ହଳଦୀ ଚାଷରେ ଅଧିକ ଲାଭ ରହିଛି l ଓଡ଼ିଶାର କନ୍ଧମାଳ , ନବରଙ୍ଗପୁର ଭଳି ଜିଲ୍ଲାରେ ହଳଦୀ ଚାଷ ଅଧିକ ହୋଇଥାଏ l କନ୍ଧମାଳ ଜିଲ୍ଲାର ହଳଦୀ ବିଶ୍ୱ ପ୍ରସିଦ୍ଧ l ଜିଆଇ ଟ୍ୟାଗ ମଧ୍ୟ ପ୍ରଦାନ କରାଯାଇଛି l କନ୍ଧମାଳ ଜିଲ୍ଲାର ହଳଦୀ ଅନ୍ୟ ଜିଲ୍ଲା , ରାଜ୍ୟ ତଥା ଦେଶ ବାହାରକୁ ମଧ୍ୟ ରପ୍ତାନି କରାଯାଉଛି l ତେବେ କେନ୍ଦ୍ର ସରକାର ଏହି ହଳଦୀ ଚାଷୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି l
ରାଷ୍ଟ୍ରୀୟ ହଳଦୀ ବୋର୍ଡ (ନ୍ୟାସନାଲ ଟର୍ମେରିକ ବୋର୍ଡ)ର ସ୍ଥାପନାକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ଏହା ନବାଚାର, ବୈଶ୍ୱିକ ପ୍ରୋତ୍ସାହନ ଏବଂ ଉତ୍ପାଦନ ଗୁଣବତ୍ତାକୁ ସୁନିଶ୍ଚିତ କରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି:
“ରାଷ୍ଟ୍ରୀୟ ହଳଦୀବୋର୍ଡର ସ୍ଥାପନା ଅତ୍ୟନ୍ତ ପ୍ରସନ୍ନତାର ବିଷୟ, ବିଶେଷ କରି ଦେଶବ୍ୟାପୀ କଠିନ ପରିଶ୍ରମ କରୁଥିବା ଆମର ହଳଦୀ ଚାଷୀଙ୍କ ପାଇଁ ।
ହା ନବାଚାର, ବୈଶ୍ୱିକ ପ୍ରୋତ୍ସାହନ ଏବଂ ଉତ୍ପାଦନ ଗୁଣବତ୍ତାକୁ ସୁନିଶ୍ଚିତ କରିବ । ଏହା ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ଏବଂ ଉଭୟ ଚାଷୀ ଓ ଉପଭୋକ୍ତାଙ୍କ ପାଇଁ ଲାଭ ଆଣିବ ।”
Read more: