News

ପେନସନ ରାଶିକୁ ନେଇ ନିୟମ ବଦଳାଇଲା EPFO, ମିଳିବ ଫାଇଦା

କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ ପାଉଥିବା ଲୋକଙ୍କ ବଡ ଖବର । ଏବେ EPFOରୁ ମିଳୁଥିବା ପେନସନ ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ଫାଇଦା ସମସ୍ତ ପେନସନଭୋଗୀଙ୍କୁ ମିଳିବ ।

12 July, 2022 12:01 PM IST By: Sudesna Nayak

କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ (Pension)ପାଉଥିବା ଲୋକଙ୍କ ବଡ ଖବର (BIG NEWS)। ଏବେ EPFOରୁ ମିଳୁଥିବା ପେନସନ (Pension) ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ଫାଇଦା ସମସ୍ତ ପେନସନଭୋଗୀଙ୍କୁ ମିଳିବ ।

ସୂଚନା ଅନୁଯାୟୀ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ହେବାକୁ ଥିବା ବୈଠକରେ କେନ୍ଦ୍ରୀୟ ପେନସନ (Pension) ବିତରଣ ପ୍ରଣାଳୀ ପ୍ରସ୍ତାବ ପରେ ଏହି ଯୋଜନାରେ ମୋହର ଲାଗିବ ।

ଏହି ପ୍ରଣାଳୀ ସ୍ଥାପନା ପରେ ଦେଶରେ ପାଖାପାଖି ୭୩ ଲକ୍ଷ ପେନସନର୍ସ (Pensioners)ଙ୍କ ଖାତାରେ ପେନସନ (Pension) କୁ ଏକଥରକେ ଟ୍ରାନ୍ସଫର କରାଯିବ । ଏବେ ଇପିଏଫଓ (EPFO)ର ୧୩୮ କ୍ଷେତ୍ରୀୟ କାର୍ଯ୍ୟାଳୟ ନିଜ କ୍ଷେତ୍ର ଅନ୍ତର୍ଗତ ଲାଭାର୍ଥୀଙ୍କ ଆକାଉଣ୍ଟରେ ପେନସନ ଟ୍ରାନ୍ସଫର କରନ୍ତି ।

ଏମିତିରେ ପେନସନର୍ସ (Pensioners)ଙ୍କୁ ପେନସନ (Pension) ରାଶି ଭିନ୍ନ ଭିନ୍ନ ଦିନରେ ଅଲଗା ସମୟରେ ମିଳିଥାଏ । ଖବର ଅନୁଯାୟୀ ହିଁ EPFO ନିର୍ଣ୍ଣୟ ନେଉଥିବା ଶୀର୍ଷ ନିକାୟ କେନ୍ଦ୍ରୀୟ ନ୍ୟାସୀ ବୋର୍ଡ ମାନେ CBTରେ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ଏନେଇ ଏକ ପ୍ରସ୍ତାବ ଦିଆଯିବ ।

ପ୍ରକାଶ ଥାଉ ଯେ, ପ୍ରସ୍ତାବ ଗ୍ରହଣ ପରେ ପେନସନ (Pension)ବିତରଣ ୧୩୮ କ୍ଷେତ୍ରୀୟ କାର୍ଯ୍ୟାଳୟର ଡାଟାବେସ୍‌ ଆଧାରରେ କରାଯିବ । ଏମିତିରେ ୭୩ ଲକ୍ଷ ପେନସନଭୋଗୀ (Pensioners)ଙ୍କୁ ଏକାସହିତ ପେନସନ (Pension) ଦିଆଯିବ । ସିବିଟିର ୨୦ ନଭେମ୍ବର ୨୦୨୧ ରେ ହୋଇଥିବା ୨୨୯ ତମ ବୈଠକରେ ଏନେଇ ଏକ ପ୍ରସ୍ତାବ ରଖାଯାଇଥିଲା ।

Old Pension Scheme: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର; ରଦ୍ଦ ହେଲା NPS, ଫେରିଲା ପୁରୁଣା ପେନସନ ସ୍କିମ୍!

ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)