News

Linking textile with Tourism: ଓଡିଶାର ରଘୁରାଜପୁର ସାମିଲ

"ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ । ଓଡିଶାର ରଘୁରାଜପୁର ସାମିଲ । ସାରା ଦେଶରେ ପ୍ରାୟ ୧,୦୦୦ କାରିଗର ମାନଙ୍କୁ ପ୍ରତ୍ୟକ୍ଷ ଲାଭ ହେବ ।

30 July, 2022 11:01 AM IST By: Shuvanshu Kar

ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟର(handicrafts cluster)ରେ ସଂଯୁକ୍ତ କରାଯାଇଛି । "ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’Linking Textile with tourism କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପର୍ଯ୍ୟଟନସ୍ଥଳୀଗୁଡିକରେ ଭିତିଭୂମି ସହାୟତା ପ୍ରଦାନ କରାଯାଉଛି । ଏଥିରେ ଓଡିଶାର ରଘୁରାଜପୁର ଗାଁ (Raghurajpur Village) ମଧ୍ୟ ରହିଛି ସାମିଲ ।

ଓଡିଶାର ରଘୁରାଜପୁର, ଆନ୍ଧ୍ର ପ୍ରଦେଶର ତିରୁପତି , ଗୁଜରାଟର ବଦାଜ୍ ,ଉତ୍ତର ପ୍ରଦେଶର ନୈନୀ , କର୍ଣ୍ଣାଟକର ଆନେଗୁଣ୍ଡି, ତାମିଲନାଡୁର ମହାବଳୀପୁରମ୍, ଉତର ପ୍ରଦେଶର ତାଜ୍ ଗଞ୍ଜ, ରାଜସ୍ଥାନର ଆମେର ଗ୍ରାମଗୁଡିକର ସାମଗ୍ରିକ ବିକାଶ କାର୍ଯ୍ୟ ପୂର୍ବରୁ ହାତକୁ ନିଆ ଯାଇସାରିଛି, ଯେଉଁଥିରେ ଶିଳ୍ପର ପ୍ରଚାର ପ୍ରସାର ଏବଂ ପର୍ଯ୍ୟଟନ ଗୋଟିଏ ସ୍ଥାନରେ କରା ଯାଉଛି ।

ଓଡିଶାର ଶିଳ୍ପ ଗ୍ରାମ ଭାବରେ ବେଶ୍ ଜଣାଶୁଣା ରଘୁରାଜପୁରରେ ଏବେ ପର୍ଯ୍ୟଟନ ସହିତ ବୟନର ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ଗୋଟିଏ ସ୍ଥାନରେ ଏକତ୍ର ପର୍ଯ୍ୟଟନ ଏବଂ ଶିଳ୍ପର ପ୍ରଚାର ପ୍ରସାର କରାଯିବ । ରଘୁରାଜପୁର, ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ରଘୁରାଜପୁର ଏହାର ପଟ୍ଟଚିତ୍ର ପାଇଁ ପୃଥିବୀ ପ୍ରସିଦ୍ଧ। ୨୦୦୦ମସିହାରେ ଏହି ଗ୍ରାମକୁ ଶିଳ୍ପୀଗ୍ରାମର ମାନ୍ୟତା ଦିଆ ହୋଇଛି ।

ଶିଳ୍ପ ଗ୍ରାମ ହସ୍ତଶିଳ୍ପକୁ କାରିଗର ମାନଙ୍କ ନିମନ୍ତେ ଏକ ସ୍ଥାୟୀ ଏବଂ ଲାଭଦାୟକ ଜୀବିକା ନିର୍ବାହର ବିକଳ୍ପ ରୂପରେ ବିକଶିତ କରିବ ଏବଂ ଏହି ଭଳି ଭାବରେ ଦେଶର ସମୃଦ୍ଧ କାରିଗରୀ ଐତିହ୍ୟର ସୁରକ୍ଷା ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ପ୍ରାୟ ୧,୦୦୦ କାରିଗର ମାନଙ୍କୁ ପ୍ରତ୍ୟକ୍ଷ ଲାଭ ହେବ । ଏହି କାର୍ଯ୍ୟକ୍ରମ ଶିଳ୍ପ ଗ୍ରାମ ଗୁଡିକରେ ପର୍ଯ୍ୟଟକ ମାନଙ୍କର ଆଗମନ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିଛି ।

ଦେଶରେ ପ୍ରତିଷ୍ଠା ହେବ 75 ଟେକ୍ସଟାଇଲ୍ ହବ୍, ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୧ ଉଦ୍ଘାଟିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)