News

ଜଙ୍ଗଲରୁ 2 ହାତୀଙ୍କର ମୃତଦେହ ଉଦ୍ଧାର, ତଦନ୍ତ କରୁଛି ବନବିଭାଗ

ପୁଣି ଉଦ୍ଧାର ହେଲା ହାତୀ ମୃତଦେହ । ଜଙ୍ଗଲରୁ 2 ହାତୀର ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

06 October, 2022 1:59 PM IST By: Sudesna Nayak

ପୁଣି ଉଦ୍ଧାର ହେଲା ହାତୀ ମୃତଦେହ (elephants death)। ଜଙ୍ଗଲରୁ 2 ହାତୀର ମୃତଦେହ (elephants death) ଉଦ୍ଧାର । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

କହିବାକୁ ଗଲେ, କୁଚିଣ୍ଡା ବାମରା ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ (tileimal patra forest)ରେ ପଡ଼ିଛି 2 ହାତୀଙ୍କ ମୃତଦେହ (elephants death) ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ହାତୀଙ୍କ ମୃତଦେହ (elephants death)ମଧ୍ଯରୁ ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ଦନ୍ତାହାତୀ ରହିଛି ।

ଘଟଣାସ୍ଥଳରେ ହିଁ ବନବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନୁମାନ କରାଯାଉଛି ଯେ, ଏହି 2 ହାତୀ (elephants)ପାଚିଲା ଧାନ ଖାଇବାକୁ ଆସିଥିଲେ । ଧାନ ଗଛରେ ଦିଆଯାଇଥିବା କୀଟନାଶକର ପ୍ରଭାବରେ ମୃତ୍ୟୁ ହୋଇଥିବା ବନବିଭାଗ ଆଶଙ୍କା କରୁଛି ।

ଧାନରେ ଦିଆଯାଇଥିବା କୀଟନାଶକ ଖାଇ ହାତୀର ମୃତ୍ୟୁ (elephants death) ହୋଇଥିବା ସନ୍ଦେହ କରୁଛି ବନବିଭାଗ ଟିମ ।

ପ୍ରକାଶ ଥାଉ ଯେ, ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ହାତୀ ମୃତ୍ୟୁ (elephants death)ର କାରଣ ଜଣାପଡ଼ିବ ବୋଲି କୁହାଯାଇଛି ।

ଫାଶରେ ଅଟକି ବାଘର ଗଲା ଜୀବନ, ଗିରଫ ହେଲେ 2 ଫାର୍ମ ମ୍ୟାନେଜର

Lumpy Virus ଛଡାଇ ନେଇଛି କ୍ଷୂଦ୍ର ଦୁଗ୍ଧ ଚାଷୀଙ୍କ ଜୀବିକା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)