ନିର୍ମାଣ ଶିଳ୍ପରେ ବ୍ୟବହୃତ ଯନ୍ତ୍ରପାତିରେ ଇଥାନଲ ବ୍ୟବହାର ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଗଡକରୀ କହିଛନ୍ତି।

ଜବରଦସ୍ତ ଲୁକ, ଅତ୍ୟାଧୁନିକ ଟେକ୍ନୋଲୋଜୀ; ଜାଣନ୍ତୁ କାହିଁକି ଚାଷୀଙ୍କ ପାଇଁ ଖାସ Eicher Prima G3 ?

ଚାଷୀଙ୍କ କାମକୁ ସହଜ ଓ ଶୀଘ୍ର କରିବ ମିନି ଟ୍ରାକ୍ଟର

ବର୍ତ୍ତମାନ ଚିନି ଉତ୍ପାଦନରୁ ଇଥାନଲ ଉତ୍ପାଦନକୁ ଯିବାର ଆବଶ୍ୟକତା ରହିଛି। ସମଗ୍ର ବିଶ୍ୱରେ ଚିନି ଚାହିଦା ବୃଦ୍ଧି ସାମୟିକ ଅଟେ । ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା 140 ଡଲାରରେ ପହଞ୍ଚେ, ବ୍ରାଜିଲ ଆଖୁରୁ ଇଥାନଲ ତିଆରି କରିବା ଆରମ୍ଭ କରେ । ଏହାଦ୍ୱାରା ଭାରତରୁ ଚିନିର ଚାହିଦା ବଢିଥାଏ । ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା 70 ରୁ 80 ଡଲାରକୁ ଖସିଯାଏ, ବ୍ରାଜିଲ ଚିନି ଉତ୍ପାଦନ ଆରମ୍ଭ କରେ । ଅଶୋଧିତ ତୈଳ ଶସ୍ତା ହେଲେ ଚିନି ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ କମିଯାଏ ବୋଲି କହିଛନ୍ତି ଗଡକରୀ ।