News

ବେକାର ଯୁବକ-ଯୁବତୀଙ୍କ ପାଇଁ ବ୍ୟାଙ୍କରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।

15 March, 2022 2:48 PM IST By: Sudesna Nayak

ଆପଣ ବ୍ୟଙ୍କରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (Punjab National Bank)  ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।

ସୂଚନା ଅନୁଯାୟୀ, ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି ନିଯୁକ୍ତି । ଯଦି ଆପଣମାନେ ଯୁକ୍ତ ୨ ପାସ୍‌ କରିଥାନ୍ତି, ତେବେ ତୁରନ୍ତ ହିଁ ଆବେଦନ କରନ୍ତୁ ।

ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ବିହାର ଚମ୍ପାରଣ ଜିଲ୍ଲାରେ ଏହି ନିଯୁକ୍ତି ମିଳିବ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସିଆଲ ୱେବସାଇଟ୍‌ pnbindia.in କୁ ଯାଇ ନୋଟିଫିକେସନ ଦେଖିପାରିବେ । ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମୋଟ୍ ୧୫ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ । ଇଚ୍ଛୁକ ପ୍ରାର୍ଥୀ ୧୨ ସ୍‌ ପାସ୍‌ କରିଥିବା ଜରୁରୀ ଅଟେ । ଏହାଛଡା ଇଂଲିଶରେ ପଢିବା ଏବଂ ଲେଖିବା ନିତାନ୍ତ ଜରୁରୀ । ଗ୍ରାଜୁଏସନ ପାସ୍‌ କରିଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ ।

ପଦବୀ ପାଇଁ ଦରମା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଚୟନିତ ପ୍ରାର୍ଥୀମାନଙ୍କ ଦରମା ମାସିକ ୧୪,୫୦୦ ରୁ ୨୮,୧୪୫ ଟଙ୍କା ରହିଛି । ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ । ଏସସି ଏବଂ ଏସଟି ପ୍ରାର୍ଥୀମାନଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀମାନଙ୍କୁ ୩ ବର୍ଷର ରିହାତି ମଧ୍ଯ ମିଳିବ ।

୧୦ମ ପାସ୍ କରିଥିଲେ ଡାକ ବିଭାଗରେ ଚାକିରି,ମାସକୁ ଦରମା ୬୩ ହଜାର ଟଙ୍କା

ଭାରତୀୟ ସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)