News

ଖୁସିଖବର ; ପେନସନଭୋଗୀଙ୍କ ପାଇଁ ଏହି ନୂଆ ସୁବିଧା ଆରମ୍ଭ କଲା EPFO

ପେନସନଭୋଗୀମାନଙ୍କ ଆସିଲା ଖୁସି ଖବର । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ଏହାର ପେନସନଭୋଗୀମାନଙ୍କ ପାଇଁ ଏକ ବିଶେଷ ସୁବିଧା ଆରମ୍ଭ କରିଛି ।

26 April, 2022 12:59 PM IST By: Sudesna Nayak

ପେନସନଭୋଗୀମାନଙ୍କ ଆସିଲା ଖୁସି ଖବର (Good News) । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ଏହାର ପେନସନଭୋଗୀ (Pensioners)ମାନଙ୍କ ପାଇଁ ଏକ ବିଶେଷ ସୁବିଧା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ପେନସନଭୋଗୀ (Pensioners)ମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ସେ ଯେତେବେଳେ ଚାହିଁବେ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଇପିଏଫ୍ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମା ହଟାଇ ଦେଇଛି । ଜୀବନ ପ୍ରମାଣପତ୍ର ଦାଖଲ ହେବା ପରେ ଏହା ୧ ବର୍ଷ ପାଇଁ ବୈଧ ହେବ । ଏହା ପରେ ଆପଣଙ୍କୁ ପୁଣିଥରେ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ।

ଏହି ପେନସନଭୋଗୀମାନେ ଆରାମ ପାଇବେ,ଜାଣନ୍ତୁ...

୨୦୧୯ ବର୍ଷ ପର୍ଯ୍ୟନ୍ତ, ପ୍ରତ୍ୟେକ ପେନସନଭୋଗୀ (Pensioners)ଙ୍କ ପାଇଁ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ ଥିଲା । କିନ୍ତୁ, ଡିସେମ୍ବରରେ ଏହି ନିୟମ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଆପଣ ଯେତେବେଳେ ଚାହିଁବେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ । ଅନେକ ପେନସନଭୋଗୀ (Pensioners)ଏଥିରୁ ବହୁତ ଉପକୃତ ହୋଇଛନ୍ତି ।

EPFO ସୂଚନା ଟ୍ବିଟ କରିଛି,ଜାଣନ୍ତୁ...

ଇପିଏଫ୍ (EPFO)ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ପେନ୍‌ସନ୍‌ଭୋଗୀଙ୍କୁ ସୂଚନା ଦେଇଛି । ଇପିଏଫଓ ଏହାର ଟ୍ୱିଟରେ କହିଛି, 'EPS'95 ପେନସନଭୋଗୀ (Pensioners)ମାନେ ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ଯାହା ଦାଖଲ ତାରିଖ ଠାରୁ ୧ ବର୍ଷ ପର୍ଯ୍ୟନ୍ତ ବୈଧ ହେବ ।

ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଏହି ଡକ୍ୟୁମେଣ୍ଟଗୁଡିକ ଆବଶ୍ୟକ,ଜାଣନ୍ତୁ...

-PPO ସଂଖ୍ୟା
-ଆଧାର ସଂଖ୍ୟା
-ବ୍ୟାଙ୍କ ଆକାଉଣ୍ଟ ନମ୍ବର
-ଆଧାର ଲିଙ୍କ୍ ନମ୍ବର

ଜୀବନ ସାର୍ଟିଫିକେଟ୍ କିପରି ଦାଖଲ କରିବେ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଜୀବନ ପ୍ରମାଣପତ୍ର ଦାଖଲ କରିବାର ପଦ୍ଧତି ବିଷୟରେ EPFO ​​ପେନସନଭୋଗୀ (Pensioners)ଙ୍କୁ ମଧ୍ୟ କହିଛି । ଇପିଏଫଓ କହିଛି ଯେ ପେନ୍‌ସନ୍‌ଭୋଗୀ (Pensioners)ମାନେ ଯେକୌଣସି ପବ୍ଲିକ୍ ସର୍ଭିସ୍ ସେଣ୍ଟର (ସିଏସ୍ସି), ଡାକଘର, ନିକଟସ୍ଥ ଇପିଏଫ୍ ଅଫିସ୍, UMANG ଆପ୍ କିମ୍ବା ପେନସନ (Pension)ପେମେଣ୍ଟ ବ୍ୟାଙ୍କ ପରିଦର୍ଶନ କରି ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ; ପରିବାରଙ୍କୁ ମିଳିବ ୧.୨୫ ଲକ୍ଷ ଟଙ୍କା ପେନସନ,ଜାଣନ୍ତୁ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢ଼ିଲା ପେନସନ ଓ ଦରମା, ଉପକୃତ ହେବେ କୋଟିଏରୁ ଊର୍ଦ୍ଧ୍ୱ କର୍ମଚାରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)