News

MFOI 2024: ଚାଷୀଙ୍କୁ ସମ୍ବୋଧନ କରିବେ ଏହି ମନ୍ତ୍ରୀ !

ତେବେ ଏହି MFOI ନାମକ ଇଭେଣ୍ଟଟି ପୁସା ମେଳା ପଡ଼ିଆରେ ଆୟୋଜନ ହେବାକୁ ଯାଉଛି l ଆପଣ ମଧ୍ୟ ଏଥିରେ ସାମିଲ ହୋଇପାରିବେ l କିନ୍ତୁ ଏଥିପାଇଁ ଆପଣଙ୍କୁ ଆବଶ୍ୟକ VISITOR PASS l

30 November, 2024 2:40 PM IST By: Tanushree Mahapatra

କାଲିଠୁ ହଜାର ହଜାର ସଫଳ ଚାଷୀଙ୍କ ହେବ ସମାହାର l ମଞ୍ଚ ଉପରେ ନିଜ ସଫଳ କାହାଣୀ ବଖାଣିବେ ଚାଷୀ l ଚାଷୀ ପାଇବେ କୃଷି ଜଗତରେ ଶ୍ରେଷ୍ଠ କୃଷି ସମ୍ମାନ l ନୂଆ ନୂଆ ଚାଷ ପ୍ରଣାଳୀ ସହିତ ପରିଚୟ ହେବେ l ଶିଖିବେ ନୂଆ ନୂଆ କୃଷିକାର୍ଯ୍ୟ l ନୂତନ କୃଷି ଯନ୍ତ୍ରପାତି ସହ ଜାଣିବେ ଅଳ୍ପ ସମୟରେ ଅଧିକ ଫସଲ ଅମଳ କିପରି ହୁଏ ? କାଲିଠାରୁ ଆରମ୍ଭ ହେବାକୁ ଯାଉଛି ହେବାକୁ ଯାଉଛି ଭାରତୀୟ କୃଷି ମହାକୁମ୍ଭ ୨୦୨୪ ( MFOI 2024 ) l

ଡିସେମ୍ବର ମାସ ୧  ରୁ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ l ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟରେ କେବଳ ଚାଷୀ ଯୋଗ ଦେବେ ତାହା ନୁହଁ ବରଂ ଏହି କୃଷି ମହା ସମ୍ମିଳନୀରେ ଅନେକ ବଡ ବଡ ଶିଳ୍ପପତି ଠାରୁ ଆରମ୍ଭ କରି ଅନେକ ଶିଳ୍ପାନୁଷ୍ଠାନମାନ ଯୋଗଦେବେ l କୃଷି ଜାଗରଣର ଏହି ପଦକ୍ଷେପ କେବଳ ଜାତୀୟ ସ୍ତରରେ ନୁହେଁ, ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶର କେତେକ ଅଗ୍ରଣୀ କୃଷକ ଚୟନ କରି ଏକ ଭିନ୍ନ ପରିଚୟ ଦେବା ପାଇଁ କାର୍ଯ୍ୟ କରିବ । ଏହି ପୁରସ୍କାର ଶୋ’ରେ ସେହି କୃଷକମାନଙ୍କୁ ସମ୍ମାନିତ କରାଯିବ ଯେଉଁମାନେ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଏବଂ କୃଷି କ୍ଷେତ୍ରରେ ନୂତନତ୍ୱ କରି ସେମାନଙ୍କ ଆଖପାଖରେ ଥିବା ଚାଷୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛନ୍ତି l

ଦୂରଦୃଷ୍ଟି ସମ୍ପନ୍ନ ନେତା ତଥା ପୂର୍ବତନ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା ସହଯୋଗୀ ଚାଷ କାର୍ଯ୍ୟକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ଉଦ୍ୟମ କୃଷକଙ୍କ ଆୟ ବୃଦ୍ଧି ତଥା କୃଷି କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧିରେ ସହାୟକ ହୋଇଛି। କୃଷି ମନ୍ତ୍ରୀ ଭାବରେ ତାଙ୍କର ପୂର୍ବ ଅଭିଜ୍ଞତା ସହିତ ସେ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରୁଥିବା ତଥା ଭାରତର କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରୁଥିବା ପଦକ୍ଷେପଗୁଡିକୁ ସମର୍ଥନ କରିଥାନ୍ତି । ଚଳିତ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ l ଉପସ୍ଥିତ ଚାଷୀଙ୍କୁ ବିଭିନ୍ନ କୃଷି କଥା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି l

ତେବେ ଏହି MFOI  ନାମକ ଇଭେଣ୍ଟଟି ପୁସା ମେଳା ପଡ଼ିଆରେ ଆୟୋଜନ ହେବାକୁ ଯାଉଛି l ଆପଣ ମଧ୍ୟ ଏଥିରେ ସାମିଲ ହୋଇପାରିବେ l କିନ୍ତୁ ଏଥିପାଇଁ ଆପଣଙ୍କୁ ଆବଶ୍ୟକ VISITOR PASS l ଆଉ ଏହି ପାସ ପାଇବାକୁ ହେଲେ ଆର୍ଟିକଲ ତଳେ ଦିଆଯାଇଥିବା ନିମ୍ନ ଲିଙ୍କକୁ ଯାଆନ୍ତୁ l ଆମ ସହିତ ମିଶି ଏହି କୃଷି ମହା ସମ୍ମିଳନୀକୁ ସଫଳ କରିବା ପାଇଁ ନିଜର ସହଯୋଗ ଦିଅନ୍ତୁ l

VISITOR PASS- https://millionairefarmer.in/get-visitor-pass/