News

ନିର୍ବାଚନ ଲାଗି ଭିଡ !

ନିର୍ବାଚନ ଲାଗି ଭିଡ !

05 April, 2019 10:32 AM IST By: KJ Staff

-ଚାଲିଛି ଟଙ୍କା ସୁନା ଓ ମଦର ବ୍ୟାପାର
-ଜବତ ହେଲାଣି ମୋଟ ୧୫୭୯ କୋଟି ର ସୁନା ,ଟଙ୍କା ଓ ମଦ
-୩୭୭ କୋଟି ନାଗଡ଼ ଟଙ୍କା ,୧୫୭କୋଟି ର ମଦ ,୭୦୫ କୋଟି ର ନିଶା ଦ୍ରବ୍ୟ ୦ ୩୨୨ କୋଟି ର ସୁନା ଜବତ

ନିର୍ବାଚନ ଲାଗି କଳାଟଙ୍କା ର ବ୍ୟାପକ ଉପଯୋଗ ଓ ମଦ ବାଣ୍ଟିବାର ଚମକପ୍ରଦ ତଥ୍ୟ ଲୋକଲୋଚନା କୁ ଆସିଛି |ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ଜବତ ହେଉଛି ବ୍ୟାପକ ମାତ୍ରାରେ ମଦ ,ସୁନା ଓ ଟଙ୍କା |

ଦେଶବ୍ୟାପୀ ଚଢଉରେ ଅଦ୍ୟାବଧି ୩୭୭ କୋଟି ୫୨ ଲକ୍ଷ ନଗଦ ଟଙ୍କା ଓ ୧୫୭ କୋଟି ଟଙ୍କା ମୂଲ୍ୟର ୭୮ ଲକ୍ଷ ଲିଟର ମଦ ଅବତ କରାଯାଇଛି ବୋଲି ଇସିଙ୍କ ସୂତ୍ରରୁ ଜଣାପଡିଛି |
ଏହା ବ୍ୟତୀତ ବୁଧବାର ସୁଦ୍ଧା ୭୦୫ ଟଙ୍କା ର ନିଶାଦ୍ରବ୍ୟ ଓ ୩୧୨ କୋଟି ଟଙ୍କା ର ସୁନା ଅଲଂକା ଓ ଅନ୍ୟ  ମୂଲ୍ୟବାନ ଧାତବ ସାମଗ୍ରୀ ଜବତ ହେଇଥିବାର ପ୍ରକାଶ ପାଇଛି |

୨୦୧୪ ନିର୍ବାଚନ ସମୟରେ ଜବତ ହୋଇଥିବା ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ଏଥରର ଜବତ ପରିମାଣ ୮୪% ଅଧିକ ବୋଲି ଜଣାପଡିଛି |ସେ ବର୍ଷ ଜବତ ହୋଇଥିବା ମୋଟ ଟଙ୍କା ର ମୂଲ୍ୟ ଥିଲା ୨୯୯ କୋଟି ୯୪ ଲକ୍ଷ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)